ମ୍ୟାଲେରିଆକୁ ମାତ୍‌ ଦେବାକୁ ଆସିଲା ଟିକା, ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଲା ‘ହୁ’ର ଅନୁମୋଦନ

The Sakala Picture
Published On

ଜେନେଭା : ମ୍ୟାଲେରିଆକୁ ମାତ୍‌ ଦେବାକୁ ଆସିଲା ଟିକା। ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ଅନୁମୋଦନ ପ୍ରଦାନ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବୁଧବାର RTS, S / AS01 ମ୍ୟାଲେରିଆ ଟିକା ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିଛି । ଏହି ଟିକା ହେଉଛି ମଶା ଦ୍ବାରା ହେଉଥିବା ରୋଗ ବିରୁଦ୍ଧରେ ବିଶ୍ୱର ପ୍ରଥମ ଟିକା।ମ୍ୟାଲେରିଆ ଟିକାକୁ ଗ୍ରୀନ ସିଗ୍ନାଲ ଦିଆ ଯାଇଥିବା ହୁ’ର ମୁଖ୍ୟ ଟେଡ୍ରୋଓ ଅଧାନୋମ ଘେବ୍ରିୟସ ସୂଚନା […]

ଜେନେଭା : ମ୍ୟାଲେରିଆକୁ ମାତ୍‌ ଦେବାକୁ ଆସିଲା ଟିକା। ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ଅନୁମୋଦନ ପ୍ରଦାନ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବୁଧବାର RTS, S / AS01 ମ୍ୟାଲେରିଆ ଟିକା ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିଛି । ଏହି ଟିକା ହେଉଛି ମଶା ଦ୍ବାରା ହେଉଥିବା ରୋଗ ବିରୁଦ୍ଧରେ ବିଶ୍ୱର ପ୍ରଥମ ଟିକା।ମ୍ୟାଲେରିଆ ଟିକାକୁ ଗ୍ରୀନ ସିଗ୍ନାଲ ଦିଆ ଯାଇଥିବା ହୁ’ର ମୁଖ୍ୟ ଟେଡ୍ରୋଓ ଅଧାନୋମ ଘେବ୍ରିୟସ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ନଇମ୍ କାସିମ୍‌ଙ୍କ ପୁତୁରା ଅଲି ୟୁସୁଫ୍ ହର୍ଶି ନିହତ

ସାରା ବିଶ୍ୱରେ ମଶା ଜନିତ ସଂକ୍ରମଣ ଯୋଗୁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ବିଶେଷ କରି ଆଫ୍ରିକାର ପିଲାମାନେ ଏହି ରୋଗରେ ଅଧିକ ପ୍ରାଣ ହରାଇଥାଆନ୍ତି। ତେଣୁ RTS, S / AS01 ମ୍ୟାଲେରିଆ ଟିକା ଏହା ବିରୋଧରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି।ଘାନା, କେନିଆ ଏବଂ ମଲାୱିରେ ୨୦୧୯ ଠାରୁ ଏହି ଟିକାକୁ ନେଇ ଚାଲୁଥିବା ପାଇଲଟ୍ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ WHO ଏହି ନିଷ୍ପତ୍ତି ନେଇଛି । ଏଠାରେ ଦୁଇ ଲକ୍ଷରୁ ଅଧିକ ଡୋଜ ଟିକା ଦିଆଯାଇଥିଲା, ଏହି ପରୀକ୍ଷା ମୂଳକ ଟିକାକରଣରେ ସଫଳତା ମିଳିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅନୁମୋଦନ କରିଛି। ଯାହା ପ୍ରଥମେ ୧୯୮୭ ରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଏସକେ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା କିନ୍ତୁ ଏହାକୁ ଅନୁମୋଦନ ମିଳିନଥିଲା।

ଆହୁରି ପଢ଼ନ୍ତୁ: ବୃନ୍ଦାବନ କେଶି ଘାଟରେ ଅଘଟଣ: ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ କହିଛି ଯେ ମଶା ଦ୍ୱାରା ସଂକ୍ରମଣ ବ୍ୟାପୁଥିବା ଆଫ୍ରିକା ଓ ଅନ୍ୟ ପ୍ରାନ୍ତରେ ଛୋଟ ପିଲାମାନେ ଏହି ଟିକାର ୪ଟି ଡୋଜ୍‌ ଦୁଇ ବର୍ଷ ବୟସ ମଧ୍ୟରେ ନେବେ। ପ୍ରତି ଦୁଇ ମିନିଟ୍‌ରେ ଜଣେ ଛୋଟ ପିଲା ମ୍ୟାଲେରିଆ ଯୋଗୁ ପ୍ରାଣ ହରାଉଛନ୍ତି। ବିଶ୍ୱର ମୋଟ ମ୍ୟାଲେରିଆ ଜନିତ ମୃତ୍ୟୁରୁ ପ୍ରାୟ ଅଧାରୁ ଅଧିକ ଘଟଣା ଆଫ୍ରିକା ଓ ନାଇଜେରିଆରେ ଦେଖିବାକୁ ମିଳୁଛି। ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ହେଉଛି ମ୍ୟାଲେରିଆ ଭୂତାଣୁର ପ୍ରଥମ ଲକ୍ଷଣ।

07 Oct 2021 By The Sakala

ମ୍ୟାଲେରିଆକୁ ମାତ୍‌ ଦେବାକୁ ଆସିଲା ଟିକା, ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଲା ‘ହୁ’ର ଅନୁମୋଦନ

ଜେନେଭା : ମ୍ୟାଲେରିଆକୁ ମାତ୍‌ ଦେବାକୁ ଆସିଲା ଟିକା। ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ଅନୁମୋଦନ ପ୍ରଦାନ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବୁଧବାର RTS, S / AS01 ମ୍ୟାଲେରିଆ ଟିକା ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିଛି । ଏହି ଟିକା ହେଉଛି ମଶା ଦ୍ବାରା ହେଉଥିବା ରୋଗ ବିରୁଦ୍ଧରେ ବିଶ୍ୱର ପ୍ରଥମ ଟିକା।ମ୍ୟାଲେରିଆ ଟିକାକୁ ଗ୍ରୀନ ସିଗ୍ନାଲ ଦିଆ ଯାଇଥିବା ହୁ’ର ମୁଖ୍ୟ ଟେଡ୍ରୋଓ ଅଧାନୋମ ଘେବ୍ରିୟସ ସୂଚନା ଦେଇଛନ୍ତି।

ସାରା ବିଶ୍ୱରେ ମଶା ଜନିତ ସଂକ୍ରମଣ ଯୋଗୁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ବିଶେଷ କରି ଆଫ୍ରିକାର ପିଲାମାନେ ଏହି ରୋଗରେ ଅଧିକ ପ୍ରାଣ ହରାଇଥାଆନ୍ତି। ତେଣୁ RTS, S / AS01 ମ୍ୟାଲେରିଆ ଟିକା ଏହା ବିରୋଧରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି।ଘାନା, କେନିଆ ଏବଂ ମଲାୱିରେ ୨୦୧୯ ଠାରୁ ଏହି ଟିକାକୁ ନେଇ ଚାଲୁଥିବା ପାଇଲଟ୍ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ WHO ଏହି ନିଷ୍ପତ୍ତି ନେଇଛି । ଏଠାରେ ଦୁଇ ଲକ୍ଷରୁ ଅଧିକ ଡୋଜ ଟିକା ଦିଆଯାଇଥିଲା, ଏହି ପରୀକ୍ଷା ମୂଳକ ଟିକାକରଣରେ ସଫଳତା ମିଳିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅନୁମୋଦନ କରିଛି। ଯାହା ପ୍ରଥମେ ୧୯୮୭ ରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଏସକେ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା କିନ୍ତୁ ଏହାକୁ ଅନୁମୋଦନ ମିଳିନଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ କହିଛି ଯେ ମଶା ଦ୍ୱାରା ସଂକ୍ରମଣ ବ୍ୟାପୁଥିବା ଆଫ୍ରିକା ଓ ଅନ୍ୟ ପ୍ରାନ୍ତରେ ଛୋଟ ପିଲାମାନେ ଏହି ଟିକାର ୪ଟି ଡୋଜ୍‌ ଦୁଇ ବର୍ଷ ବୟସ ମଧ୍ୟରେ ନେବେ। ପ୍ରତି ଦୁଇ ମିନିଟ୍‌ରେ ଜଣେ ଛୋଟ ପିଲା ମ୍ୟାଲେରିଆ ଯୋଗୁ ପ୍ରାଣ ହରାଉଛନ୍ତି। ବିଶ୍ୱର ମୋଟ ମ୍ୟାଲେରିଆ ଜନିତ ମୃତ୍ୟୁରୁ ପ୍ରାୟ ଅଧାରୁ ଅଧିକ ଘଟଣା ଆଫ୍ରିକା ଓ ନାଇଜେରିଆରେ ଦେଖିବାକୁ ମିଳୁଛି। ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ହେଉଛି ମ୍ୟାଲେରିଆ ଭୂତାଣୁର ପ୍ରଥମ ଲକ୍ଷଣ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର