ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍

The Sakala Picture
Published On

ଭୁବନେଶ୍ବର: ରାଜ୍ୟସଭାରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍  ପଡ଼ିଲାନାହିଁ । ଗତକାଲି ଲୋକସଭାରେ ପାସ୍ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍। ମହିଳା ସଂରକ୍ଷଣ ବିଲକୁ ରାଜ୍ୟସଭାରେ ବିଜେଡି ସମର୍ଥନ କରିଥିଲା। ଏହାକୁ ସମର୍ଥନ ଜଣାଇଥିଲେ ବିଜେଡି ସାଂସଦ ମାନସ […]

ଭୁବନେଶ୍ବର: ରାଜ୍ୟସଭାରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍  ପଡ଼ିଲାନାହିଁ । ଗତକାଲି ଲୋକସଭାରେ ପାସ୍ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ମହିଳା ସଂରକ୍ଷଣ ବିଲକୁ ରାଜ୍ୟସଭାରେ ବିଜେଡି ସମର୍ଥନ କରିଥିଲା। ଏହାକୁ ସମର୍ଥନ ଜଣାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ମହିଳା ସଂରକ୍ଷଣ ବିଲ ପାରିତ କରିବା ପାଇଁ ବିଜୁ ଜନତା ଦଳ ଅନେକ ଦିନରୁ ଦାବି କରିଆସୁଥିଲା। ଏହି ବିଲ ପାରିତ ହେବା ସଙ୍ଗେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସର ବିଜୟ ହେବ ବୋଲି ସାଂସଦ ମାନସ ମଙ୍ଗରାଜ କହିଥିଲେ। ୨୦୧୮ ମସିହାରେ ବିଜୁ ଜନତା ଦଳ ର ପ୍ରତିନିଧି ୨୨ଟି ଦଳକୁ ଭେଟି ଏହି ବିଲ ପାରିତ କରିବା ପାଇଁ ସମର୍ଥନ ଲୋଡିଥିଲେ । ଏହି ବିଲ ମହିଳାଙ୍କୁ ସଶକ୍ତ କରିବ ବୋଲି ସାଂସଦ ମାନସ ମଙ୍ଗରାଜ କହିଥିଲେ।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ଗତକାଲି ଲୋକସଭାରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୪୫୪ଖଣ୍ଡ ଭୋଟ୍ ପଡିଥିବା ବେଳେ ବିଲ୍ ବିରୋଧରେ ପଡ଼ିଥିଲା ମାତ୍ର ୨ଟି ଭୋଟ୍ । ଏହା ପୂର୍ବରୁ ବିଲ୍ ନେଇ ଲୋକସଭାରେ ଭରପୂର ଆଲୋଚନା ହୋଇଥିଲା। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ଅଧିକାଂଶ ଦଳର ସାଂସଦ ବିଲକୁ ସମର୍ଥନ କରିଥିଲେ । ଓବିସି, ଏସସି, ଏସଟି ବର୍ଗର ମହିଳାଙ୍କୁ ଏଥିରେ ସାମିଲ କରିବା ଲାଗି ସୋନିଆ ଦାବି କରିଥିଲେ। ରାହୁଲ ଗାନ୍ଧୀ ବିଲକୁ ସମର୍ଥନ କରିଥିଲେ । ତେବେ ୯୦ ଜଣ ସଚିବଙ୍କ ମଧ୍ୟରୁ ମାତ୍ର ୩ଜଣ ଓବିସି ବର୍ଗର ରହିଥିବା କହି କଟାକ୍ଷ କରିଥିଲେ। ସେପଟେ ମହିଳା ବିଲ୍ ଲାଗି ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥିଲେ ବିଜେଡି ସାଂସଦ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ବିଧେୟକ ବିଷୟରେ ଆଲୋଚନା କରି ମହିଳାଙ୍କ ପ୍ରଗତି ପାଇଁ ବିଲ୍‌ ଆଗତ କରାଯାଇଥିବା କହିଥିଲେ । ବିଲ୍‌ ପାସ୍‌ ହେବା ପରେ ସିଟ୍‌ରେ ଅଂଶୀଦାର ବଢିବ । ମହିଳାଙ୍କୁ ସମାନତା ମିଳିବ ।

ସେପଟେ ଲୋକସଭାରେ ପ୍ରଥମେ ଆଲୋଚନାରେ ଭାଗ ନେଇ ଗତକାଲି ସୋନିଆ କହିଥିଲେ ଯେ, ତାଙ୍କ ଜୀବନ ସାଥୀ ରାଜୀବ ଗାନ୍ଧୀ ପ୍ରଥମେ ସମ୍ବିଧାନ ସଂଶୋଧନ କରିଥିଲେ । ବିଲ ଲାଗୁ କରିବାରେ ଡେରି କରିବା ମହିଳାଙ୍କ ପ୍ରତି ଅନ୍ୟାୟ ହେବ । ୧୩ ବର୍ଷ ତଳୁ ମହିଳାମାନେ ଏହି ବିଲ ପାଇଁ ଅପେକ୍ଷା କରିଛନ୍ତି ।

21 Sep 2023 By The Sakala

ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍

ଭୁବନେଶ୍ବର: ରାଜ୍ୟସଭାରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍  ପଡ଼ିଲାନାହିଁ । ଗତକାଲି ଲୋକସଭାରେ ପାସ୍ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍।

ମହିଳା ସଂରକ୍ଷଣ ବିଲକୁ ରାଜ୍ୟସଭାରେ ବିଜେଡି ସମର୍ଥନ କରିଥିଲା। ଏହାକୁ ସମର୍ଥନ ଜଣାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ମହିଳା ସଂରକ୍ଷଣ ବିଲ ପାରିତ କରିବା ପାଇଁ ବିଜୁ ଜନତା ଦଳ ଅନେକ ଦିନରୁ ଦାବି କରିଆସୁଥିଲା। ଏହି ବିଲ ପାରିତ ହେବା ସଙ୍ଗେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସର ବିଜୟ ହେବ ବୋଲି ସାଂସଦ ମାନସ ମଙ୍ଗରାଜ କହିଥିଲେ। ୨୦୧୮ ମସିହାରେ ବିଜୁ ଜନତା ଦଳ ର ପ୍ରତିନିଧି ୨୨ଟି ଦଳକୁ ଭେଟି ଏହି ବିଲ ପାରିତ କରିବା ପାଇଁ ସମର୍ଥନ ଲୋଡିଥିଲେ । ଏହି ବିଲ ମହିଳାଙ୍କୁ ସଶକ୍ତ କରିବ ବୋଲି ସାଂସଦ ମାନସ ମଙ୍ଗରାଜ କହିଥିଲେ।

ସୂଚନା ଅନୁଯାୟୀ, ଗତକାଲି ଲୋକସଭାରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୪୫୪ଖଣ୍ଡ ଭୋଟ୍ ପଡିଥିବା ବେଳେ ବିଲ୍ ବିରୋଧରେ ପଡ଼ିଥିଲା ମାତ୍ର ୨ଟି ଭୋଟ୍ । ଏହା ପୂର୍ବରୁ ବିଲ୍ ନେଇ ଲୋକସଭାରେ ଭରପୂର ଆଲୋଚନା ହୋଇଥିଲା। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ଅଧିକାଂଶ ଦଳର ସାଂସଦ ବିଲକୁ ସମର୍ଥନ କରିଥିଲେ । ଓବିସି, ଏସସି, ଏସଟି ବର୍ଗର ମହିଳାଙ୍କୁ ଏଥିରେ ସାମିଲ କରିବା ଲାଗି ସୋନିଆ ଦାବି କରିଥିଲେ। ରାହୁଲ ଗାନ୍ଧୀ ବିଲକୁ ସମର୍ଥନ କରିଥିଲେ । ତେବେ ୯୦ ଜଣ ସଚିବଙ୍କ ମଧ୍ୟରୁ ମାତ୍ର ୩ଜଣ ଓବିସି ବର୍ଗର ରହିଥିବା କହି କଟାକ୍ଷ କରିଥିଲେ। ସେପଟେ ମହିଳା ବିଲ୍ ଲାଗି ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥିଲେ ବିଜେଡି ସାଂସଦ।

କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ବିଧେୟକ ବିଷୟରେ ଆଲୋଚନା କରି ମହିଳାଙ୍କ ପ୍ରଗତି ପାଇଁ ବିଲ୍‌ ଆଗତ କରାଯାଇଥିବା କହିଥିଲେ । ବିଲ୍‌ ପାସ୍‌ ହେବା ପରେ ସିଟ୍‌ରେ ଅଂଶୀଦାର ବଢିବ । ମହିଳାଙ୍କୁ ସମାନତା ମିଳିବ ।

ସେପଟେ ଲୋକସଭାରେ ପ୍ରଥମେ ଆଲୋଚନାରେ ଭାଗ ନେଇ ଗତକାଲି ସୋନିଆ କହିଥିଲେ ଯେ, ତାଙ୍କ ଜୀବନ ସାଥୀ ରାଜୀବ ଗାନ୍ଧୀ ପ୍ରଥମେ ସମ୍ବିଧାନ ସଂଶୋଧନ କରିଥିଲେ । ବିଲ ଲାଗୁ କରିବାରେ ଡେରି କରିବା ମହିଳାଙ୍କ ପ୍ରତି ଅନ୍ୟାୟ ହେବ । ୧୩ ବର୍ଷ ତଳୁ ମହିଳାମାନେ ଏହି ବିଲ ପାଇଁ ଅପେକ୍ଷା କରିଛନ୍ତି ।

https://www.thesakala.in/national-international/the-womens-reservation-bill-passed-by-a-majority-in-both-the-houses-of-parliament/article-25642
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର