ୟୁକ୍ରେନର ୬୫ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ଋଷ ବିମାନ ଦୁର୍ଘଟଣାଗ୍ରସ୍ତ

The Sakala Picture
Published On

ମସ୍କୋ: ୟୁକ୍ରେନ ସୀମାରେ ଋଷ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଋଷୀୟ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ ଇଲୁଶିନ ଆଇଆଇ-୭୬ ବିମାନ ବୁଧବାର(୨୪ ଜାନୁଆରୀ) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ଏନେଇ ଋଷ ଖବର ସରବରାହ ଏଜେନ୍ସି ଆର୍‌ଆଇଏ ଏହି ସୂଚନା ଦେଇଛି। ଏହି ବିମାନରେ ୟୁକ୍ରେନ୍ କଏଦୀ ଥିଲେ। ଯୁଦ୍ଧ ସର୍ତ୍ତ ମୁତାବକ କଏଦୀ ବଦଳ ପାଇଁ ଏମାନଙ୍କୁ ନିଆଯାଉଥିବା ଦୁର୍ଘଟଣା ହୋଇଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ମିଳିଥିବା ଖବର ଅନୁସାରେ,  କ୍ରାସ୍ ହୋଇଥିବା ବିମାନରେ ୬୫ ଜଣ […]

ମସ୍କୋ: ୟୁକ୍ରେନ ସୀମାରେ ଋଷ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଋଷୀୟ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ ଇଲୁଶିନ ଆଇଆଇ-୭୬ ବିମାନ ବୁଧବାର(୨୪ ଜାନୁଆରୀ) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ଏନେଇ ଋଷ ଖବର ସରବରାହ ଏଜେନ୍ସି ଆର୍‌ଆଇଏ ଏହି ସୂଚନା ଦେଇଛି। ଏହି ବିମାନରେ ୟୁକ୍ରେନ୍ କଏଦୀ ଥିଲେ। ଯୁଦ୍ଧ ସର୍ତ୍ତ ମୁତାବକ କଏଦୀ ବଦଳ ପାଇଁ ଏମାନଙ୍କୁ ନିଆଯାଉଥିବା ଦୁର୍ଘଟଣା ହୋଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ମୁଗ କିଣାକୁ ନେଇ କୃଷକ ଆନ୍ଦୋଳନ ତୀବ୍ର: ଭୋପାଳରେ ଡେରା ପକାଇଲେ ଚାଷୀ, ସିଏମ୍ ହାଉସ୍ ଘେରାଉ ପାଇଁ ପ୍ରସ୍ତୁତି

ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ମିଳିଥିବା ଖବର ଅନୁସାରେ,  କ୍ରାସ୍ ହୋଇଥିବା ବିମାନରେ ୬୫ ଜଣ ୟୁକ୍ରେନ୍ ଯୁଦ୍ଧ କଏଦୀ ଥିଲେ।। ଏହା ବାଦ୍ ବିମାନରେ ୬ ପରିଚାଳନା ସଦସ୍ୟ ଓ ଅନ୍ୟ ୩ ବ୍ୟକ୍ତି ରହିଥିଲେ। ତେବେ ବିମାନ କାହିଁକି କ୍ରାସ୍ ହେଲା ସେ ନେଇ କୌଣସି ଖବର ମିଳି ନଥିବା ବେଳେ ବିମାନରେ ବସିଥିବା ଯାତ୍ରୀଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ। ଋଷ ସୁରକ୍ଷା ସେବା ସହ ଜଡ଼ିତ ଏକ ଚ୍ୟାନେଲ ବାଜା ଦ୍ୱାରା ବିମାନ ଦୁର୍ଘଟଣାର ଭିଡିଓକୁ ଟେଲିଗ୍ରାମ ଦ୍ୱାରା ଶେୟାର କରାଯାଇଛି। ଏଥିରେ ବିମାନଟି ତଳକୁ ଖସି ହଠାତ୍ ବିସ୍ଫୋରଣ ହୋଇଯାଉଥିବାର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ନିଟ୍ ପେପର ଲିକ୍ ବିବାଦ: ସଂସଦ ମାର୍ଚ୍ଚ ଅଟକାଇବାକୁ ଯନ୍ତରମନ୍ତରରେ ବ୍ୟାରିକେଡ୍ ୱେଲ୍ଡିଂ କଲା ଦିଲ୍ଲୀ ପୋଲିସ

ସୂଚନା ଥାଉକି ଋଷର ଆଇଆଇ-୭୬ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନକୁ ସେନା, ମାଲ୍‌, ସୈନ୍ୟଉପକରଣ ଏବଂ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ବ୍ୟାବହାର କରାଯାଇଥାଏ। ଏଥିରେ ସାଧାରଣତଃ ୫ ଜଣ କ୍ରୁ ମେମ୍ବର ରହିଥିବା ବେଳେ ବିମାନରେ ୯୦ ଯାତ୍ରୀ ଯିବାର ସୁବିଧା ରହିଛି।

ଆହୁରି ପଢ଼ନ୍ତୁ: ଗାଜାରେ ହମାସର ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ପାଇଁ 'ବୋର୍ଡ ଅଫ୍ ପିସ୍'ର ଐତିହାସିକ ଚୁକ୍ତି: ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା

24 Jan 2024 By The Sakala

ୟୁକ୍ରେନର ୬୫ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ଋଷ ବିମାନ ଦୁର୍ଘଟଣାଗ୍ରସ୍ତ

ମସ୍କୋ: ୟୁକ୍ରେନ ସୀମାରେ ଋଷ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଋଷୀୟ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ ଇଲୁଶିନ ଆଇଆଇ-୭୬ ବିମାନ ବୁଧବାର(୨୪ ଜାନୁଆରୀ) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ଏନେଇ ଋଷ ଖବର ସରବରାହ ଏଜେନ୍ସି ଆର୍‌ଆଇଏ ଏହି ସୂଚନା ଦେଇଛି। ଏହି ବିମାନରେ ୟୁକ୍ରେନ୍ କଏଦୀ ଥିଲେ। ଯୁଦ୍ଧ ସର୍ତ୍ତ ମୁତାବକ କଏଦୀ ବଦଳ ପାଇଁ ଏମାନଙ୍କୁ ନିଆଯାଉଥିବା ଦୁର୍ଘଟଣା ହୋଇଛି।

ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ମିଳିଥିବା ଖବର ଅନୁସାରେ,  କ୍ରାସ୍ ହୋଇଥିବା ବିମାନରେ ୬୫ ଜଣ ୟୁକ୍ରେନ୍ ଯୁଦ୍ଧ କଏଦୀ ଥିଲେ।। ଏହା ବାଦ୍ ବିମାନରେ ୬ ପରିଚାଳନା ସଦସ୍ୟ ଓ ଅନ୍ୟ ୩ ବ୍ୟକ୍ତି ରହିଥିଲେ। ତେବେ ବିମାନ କାହିଁକି କ୍ରାସ୍ ହେଲା ସେ ନେଇ କୌଣସି ଖବର ମିଳି ନଥିବା ବେଳେ ବିମାନରେ ବସିଥିବା ଯାତ୍ରୀଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ। ଋଷ ସୁରକ୍ଷା ସେବା ସହ ଜଡ଼ିତ ଏକ ଚ୍ୟାନେଲ ବାଜା ଦ୍ୱାରା ବିମାନ ଦୁର୍ଘଟଣାର ଭିଡିଓକୁ ଟେଲିଗ୍ରାମ ଦ୍ୱାରା ଶେୟାର କରାଯାଇଛି। ଏଥିରେ ବିମାନଟି ତଳକୁ ଖସି ହଠାତ୍ ବିସ୍ଫୋରଣ ହୋଇଯାଉଥିବାର ଦେଖିବାକୁ ମିଳିଛି।

ସୂଚନା ଥାଉକି ଋଷର ଆଇଆଇ-୭୬ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନକୁ ସେନା, ମାଲ୍‌, ସୈନ୍ୟଉପକରଣ ଏବଂ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ବ୍ୟାବହାର କରାଯାଇଥାଏ। ଏଥିରେ ସାଧାରଣତଃ ୫ ଜଣ କ୍ରୁ ମେମ୍ବର ରହିଥିବା ବେଳେ ବିମାନରେ ୯୦ ଯାତ୍ରୀ ଯିବାର ସୁବିଧା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର