ଟିଏମସି ନେତାଙ୍କ ବିବାଦୀୟ ବୟାନ କହିଲେ ଭାରତର ୩୦% ମୁସଲିମ ଏକଜୁଟ ହେଲେ ଗଠନ ହେବ ୪ ପାକିସ୍ତାନ

The Sakala Picture
Published On

କୋଲକାତା : ଆସନ୍ତାକାଲି ପଶ୍ଚିମବଙ୍ଗ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରଚାର ଅଭିଯାନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇପଡ଼ିଛି। ବିଶେଷକରି ଏହି ନିର୍ବାଚନରେ ବିଜେପି ଏବଂ ଟିଏମସି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ରାଜନୀତିକୁ ଆହୁରି ସରଗରମ କରିଛି। ହେଲେ ଏଭଳି ସ୍ଥିତିରେ ଟିଏମସି ନେତା ଶେଖ ଆଲମ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚିତ ହୋଇପଡ଼ିଛନ୍ତି। ସେ ଭାରତରେ ରହୁଥିବା […]

କୋଲକାତା : ଆସନ୍ତାକାଲି ପଶ୍ଚିମବଙ୍ଗ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରଚାର ଅଭିଯାନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇପଡ଼ିଛି। ବିଶେଷକରି ଏହି ନିର୍ବାଚନରେ ବିଜେପି ଏବଂ ଟିଏମସି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ରାଜନୀତିକୁ ଆହୁରି ସରଗରମ କରିଛି। ହେଲେ ଏଭଳି ସ୍ଥିତିରେ ଟିଏମସି ନେତା ଶେଖ ଆଲମ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚିତ ହୋଇପଡ଼ିଛନ୍ତି। ସେ ଭାରତରେ ରହୁଥିବା ମୁସଲମାନମାନଙ୍କୁ ଆଉ ଏକ ପାକିସ୍ତାନ ତିଆରି କରିବା ପାଇଁ ଆହ୍ୱାନ ଦେଇଛନ୍ତି। ମୁସଲମାନ ମାନେ ଅଧିକରୁ ଅଧିକ ସନ୍ତାନ ଜନ୍ମ କରି ନୂଆ ପାକିସ୍ତାନ ତିଆରି କରିବା ଦରକାର ବୋଲି ଶେଖ ଆଲାମ କହିଛନ୍ତି।

ଆହୁରି ପଢ଼ନ୍ତୁ: ୧୫,୦୦୦ କୋଟିର ଛାଡ଼ପତ୍ର ମାମଲା! ଜୋହୋ ସିଇଓ ଶ୍ରୀଧର ଭେମ୍ବୁଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ପ୍ରମିଳା

ସେ କହିଛନ୍ତି ଯେ, ଭାରତରେ ମୁସଲମାନଙ୍କ ସଂଖ୍ୟା ୩୦ ପ୍ରତିଶତ ରହିଛି। କିନ୍ତୁ ସବୁ ମୁସଲମାନ ଯଦି ଏକାଠି ହେବେ ତେବେ ଆଉ ୪ଟି ପାକିସ୍ତାନ ପ୍ରତିଷ୍ଠା କରାଯାଇପାରିବ। ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ନାନୁର ନିର୍ବାଚନ ମଣ୍ଡଳୀ ପାଇଁ ଟିଏମସି ପ୍ରାର୍ଥୀ ବିଧାନଚନ୍ଦ୍ର ମାଝୀଙ୍କ ପାଇଁ ପ୍ରଚାର କରିବା ବେଳେ ଶେଖ ଆଲମ ଏଭଳି ମନ୍ତବ୍ୟ ରଖିଛନ୍ତି ବୋଲି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟ୍ବିଟ୍‌ ଜରିଆରେ ଉଲ୍ଲେଖ କରିଛନ୍ତି। ଆଲାମଙ୍କ ଏଭଳି ବିବାଦୀୟ ବୟାନକୁ ନେଇ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ତଥା ଦଳର ମହାସଚିବ କୌଳାଶ ବିଜୟଭର୍ଗିଆ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି ଯେ ମମତା ବାନାର୍ଜୀ ଭୋଟ୍ ପାଇବା ପାଇଁ ଯାହା କରୁଛନ୍ତି ତାହା ନିନ୍ଦନୀୟ। କେବଳ ଆଲାମ ନୁହଁନ୍ତି, ଏହା ପୂର୍ବରୁ ଗାର୍ଡେନ ରିଚ୍‌ ଅଞ୍ଚଳରେ ପ୍ରଚାର ଅଭିଯାନରେ ଯାଇଥିବା ବେଳେ ମମତାଙ୍କ ସରକାରରେ ମନ୍ତ୍ରୀ ରହିଥିବା ଫରିଦ୍‌ ହାକିମ ଏହି ଅଞ୍ଚଳକୁ ’ମିନି ପାକିସ୍ତାନ’ର ଆଖ୍ୟା ଦେଇ ଚର୍ଚ୍ଚିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଆପ୍ ନେତା ଲକି ଓବରଏଙ୍କୁ ଗୁଳି କରି ହତ୍ୟା; ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp