ଭାରତର ଚେତାବନୀ ପରେ ଭ୍ୟାକ୍ସିନ ନୀତିକୁ ବଦଳାଇଲା ବ୍ରିଟେନ, ‘କୋଭିଶିଲ୍ଡ’ କୁ ଦେଲା ସ୍ବୀକୃତି

The Sakala Picture
Published On

ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ବ୍ରିଟେନ ନିଜ ବିବାଦୀୟ ଟିକା ନୀତିରେ ପରିବର୍ତ୍ତନ କରିଛି। ବ୍ରିଟେନ ଏବେ ଏହାର ସଂଶୋଧିତ ଯାତ୍ରା ନିୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’ କୁ ସ୍ବୀକୃତି ଦେଇଛି। ତଥାପି ବ୍ରିଟେନକୁ ଯାଉଥିବା ଭାରତୀୟମାନଙ୍କୁ ୧୦ ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ। କାରଣ ଭାରତର ଟିକା ସାର୍ଟିଫିକେଟକୁ ବ୍ରିଟେନ ମଞ୍ଜୁରି ଦେଇନାହିଁ । ଭାରତ ବ୍ରିଟେନର ନୂଆ ଟିକା ନୀତି ବିରୋଧରେ ପ୍ରତିବାଦ ଜଣାଇଥିଲା ଏବଂ ‘ଯେସାକୁ ତେସା’ […]

ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ବ୍ରିଟେନ ନିଜ ବିବାଦୀୟ ଟିକା ନୀତିରେ ପରିବର୍ତ୍ତନ କରିଛି। ବ୍ରିଟେନ ଏବେ ଏହାର ସଂଶୋଧିତ ଯାତ୍ରା ନିୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’ କୁ ସ୍ବୀକୃତି ଦେଇଛି। ତଥାପି ବ୍ରିଟେନକୁ ଯାଉଥିବା ଭାରତୀୟମାନଙ୍କୁ ୧୦ ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ। କାରଣ ଭାରତର ଟିକା ସାର୍ଟିଫିକେଟକୁ ବ୍ରିଟେନ ମଞ୍ଜୁରି ଦେଇନାହିଁ ।

ଆହୁରି ପଢ଼ନ୍ତୁ: ଇସଲାମାବାଦ ଆଲୋଚନା ପୂର୍ବରୁ ଇରାନର କଡ଼ା ବାର୍ତ୍ତା: ବିମାନରେ ମିନାବ୍ ଆକ୍ରମଣରେ ନିହତ ପିଲାଙ୍କ ଫଟୋ ରଖିଲେ ବାଚସ୍ପତି ଘାଲିବାଫ୍

ଭାରତ ବ୍ରିଟେନର ନୂଆ ଟିକା ନୀତି ବିରୋଧରେ ପ୍ରତିବାଦ ଜଣାଇଥିଲା ଏବଂ ‘ଯେସାକୁ ତେସା’ ନୀତି ଗ୍ରହଣ କରିବ ବୋଲି ଚେତାବନୀ ଦେଇଥିଲା ଟିକା ନିୟମାବଳୀ ସମ୍ବନ୍ଧରେ ବ୍ରିଟେନର ସଂଶୋଧିତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ଯେ, “ଆଷ୍ଟ୍ରାଜେନେକା କୋଭିଶିଲ୍ଡ, ଆଷ୍ଟ୍ରାଜେନେକା ଭାଜେରିଆ ଏବଂ ମୋଡେର୍ନା ଟିକାକୁ ମାନ୍ୟତା ପ୍ରଦାନ କରାଯାଇଛି। ତେବେ ‘କୋଭିଶିଲ୍ଡ’ର ଦୁଇ ଡୋଜ୍ ଗ୍ରହଣ କରିଥିଲେ ମଧ୍ୟ ବ୍ରିଟେନ ଆସୁଥିବା ଭରତୀୟ ଯାତ୍ରୀଙ୍କୁ ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ।

ଆହୁରି ପଢ଼ନ୍ତୁ: ଅମରନାଥ ଯାତ୍ରା ୨୦୨୬: ଜୁଲାଇ ୩ରୁ ଆରମ୍ଭ ହେବ ପବିତ୍ର ଯାତ୍ରା, ଏପ୍ରିଲ ୧୫ରୁ ପଞ୍ଜୀକରଣ

ଟୀକା ନୀତି ବିଷୟରେ ଭାରତ ବ୍ରିଟେନକୁ ଚେତାବନୀ ଦେଇଥିଲା। ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଥିଲେ ଯେ ଯଦି ଅକ୍ଟୋବର ୪ ସୁଦ୍ଧା ଭାରତର ସମସ୍ୟାର ସମାଧାନ ନହୁଏ, ତେବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ମଧ୍ୟ ସମାନ ପଦକ୍ଷେପ ନିଆଯିବ। ବ୍ରିଟେନର ଏହି ନୀତିକୁ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଭେଦଭାବ ପୂର୍ଣ୍ଣ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଇରାନ ବନ୍ଦର ଉପରେ ଆମେରିକାର ଅବରୋଧ ‘ବିପଜ୍ଜନକ ଓ ଦାୟିତ୍ୱହୀନ’: ଚୀନ

ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହାର କୋଭିଡ -୧୯ ଟିକା ପାଇଁ ସ୍ଥିର ହୋଇଥିବା ନିୟମ ସମୀକ୍ଷା କରିବାକୁ ବ୍ରିଟେନ ସରକାରଙ୍କ ଉପରେ ଚାପ ବଢିଥିଲା। ବ୍ରିଟେନରେ ଥିବା ନ୍ୟାସନାଲ୍ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଏବଂ ଆଲୁମନି ୟୁନିଅନ୍ (ଏଆଇଏସ୍ଏୟୁ) ର ସଭାପତି ସନମ୍ ଆରୋରା ମଧ୍ୟ ବ୍ରିଟେନର ନୂଆ ଟିକା ନୀତିକୁ ବର୍ଣ୍ଣବୈଷମ୍ୟତା ବୋଲି ଅଭିହିତ କରିଥିଲେ । ସେ କହିଥିଲେ, “ବ୍ରିଟେନର ଏହି ଭେଦଭାବପୂର୍ଣ୍ଣ ପଦକ୍ଷେପରେ ଭାରତୀୟ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ସେମାନେ ଅନୁଭବ କରୁଛନ୍ତି ଯେ, ଆମେରିକା ଏବଂ ୟୁଏଇ ତୁଳନାରେ ଭାରତ ପ୍ରତି ଭିନ୍ନ ଆଚରଣ କରାଯାଉଛି ।

22 Sep 2021 By The Sakala

ଭାରତର ଚେତାବନୀ ପରେ ଭ୍ୟାକ୍ସିନ ନୀତିକୁ ବଦଳାଇଲା ବ୍ରିଟେନ, ‘କୋଭିଶିଲ୍ଡ’ କୁ ଦେଲା ସ୍ବୀକୃତି

ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ବ୍ରିଟେନ ନିଜ ବିବାଦୀୟ ଟିକା ନୀତିରେ ପରିବର୍ତ୍ତନ କରିଛି। ବ୍ରିଟେନ ଏବେ ଏହାର ସଂଶୋଧିତ ଯାତ୍ରା ନିୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’ କୁ ସ୍ବୀକୃତି ଦେଇଛି। ତଥାପି ବ୍ରିଟେନକୁ ଯାଉଥିବା ଭାରତୀୟମାନଙ୍କୁ ୧୦ ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ। କାରଣ ଭାରତର ଟିକା ସାର୍ଟିଫିକେଟକୁ ବ୍ରିଟେନ ମଞ୍ଜୁରି ଦେଇନାହିଁ ।

ଭାରତ ବ୍ରିଟେନର ନୂଆ ଟିକା ନୀତି ବିରୋଧରେ ପ୍ରତିବାଦ ଜଣାଇଥିଲା ଏବଂ ‘ଯେସାକୁ ତେସା’ ନୀତି ଗ୍ରହଣ କରିବ ବୋଲି ଚେତାବନୀ ଦେଇଥିଲା ଟିକା ନିୟମାବଳୀ ସମ୍ବନ୍ଧରେ ବ୍ରିଟେନର ସଂଶୋଧିତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ଯେ, “ଆଷ୍ଟ୍ରାଜେନେକା କୋଭିଶିଲ୍ଡ, ଆଷ୍ଟ୍ରାଜେନେକା ଭାଜେରିଆ ଏବଂ ମୋଡେର୍ନା ଟିକାକୁ ମାନ୍ୟତା ପ୍ରଦାନ କରାଯାଇଛି। ତେବେ ‘କୋଭିଶିଲ୍ଡ’ର ଦୁଇ ଡୋଜ୍ ଗ୍ରହଣ କରିଥିଲେ ମଧ୍ୟ ବ୍ରିଟେନ ଆସୁଥିବା ଭରତୀୟ ଯାତ୍ରୀଙ୍କୁ ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ।

ଟୀକା ନୀତି ବିଷୟରେ ଭାରତ ବ୍ରିଟେନକୁ ଚେତାବନୀ ଦେଇଥିଲା। ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଥିଲେ ଯେ ଯଦି ଅକ୍ଟୋବର ୪ ସୁଦ୍ଧା ଭାରତର ସମସ୍ୟାର ସମାଧାନ ନହୁଏ, ତେବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ମଧ୍ୟ ସମାନ ପଦକ୍ଷେପ ନିଆଯିବ। ବ୍ରିଟେନର ଏହି ନୀତିକୁ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଭେଦଭାବ ପୂର୍ଣ୍ଣ ବୋଲି କହିଥିଲେ।

ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହାର କୋଭିଡ -୧୯ ଟିକା ପାଇଁ ସ୍ଥିର ହୋଇଥିବା ନିୟମ ସମୀକ୍ଷା କରିବାକୁ ବ୍ରିଟେନ ସରକାରଙ୍କ ଉପରେ ଚାପ ବଢିଥିଲା। ବ୍ରିଟେନରେ ଥିବା ନ୍ୟାସନାଲ୍ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଏବଂ ଆଲୁମନି ୟୁନିଅନ୍ (ଏଆଇଏସ୍ଏୟୁ) ର ସଭାପତି ସନମ୍ ଆରୋରା ମଧ୍ୟ ବ୍ରିଟେନର ନୂଆ ଟିକା ନୀତିକୁ ବର୍ଣ୍ଣବୈଷମ୍ୟତା ବୋଲି ଅଭିହିତ କରିଥିଲେ । ସେ କହିଥିଲେ, “ବ୍ରିଟେନର ଏହି ଭେଦଭାବପୂର୍ଣ୍ଣ ପଦକ୍ଷେପରେ ଭାରତୀୟ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ସେମାନେ ଅନୁଭବ କରୁଛନ୍ତି ଯେ, ଆମେରିକା ଏବଂ ୟୁଏଇ ତୁଳନାରେ ଭାରତ ପ୍ରତି ଭିନ୍ନ ଆଚରଣ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର