ଜାତିସଂଘ ରିପୋର୍ଟ: ୮୦୦ କୋଟି ଛୁଇଁଲା ବିଶ୍ବ ଜନସଂଖ୍ୟା, ୨୦୨୩ ସୁଦ୍ଧା ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ରରେ ପରିଣତ ହେବ ଭାରତ

The Sakala Picture
Published On

ସାନଫ୍ରାନ୍ସିସକୋ: ସାରା ବିଶ୍ବରେ ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ହେଁ ଏବେ ବିଶ୍ବ ଜନସଂଖ୍ୟା ୮୦୦ କୋଟି ଛୁଇଁଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ‘ୱାର୍ଲଡ ପପୁଲେସନ ପ୍ରସପେକ୍ଟସ୍‌’ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଥିଲା ବେଳେ ୨୦୨୩ ସୁଦ୍ଧା ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାବେ ପରିଣତ ହେବ ବୋଲି କୁହାଯାଇଛି। ୨୦୨୨ ନଭେମ୍ବର ୧୫ ତାରିଖ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବା ମାନବ ଇତିହାସରେ […]

ସାନଫ୍ରାନ୍ସିସକୋ: ସାରା ବିଶ୍ବରେ ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ହେଁ ଏବେ ବିଶ୍ବ ଜନସଂଖ୍ୟା ୮୦୦ କୋଟି ଛୁଇଁଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ‘ୱାର୍ଲଡ ପପୁଲେସନ ପ୍ରସପେକ୍ଟସ୍‌’ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଥିଲା ବେଳେ ୨୦୨୩ ସୁଦ୍ଧା ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାବେ ପରିଣତ ହେବ ବୋଲି କୁହାଯାଇଛି। ୨୦୨୨ ନଭେମ୍ବର ୧୫ ତାରିଖ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବା ମାନବ ଇତିହାସରେ ଏକ ମାଇଲଖୁଣ୍ଟ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟ୍‌ରେସ କହିଛନ୍ତି।

ଆହୁରି ପଢ଼ନ୍ତୁ: ୨୦୦ କୋଟି ଟଙ୍କା ଠକେଇ ମାମଲା: ଦିଲ୍ଲୀ ହାଇକୋର୍ଟରେ ସୁକେଶ-ଲୀନାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ଜ୍ୟାକଲିନଙ୍କ ନାମ ନେଲେ ଲୀନା

ଏହି ମାଇଲଖୁଣ୍ଟ ଆମକୁ ମାନବର ବିବିଧତା ଓ ବିକାଶକୁ ନେଇ ଆନନ୍ଦ ମନାଇବାର ସୁଯୋଗ ଆଣିଦେଇଛି ବୋଲି ସେ କହିଛନ୍ତି। କିନ୍ତୁ ଏଥିପାଇଁ ରହିଥିବା ମାନବଜାତିର ଦାୟିତ୍ବକୁ ମଧ୍ୟ ସେ ସ୍ମରଣ କରାଇଦେଇଛନ୍ତି। ଜାତିସଂଘ ଆକଳନ ଅନୁସାରେ ବିଶ୍ୱର ଜନସଂଖ୍ୟା ୨୦୩୦ ସୁଦ୍ଧା ପ୍ରାୟ ୮୫୦ କୋଟି ଓ ୨୦୫୦ ସୁଦ୍ଧା ୯୭୦ କୋଟିରେ ପହଞ୍ଚିବ। ୨୦୮୦ ଦଶକରେ ଏହି ସଂଖ୍ୟା ପ୍ରାୟ ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏବଂ ତା’ପରେ ବିଶ୍ବର ଜନସଂଖ୍ୟା ସ୍ଥିର ହୋଇଯିବ ଓ ୨୦୮୦ରୁ ୨୧୦୦ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିର ରହିବ। ବର୍ତ୍ତମାନ ଚୀନ ବିଶ୍ବର ସବୁଠାରୁ ଜନବହୁଳ ଦେଶ ହୋଇଥିବାବେଳେ ୨୦୨୩ରେ ଭାରତ ଚୀନକୁ ଟପି ବିଶ୍ବର ସବୁଠାରୁ ଜନବହୁଳ ଦେଶରେ ପରିଣତ ହେବ।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

15 Nov 2022 By The Sakala

ଜାତିସଂଘ ରିପୋର୍ଟ: ୮୦୦ କୋଟି ଛୁଇଁଲା ବିଶ୍ବ ଜନସଂଖ୍ୟା, ୨୦୨୩ ସୁଦ୍ଧା ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ରରେ ପରିଣତ ହେବ ଭାରତ

ସାନଫ୍ରାନ୍ସିସକୋ: ସାରା ବିଶ୍ବରେ ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ହେଁ ଏବେ ବିଶ୍ବ ଜନସଂଖ୍ୟା ୮୦୦ କୋଟି ଛୁଇଁଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ‘ୱାର୍ଲଡ ପପୁଲେସନ ପ୍ରସପେକ୍ଟସ୍‌’ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଥିଲା ବେଳେ ୨୦୨୩ ସୁଦ୍ଧା ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାବେ ପରିଣତ ହେବ ବୋଲି କୁହାଯାଇଛି। ୨୦୨୨ ନଭେମ୍ବର ୧୫ ତାରିଖ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବା ମାନବ ଇତିହାସରେ ଏକ ମାଇଲଖୁଣ୍ଟ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟ୍‌ରେସ କହିଛନ୍ତି।

ଏହି ମାଇଲଖୁଣ୍ଟ ଆମକୁ ମାନବର ବିବିଧତା ଓ ବିକାଶକୁ ନେଇ ଆନନ୍ଦ ମନାଇବାର ସୁଯୋଗ ଆଣିଦେଇଛି ବୋଲି ସେ କହିଛନ୍ତି। କିନ୍ତୁ ଏଥିପାଇଁ ରହିଥିବା ମାନବଜାତିର ଦାୟିତ୍ବକୁ ମଧ୍ୟ ସେ ସ୍ମରଣ କରାଇଦେଇଛନ୍ତି। ଜାତିସଂଘ ଆକଳନ ଅନୁସାରେ ବିଶ୍ୱର ଜନସଂଖ୍ୟା ୨୦୩୦ ସୁଦ୍ଧା ପ୍ରାୟ ୮୫୦ କୋଟି ଓ ୨୦୫୦ ସୁଦ୍ଧା ୯୭୦ କୋଟିରେ ପହଞ୍ଚିବ। ୨୦୮୦ ଦଶକରେ ଏହି ସଂଖ୍ୟା ପ୍ରାୟ ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏବଂ ତା’ପରେ ବିଶ୍ବର ଜନସଂଖ୍ୟା ସ୍ଥିର ହୋଇଯିବ ଓ ୨୦୮୦ରୁ ୨୧୦୦ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିର ରହିବ। ବର୍ତ୍ତମାନ ଚୀନ ବିଶ୍ବର ସବୁଠାରୁ ଜନବହୁଳ ଦେଶ ହୋଇଥିବାବେଳେ ୨୦୨୩ରେ ଭାରତ ଚୀନକୁ ଟପି ବିଶ୍ବର ସବୁଠାରୁ ଜନବହୁଳ ଦେଶରେ ପରିଣତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର