ବିଜେପି ନେତା ମତେ କାଉ,‘ହାଫ୍‌-ପ୍ୟାଣ୍ଟ୍‌’ ମନ୍ତ୍ରୀ କହିଥିଲେ, ତାଙ୍କୁ ସମାଲୋଚନା କରିବା ବେଳେ ପାଟିରୁ ଖସିଗଲା : ଅଖିଳ ଗିରି

The Sakala Picture
Published On

କୋଲକାତା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ସାରା ଦେଶରୁ ବିରୋଧର ଶିକାର ହେବାପରେ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କର ମନ୍ତ୍ରୀ ଅଖିଳ ଗିରି। ବାକ୍ ସଂଯମତା ଭୁଲିଯାଇ ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ ଅଶାଳୀନ ଟିପ୍ପଣୀ ଦେଇଥିଲେ । ଏହାକୁ ବିଜେପି ସହ ସାରା ଦେଶର ବିଭିନ୍ନ ଅନୁଷ୍ଠାନ ନିନ୍ଦା କରିବା ସହିତ ଅଖିଳଙ୍କୁ ଗିରଫ କରିବାକୁ ଦାବି କରିଥିଲା । ଏନେଇ ନିଜ ଦଳ ଓ ଦଳ ବାହାରୁ ଚାପ ପଡ଼ିବା […]

କୋଲକାତା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ସାରା ଦେଶରୁ ବିରୋଧର ଶିକାର ହେବାପରେ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କର ମନ୍ତ୍ରୀ ଅଖିଳ ଗିରି। ବାକ୍ ସଂଯମତା ଭୁଲିଯାଇ ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ ଅଶାଳୀନ ଟିପ୍ପଣୀ ଦେଇଥିଲେ । ଏହାକୁ ବିଜେପି ସହ ସାରା ଦେଶର ବିଭିନ୍ନ ଅନୁଷ୍ଠାନ ନିନ୍ଦା କରିବା ସହିତ ଅଖିଳଙ୍କୁ ଗିରଫ କରିବାକୁ ଦାବି କରିଥିଲା । ଏନେଇ ନିଜ ଦଳ ଓ ଦଳ ବାହାରୁ ଚାପ ପଡ଼ିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ଅଖିଲ ଗିରି ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା: ହରମୁଜ୍ ପ୍ରଣାଳୀ ଖୋଲିବା ସହ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଇରାନର ନିଷ୍ପତ୍ତି

ଟିଏମସି ମନ୍ତ୍ରୀ ଅଖିଲ ଗିରି, “ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦୀର୍ଘ ଦିନ ହେବ ମତେ ସମାଲୋଚନା କରୁଥିଲେ। ମତେ ‘କାଉ’ କହିବା ସହିତ ‘ହାଫ୍‌-ପ୍ୟାଣ୍ଟ୍‌’ ମନ୍ତ୍ରୀ ବି କହିଥିଲେ। ତେଣୁ, ମୁଁ ଚିଡ଼ି ଯାଇଥିଲି। ତାଙ୍କୁ ସମାଲୋଚନା କରିବା ବେଳେ ପାଟିରୁ ଏମିତିକା କଥା ବାହାରି ପଡ଼ିଲା। ମାନ୍ୟବର ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ନେଇ ମୋର କୌଣସି ଉଦ୍ଦେଶ୍ୟ ନଥିଲା। ପ୍ରତିଦିନ ମୋ ଚେହେରା ପାଇଁ ମୋତେ ଅସମ୍ମାନ କରେ ବିଜେପି। ଏହାର ଜବାବ ଦେବା ବେଳେ ମୁଁ ଭୁଲ କରିଛି। ମୁଁ ଏପରି ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗୁଛି। ଆମ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି।

ଆହୁରି ପଢ଼ନ୍ତୁ: ସରଣ୍ଡା ଜଙ୍ଗଲରେ ଯବାନ-ମାଓବାଦୀ ଭୟାବହ ଗୁଳି ବିନିମୟ; ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

ସୂଚନାଯୋଗ୍ୟ ନନ୍ଦିଗ୍ରାମର ଏକ ଗାଁରେ ଆୟୋଜିତ ଏକ ରାଲିରେ ଅଖିଳ ଗିରି କହିଥିଲେ ଯେତୃଣମୂଳ କଂଗ୍ରେସ ଲୋକଙ୍କ ରୂପ ଓ ଚେହେରାକୁ ନେଇ ବିଚାର କରିନଥାଏ । ‘ଶୁଭେନ୍ଦୁ ଅଧିକାରୀ କହୁଛନ୍ତି ମୁଁ ସୁନ୍ଦର ନୁହେଁ । ସେ ବି ନିଜକୁ ଦେଖିବା ଦରକାର । ଆମେ ଆପଣଙ୍କ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ । ଆପଣଙ୍କ ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି’ ବୋଲି ଟିପ୍ପଣୀ ଦେଇଥିଲେ । ମହାମହିମଙ୍କୁ ନେଇ ଅଖିଲଙ୍କ ଏପରି ବିବାଦୀୟ ବୟାନକୁ ବିରୋଧ କରିଛି ବିଜେପି । ବିଭିନ୍ନ ସ୍ଥାନରେ ଅଖିଳଙ୍କ ବିରୋଧରେ ନାରାବାଜି କରିବା ସହିତ ଗିରଫ ପାଇଁ ଦାବି ହୋଇଛି।ପଶ୍ଚିମବଙ୍ଗ ବିଜେପି ଅଖିଳଙ୍କ ୧୭ ସେକେଣ୍ଡ ଭିଡିଓକୁ ସେୟାର କରି ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସ ଆଦବାସୀ ବିରୋଧୀ ବୋଲି ଅଭିଯୋଗ କରିଛି

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

12 Nov 2022 By The Sakala

ବିଜେପି ନେତା ମତେ କାଉ,‘ହାଫ୍‌-ପ୍ୟାଣ୍ଟ୍‌’ ମନ୍ତ୍ରୀ କହିଥିଲେ, ତାଙ୍କୁ ସମାଲୋଚନା କରିବା ବେଳେ ପାଟିରୁ ଖସିଗଲା : ଅଖିଳ ଗିରି

କୋଲକାତା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ସାରା ଦେଶରୁ ବିରୋଧର ଶିକାର ହେବାପରେ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କର ମନ୍ତ୍ରୀ ଅଖିଳ ଗିରି। ବାକ୍ ସଂଯମତା ଭୁଲିଯାଇ ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ ଅଶାଳୀନ ଟିପ୍ପଣୀ ଦେଇଥିଲେ । ଏହାକୁ ବିଜେପି ସହ ସାରା ଦେଶର ବିଭିନ୍ନ ଅନୁଷ୍ଠାନ ନିନ୍ଦା କରିବା ସହିତ ଅଖିଳଙ୍କୁ ଗିରଫ କରିବାକୁ ଦାବି କରିଥିଲା । ଏନେଇ ନିଜ ଦଳ ଓ ଦଳ ବାହାରୁ ଚାପ ପଡ଼ିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ଅଖିଲ ଗିରି ।

ଟିଏମସି ମନ୍ତ୍ରୀ ଅଖିଲ ଗିରି, “ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦୀର୍ଘ ଦିନ ହେବ ମତେ ସମାଲୋଚନା କରୁଥିଲେ। ମତେ ‘କାଉ’ କହିବା ସହିତ ‘ହାଫ୍‌-ପ୍ୟାଣ୍ଟ୍‌’ ମନ୍ତ୍ରୀ ବି କହିଥିଲେ। ତେଣୁ, ମୁଁ ଚିଡ଼ି ଯାଇଥିଲି। ତାଙ୍କୁ ସମାଲୋଚନା କରିବା ବେଳେ ପାଟିରୁ ଏମିତିକା କଥା ବାହାରି ପଡ଼ିଲା। ମାନ୍ୟବର ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ନେଇ ମୋର କୌଣସି ଉଦ୍ଦେଶ୍ୟ ନଥିଲା। ପ୍ରତିଦିନ ମୋ ଚେହେରା ପାଇଁ ମୋତେ ଅସମ୍ମାନ କରେ ବିଜେପି। ଏହାର ଜବାବ ଦେବା ବେଳେ ମୁଁ ଭୁଲ କରିଛି। ମୁଁ ଏପରି ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗୁଛି। ଆମ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି।

ସୂଚନାଯୋଗ୍ୟ ନନ୍ଦିଗ୍ରାମର ଏକ ଗାଁରେ ଆୟୋଜିତ ଏକ ରାଲିରେ ଅଖିଳ ଗିରି କହିଥିଲେ ଯେତୃଣମୂଳ କଂଗ୍ରେସ ଲୋକଙ୍କ ରୂପ ଓ ଚେହେରାକୁ ନେଇ ବିଚାର କରିନଥାଏ । ‘ଶୁଭେନ୍ଦୁ ଅଧିକାରୀ କହୁଛନ୍ତି ମୁଁ ସୁନ୍ଦର ନୁହେଁ । ସେ ବି ନିଜକୁ ଦେଖିବା ଦରକାର । ଆମେ ଆପଣଙ୍କ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ । ଆପଣଙ୍କ ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି’ ବୋଲି ଟିପ୍ପଣୀ ଦେଇଥିଲେ । ମହାମହିମଙ୍କୁ ନେଇ ଅଖିଲଙ୍କ ଏପରି ବିବାଦୀୟ ବୟାନକୁ ବିରୋଧ କରିଛି ବିଜେପି । ବିଭିନ୍ନ ସ୍ଥାନରେ ଅଖିଳଙ୍କ ବିରୋଧରେ ନାରାବାଜି କରିବା ସହିତ ଗିରଫ ପାଇଁ ଦାବି ହୋଇଛି।ପଶ୍ଚିମବଙ୍ଗ ବିଜେପି ଅଖିଳଙ୍କ ୧୭ ସେକେଣ୍ଡ ଭିଡିଓକୁ ସେୟାର କରି ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସ ଆଦବାସୀ ବିରୋଧୀ ବୋଲି ଅଭିଯୋଗ କରିଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର