ଦୀର୍ଘ ଦୁଇ ଦଶନ୍ଧିର ମିଶନ୍‌ ଶେଷ: ଆଫଗାନ ଛାଡ଼ିଲା ଆମେରିକା,ବ୍ଲାଙ୍କ ଫାୟାରିଂ କରି ସେଲିବ୍ରେସନ କଲା ତାଲିବାନ ଆତଙ୍କୀ

The Sakala Picture
Published On

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନାର ଚୂଡ଼ାନ୍ତ ପ୍ରତ୍ୟାହାର ଅଭିଯାନ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି।  ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ୨୦୨୧, ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ଆମେରିକା ପ୍ରତିଶ୍ରୁତି ଦେଇଥିଲା। ସେହି ଅନୁସାରେ ଆଫଗାନିସ୍ତାନରୁ […]

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନାର ଚୂଡ଼ାନ୍ତ ପ୍ରତ୍ୟାହାର ଅଭିଯାନ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି।  ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ୨୦୨୧, ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ଆମେରିକା ପ୍ରତିଶ୍ରୁତି ଦେଇଥିଲା। ସେହି ଅନୁସାରେ ଆଫଗାନିସ୍ତାନରୁ ସମସ୍ତ ଆମେରିକା ସେନା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ଆଫଗାନିସ୍ତାନରେ ଆମେରିକାର ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ମିଶନର ପରିସମାପ୍ତି ହୋଇଛି। ଆମେରିକା ସୈନ୍ୟ ନିଜ ଶେଷ ବିମାନ ଉଡ଼ାଣ ଭରିବା ପରେ  କାବୁଲ ବିମାନ ବନ୍ଦରର ବାହାରେ ତାଲିବାନ ଆତଙ୍କୀମାନେ ଆକାଶରେ ବ୍ଲାଙ୍କ ଫାୟାରିଂ କରୁଥିବାର ଦୃଶ୍ଯ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସୁରକ୍ଷା କାରଣରୁ ଅକ୍ଟୋବର ୨୦ ଯାଏଁ ସାଉଦି ଆରବକୁ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ସେନା ଆମେରିକା ଫେରିଥିଲା ବେଳେ ଗତ ଶନିବାର ସୁଦ୍ଧା ଆଉ ୪ ହଜାର ସେନା କାବୁଲ ବିମାନ ବନ୍ଦରରେ ମୁତୟନ ଥିଲେ ବୋଲି ଆମେରିକୀୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କାବୁଲ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ବରେ ରହିଥିବା ଏହି ସେନା ଆଫଗାନିସ୍ତାନ ଛାଡୁଥିବା ସମସ୍ତ ବିଦେଶୀ ନାଗରିକମାନଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ନେବା ଦାୟିତ୍ବରେ ରହିଥିଲା। ରବିବାର ସୁଦ୍ଧା ଆଉ ମାତ୍ର ୧ ହଜାର ବିଦେଶୀ ନାଗରିକ ରହିଥିଲା ବେଳେ ସେମାନେ ସୋମବାର ସୁଦ୍ଧା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାପରେ ଆଜି ସମସ୍ତ ଆମେରିକୀୟ ସେନା ନିଜ ଦେଶକୁ ଫେରିଯାଇଛନ୍ତି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ନିଜ ପ୍ରତିଶ୍ରୁତିରେ ଅଟଳ ରହିଥିଲେ ଏବଂ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ। ଅନ୍ୟପକ୍ଷରେ ଆମେରିକା ସେନା କାବୁଲ ବିମାନ ବନ୍ଦର ଛାଡିଥିବାରୁ ଏହାର ପରିସର ପୁରା ଖାଁ ଖାଁ ହୋଇପଡ଼ିଛି। ବିମାନ ବନ୍ଦରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଏକପ୍ରକାର ମରୁଭୂମି ପାଲଟିଛି ବୋଲି ଉପଗ୍ରହ ସୂତ୍ରରୁ ମିଳିଥିବା ଫଟୋଚିତ୍ରରୁ ଦେଖିବାକୁ ମିଳିଛି। ତାଲିବାନ ଭୟରେ ଦେଶ ଛାଡିବାକୁ କିଛି ଦିନ ତଳେ ଏଠି ଏକାଠି ହୋଇଥିବା ହଜାର ହଜାର ଲୋକଙ୍କ ଆଉ ଭିଡ ନାହିଁ।

ବିଶେଷକରି ଗତ ଗୁରୁବାର ବିମାନ ବନ୍ଦରର ଆବେ ଗେଟ୍‌ ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପରେ ଏହି ଅଞ୍ଚଳ ଏବେ ଜନଶୂନ୍ୟ ହୋଇପଡ଼ିଛି। ଏହାବ୍ୟତୀତ ଆମେରିକା ସେନା ବିମାନ ବନ୍ଦର ଖାଲି କରିବାକୁ ଯାଉଥିବାରୁ ସୁରକ୍ଷା ଅଭାବକୁ ଦୃଷ୍ଟିରେ ରଖି ଲୋକ ବିମାନ ବନ୍ଦର ଛାଡିଛନ୍ତି। ଦେଶ ଛାଡିବା ଆଶାରେ କେବଳ ବିମାନ ବନ୍ଦରର ଉତ୍ତର ଦିଗ ଫାଟକ ନିକଟରେ କିଛି ଲୋକଙ୍କ ଉପସ୍ଥିତି ସୋମବାର ଦେଖାଯାଇଛି। ସୋମବାର ସକାଳେ ବିମାନ ବନ୍ଦରକୁ ଟାର୍ଗେଟ କରି ଆତଙ୍କୀଙ୍କ ପକ୍ଷରୁ ରକେଟ ଆକ୍ରମଣ କରାଯାଇଥିଲା ବେଳେ ଏହାକୁ ଆମେରିକା ସେନା ପ୍ରତିହତ କରିଥିଲା। ଏହାପରେ ସ୍ଥାନୀୟ ଲୋକ ସଂପୃକ୍ତ ଅଞ୍ଚଳ ଛାଡିଦେଇଥିବା କୁହାଯାଇଛି। ଦୀର୍ଘ ୨୦ ବର୍ଷ ପରେ ଆମେରିକା ସେନା ଆଫଗାନିସ୍ତାନ ଛାଡୁଥିବାରୁ କାବୁଲ ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେବାକୁ ତାଲିବାନ ଗୋଷ୍ଠୀ ପ୍ରସ୍ତୁତ ରହିଛନ୍ତି। ଅନ୍ୟପକ୍ଷରେ ଆମେରିକା ସେନା ଆଫଗାନିସ୍ତାନ ଛାଡୁଥିବାରୁ ତାଲିବାନ ଗୋଷ୍ଠୀ ସରକାର ଗଠନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାର ସୂଚନା ମିଳିଛି। ପୂର୍ବରୁ ତାଲିବାନ ଗୋଷ୍ଠୀର ବହୁ ତୁଙ୍ଗନେତା ସରକାର ଗଠନ ନେଇ ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାର୍ଜାଇ ଏବଂ ଜାତୀୟ ପରିଷଦ ନେତା ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ଆଲୋଚନା କରିଥିଲା ବେଳେ ସେମାନେ ବିଭିନ୍ନ ସ୍ଥାନୀୟ ଗୋଷ୍ଠୀର ନେତାଙ୍କ ସହ ଆଲୋଚନା କରି ଏକ ସମାବେଶୀ ସରକାର ଗଠନ ପାଇଁ ଉଦ୍ୟମ ଜାରି ରଖିଥିବା କୁହାଯାଇଛି। ଅନ୍ୟପକ୍ଷରେ କେବେ ମଧ୍ୟ ଲୋକ ଲୋଚନକୁ ଆସିନଥିବା ତାଲିବାନ ଗୋଷ୍ଠୀର ସର୍ବୋଚ୍ଚ ନେତା କୁହାଯାଉଥିବା ମୁହ୍ଲା ହିବାତୁଲ୍ଲା ଆଖୁନ୍ଦାଜା ଏବେ କାନ୍ଦାହାରରେ ରହିଥିବା ପ୍ରଥମଥର ପାଇଁ ସୂଚନା ଦିଆଯାଇଛି। ସେ ଖୁବଶୀଘ୍ର କାବୁଲ ଆସିବା ସହିତ ବିଭିନ୍ନ ଗୋଷ୍ଠୀର ନେତାମାନଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବେ। ଏହାପରେ ଆଫଗାନିସ୍ତାନରେ ଖୁବଶୀଘ୍ର ସରକାର ପ୍ରତିଷ୍ଠା ହେବ ବୋଲି କୁହାଯାଉଛି। ଏହାପୂର୍ବରୁ ତାଲିବାନର ଦ୍ବିତୀୟ ପ୍ରମୁଖ ନେତା ମୁଲ୍ଲା ଅବଦୁଲଘନି ବରାଦର ମଧ୍ୟ କ୍ବାତାରରୁ ଆସି କାନ୍ଦାହାରରେ ପହଞ୍ଚିଥିଲେ। ବର୍ତ୍ତମାନ ଉଭୟ ନେତା କାନ୍ଦାହାରରେ ରହିଥିବାରୁ ସରକାର ଗଠନ ନେଇ ସକାରାତ୍ମକ ଭୂମିକା ଉଠାଇଛନ୍ତି ବୋଲି କୁହାଯାଉଛି। ଆମେରିକା ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନରେ ସରକାର ପ୍ରତିଷ୍ଠା ହେବ ଏବଂ ସାରା ବିଶ୍ବ ଏଥିନେଇ ଅବଗତ ହେବ ବୋଲି ପୂର୍ବରୁ ତାଲିବାନ ପକ୍ଷରୁ କୁହାଯାଇଥିଲା ବେଳେ ଏଭଳି ପରିର୍ତ୍ତିିତ ପରିବେଶ ସେଠାକାର ସରକାର ଗଠନ ପାଇଁ ତ୍ବରିତ ପ୍ରସ୍ତୁତି ସମ୍ପର୍କରେ ସୂଚିତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର