ଛୋଲେ ଭଟୁରେ ଖାଇବାକୁ ଭଲ ପାଉଛନ୍ତି କି? ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ସ୍ୱାସ୍ଥ୍ୟକର ଓ କମ୍ ତେଲଯୁକ୍ତ 'ହେଲଦି ଛୋଲେ ଭଟୁରେ'

Suryakanta Picture
Published On

ଛୋଲେ ଭଟୁରେ ଦେଶର ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍ ମଧ୍ୟରୁ ଗୋଟିଏ। କିନ୍ତୁ ଅଧିକ ତେଲ ଏବଂ ମଇଦା ବ୍ୟବହାର ହେଉଥିବାରୁ ଏହାକୁ ଅନେକ ଲୋକ ଅସ୍ୱାସ୍ଥ୍ୟକର ବୋଲି ଭାବି ଖାଇବାକୁ ଦ୍ୱିଧା ପ୍ରକାଶ କରିଥାନ୍ତି। ତେବେ, ଯଦି ଆପଣ ନିଜ ପ୍ରିୟ ଛୋଲେ ଭଟୁରେକୁ ବିନା କୌଣସି ଦ୍ୱିଧାରେ (guilt-free) ଖାଇବାକୁ ଚାହୁଁଛନ୍ତି, ତେବେ ଏହାକୁ ସ୍ୱାସ୍ଥ୍ୟକର ଉପାୟରେ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଦିଲ୍ଲୀସ୍ଥିତ ବିର୍ଲା ହସ୍ପିଟାଲର କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ଦିପାଲୀ ଶର୍ମା ଏହାକୁ ସ୍ୱାସ୍ଥ୍ୟକର ଉପାୟରେ ବନାଇବାର ସଠିକ୍ ତରିକା ସମ୍ପର୍କରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱାଦିଷ୍ଟ ମିଠା ରୁଟି: ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଗୁଡ଼ ଏବଂ ଚଣା ଡାଲିର ପାରମ୍ପରିକ ଦକ୍ଷିଣ ଭାରତୀୟ ରୋଟି

କେମିତି ପ୍ରସ୍ତୁତ କରିବେ ସ୍ୱାସ୍ଥ୍ୟକର ଭଟୁରେ

ଭଟୁରେ ସାଧାରଣତଃ ମଇଦାରେ ତିଆରି ହୋଇଥାଏ, କିନ୍ତୁ ଏହାକୁ ଅଧିକ ସ୍ୱାସ୍ଥ୍ୟକର କରିବା ପାଇଁ ଆପଣ ମଇଦା ବଦଳରେ ଗହମ ଅଟାର ବ୍ୟବହାର କରିପାରିବେ। ଆପଣ ଚାହିଁଲେ ୫୦% ମଇଦା ଏବଂ ୫୦% ଗହମ ଅଟା ମିଶାଇ ମଧ୍ୟ ଭଟୁରେ ପ୍ରସ୍ତୁତ କରିପାରିବେ। ଏହାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର ମିଳିବା ସହ ହଜମ ପ୍ରକ୍ରିୟା ମଧ୍ୟ ଭଲ ରହିଥାଏ। ଏହାଛଡ଼ା ଆପଣ ମିଲେଟ୍ ଭଟୁରା କିମ୍ବା ମଲ୍ଟିଗ୍ରେନ୍ ଭଟୁରା ମଧ୍ୟ ଚେଷ୍ଟା କରିପାରିବେ ଏବଂ ଭଟୁରେ ସ୍ଥାନରେ ତାୱା ଭଟୁରା କିମ୍ବା କୁଲଚା ଖାଇବା ମଧ୍ୟ ଏକ ଭଲ ବିକଳ୍ପ।

ଆହୁରି ପଢ଼ନ୍ତୁ: ଲଞ୍ଚ୍‌ରେ ଟ୍ରାଏ କରନ୍ତୁ ଚଟପଟା 'ଟମାଟୋ ରାଇସ୍', ଜାଣନ୍ତୁ ସାଉଥ୍ ଇଣ୍ଡିଆନ୍ 'ଥକ୍କାଲି ସାଦମ୍'ର ସହଜ ରେସିପି

ଏହାବ୍ୟତୀତ, ଯେତେବେଳେ ବି ଭଟୁରେ ଛାଣୁଛନ୍ତି, ତେଲ ଭଲଭାବରେ ଗରମ ହୋଇଥିବା ନିଶ୍ଚିତ କରନ୍ତୁ। ତେଲ କମ୍ ଗରମ ଥିଲେ ଭଟୁରେ ଅଧିକ ତେଲ ଶୋଷିନିଏ। ତେବେ ଡିପ୍ ଫ୍ରାଏ କରିବା ବଦଳରେ ଆପଣ ନିଜ ଘରେ ଥିବା ଓଭାନ ବା ଏୟାର ଫ୍ରାୟର (Air Fryer)ର ବ୍ୟବହାର କରି ଏହାକୁ ସେକି ପାରିବେ, ଯାହାଦ୍ୱାରା ତେଲର ବ୍ୟବହାର ବହୁତ କମ୍ ହୋଇଥାଏ।

କେମିତି ବନାଇବେ କମ୍ ତେଲଯୁକ୍ତ ଛୋଲେ

ସାଧାରଣତଃ ଛୋଲେକୁ ସ୍ୱାଦିଷ୍ଟ କରିବା ପାଇଁ ଲୋକେ ଏଥିରେ ବଟର କିମ୍ବା କ୍ରିମ୍ ମିଶାଇଥାନ୍ତି, ଯାହା ଶରୀରରେ ଫ୍ୟାଟ୍ ଓ କ୍ୟାଲୋରୀ ବଢ଼ାଇଥାଏ। ତେଣୁ ଛୋଲେକୁ ବହଳିଆ କରିବା ପାଇଁ ଆପଣ କୋରା ହୋଇଥିବା ଗାଜର, ବେସନ ଘୋଳ କିମ୍ବା ଚକଟା ହୋଇଥିବା ଛୋଲେ ମିଶାଇ ପାରିବେ। ଏହାଛଡା, ଛୋଲେକୁ ରାନ୍ଧିବା ପୂର୍ବରୁ ଅତିକମରେ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ। ଏପରି କରିବା ଦ୍ୱାରା ଏହା ସହଜରେ ହଜମ ହୋଇଯାଏ ଏବଂ ଗ୍ୟାସ୍ ବା ବ୍ଲୋଟିଂ ସମସ୍ୟା ଦେଖାଦିଏ ନାହିଁ।

ସର୍ବଦା ଧ୍ୟାନ ରଖିବେ ଯେ, ଛୋଲେ ଭଟୁରେ ଖାଇବା ସମୟରେ ଏହା ସହିତ ପ୍ରଚୁର ପରିମାଣରେ ସାଲାଡ୍ ନିଶ୍ଚୟ ଖାଆନ୍ତୁ। ସାଲାଡରେ କାକୁଡ଼ି, ଟମାଟୋ, ଗାଜର, ମୂଳା ଏବଂ ପିଆଜ ସାମିଲ କରି ଏହା ଉପରେ ଅଳ୍ପ ଲେମ୍ବୁ ଚିପୁଡି ଖାଇଲେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

21 Mar 2026 By Suryakanta

ଛୋଲେ ଭଟୁରେ ଖାଇବାକୁ ଭଲ ପାଉଛନ୍ତି କି? ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ସ୍ୱାସ୍ଥ୍ୟକର ଓ କମ୍ ତେଲଯୁକ୍ତ 'ହେଲଦି ଛୋଲେ ଭଟୁରେ'

ଛୋଲେ ଭଟୁରେ ଦେଶର ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍ ମଧ୍ୟରୁ ଗୋଟିଏ। କିନ୍ତୁ ଅଧିକ ତେଲ ଏବଂ ମଇଦା ବ୍ୟବହାର ହେଉଥିବାରୁ ଏହାକୁ ଅନେକ ଲୋକ ଅସ୍ୱାସ୍ଥ୍ୟକର ବୋଲି ଭାବି ଖାଇବାକୁ ଦ୍ୱିଧା ପ୍ରକାଶ କରିଥାନ୍ତି। ତେବେ, ଯଦି ଆପଣ ନିଜ ପ୍ରିୟ ଛୋଲେ ଭଟୁରେକୁ ବିନା କୌଣସି ଦ୍ୱିଧାରେ (guilt-free) ଖାଇବାକୁ ଚାହୁଁଛନ୍ତି, ତେବେ ଏହାକୁ ସ୍ୱାସ୍ଥ୍ୟକର ଉପାୟରେ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଦିଲ୍ଲୀସ୍ଥିତ ବିର୍ଲା ହସ୍ପିଟାଲର କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ଦିପାଲୀ ଶର୍ମା ଏହାକୁ ସ୍ୱାସ୍ଥ୍ୟକର ଉପାୟରେ ବନାଇବାର ସଠିକ୍ ତରିକା ସମ୍ପର୍କରେ ସୂଚନା ଦେଇଛନ୍ତି।

କେମିତି ପ୍ରସ୍ତୁତ କରିବେ ସ୍ୱାସ୍ଥ୍ୟକର ଭଟୁରେ

ଭଟୁରେ ସାଧାରଣତଃ ମଇଦାରେ ତିଆରି ହୋଇଥାଏ, କିନ୍ତୁ ଏହାକୁ ଅଧିକ ସ୍ୱାସ୍ଥ୍ୟକର କରିବା ପାଇଁ ଆପଣ ମଇଦା ବଦଳରେ ଗହମ ଅଟାର ବ୍ୟବହାର କରିପାରିବେ। ଆପଣ ଚାହିଁଲେ ୫୦% ମଇଦା ଏବଂ ୫୦% ଗହମ ଅଟା ମିଶାଇ ମଧ୍ୟ ଭଟୁରେ ପ୍ରସ୍ତୁତ କରିପାରିବେ। ଏହାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର ମିଳିବା ସହ ହଜମ ପ୍ରକ୍ରିୟା ମଧ୍ୟ ଭଲ ରହିଥାଏ। ଏହାଛଡ଼ା ଆପଣ ମିଲେଟ୍ ଭଟୁରା କିମ୍ବା ମଲ୍ଟିଗ୍ରେନ୍ ଭଟୁରା ମଧ୍ୟ ଚେଷ୍ଟା କରିପାରିବେ ଏବଂ ଭଟୁରେ ସ୍ଥାନରେ ତାୱା ଭଟୁରା କିମ୍ବା କୁଲଚା ଖାଇବା ମଧ୍ୟ ଏକ ଭଲ ବିକଳ୍ପ।

ଏହାବ୍ୟତୀତ, ଯେତେବେଳେ ବି ଭଟୁରେ ଛାଣୁଛନ୍ତି, ତେଲ ଭଲଭାବରେ ଗରମ ହୋଇଥିବା ନିଶ୍ଚିତ କରନ୍ତୁ। ତେଲ କମ୍ ଗରମ ଥିଲେ ଭଟୁରେ ଅଧିକ ତେଲ ଶୋଷିନିଏ। ତେବେ ଡିପ୍ ଫ୍ରାଏ କରିବା ବଦଳରେ ଆପଣ ନିଜ ଘରେ ଥିବା ଓଭାନ ବା ଏୟାର ଫ୍ରାୟର (Air Fryer)ର ବ୍ୟବହାର କରି ଏହାକୁ ସେକି ପାରିବେ, ଯାହାଦ୍ୱାରା ତେଲର ବ୍ୟବହାର ବହୁତ କମ୍ ହୋଇଥାଏ।

କେମିତି ବନାଇବେ କମ୍ ତେଲଯୁକ୍ତ ଛୋଲେ

ସାଧାରଣତଃ ଛୋଲେକୁ ସ୍ୱାଦିଷ୍ଟ କରିବା ପାଇଁ ଲୋକେ ଏଥିରେ ବଟର କିମ୍ବା କ୍ରିମ୍ ମିଶାଇଥାନ୍ତି, ଯାହା ଶରୀରରେ ଫ୍ୟାଟ୍ ଓ କ୍ୟାଲୋରୀ ବଢ଼ାଇଥାଏ। ତେଣୁ ଛୋଲେକୁ ବହଳିଆ କରିବା ପାଇଁ ଆପଣ କୋରା ହୋଇଥିବା ଗାଜର, ବେସନ ଘୋଳ କିମ୍ବା ଚକଟା ହୋଇଥିବା ଛୋଲେ ମିଶାଇ ପାରିବେ। ଏହାଛଡା, ଛୋଲେକୁ ରାନ୍ଧିବା ପୂର୍ବରୁ ଅତିକମରେ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ। ଏପରି କରିବା ଦ୍ୱାରା ଏହା ସହଜରେ ହଜମ ହୋଇଯାଏ ଏବଂ ଗ୍ୟାସ୍ ବା ବ୍ଲୋଟିଂ ସମସ୍ୟା ଦେଖାଦିଏ ନାହିଁ।

ସର୍ବଦା ଧ୍ୟାନ ରଖିବେ ଯେ, ଛୋଲେ ଭଟୁରେ ଖାଇବା ସମୟରେ ଏହା ସହିତ ପ୍ରଚୁର ପରିମାଣରେ ସାଲାଡ୍ ନିଶ୍ଚୟ ଖାଆନ୍ତୁ। ସାଲାଡରେ କାକୁଡ଼ି, ଟମାଟୋ, ଗାଜର, ମୂଳା ଏବଂ ପିଆଜ ସାମିଲ କରି ଏହା ଉପରେ ଅଳ୍ପ ଲେମ୍ବୁ ଚିପୁଡି ଖାଇଲେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp