ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ସ୍ୱୀକୃତି? କାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଭାରତରେ ଅନୁମତି ଦିଆଯିବ କି ନାହିଁ ସେ ନେଇ ସାରାଦେଶରେ ନ୍ୟାୟିକ, ରାଜନୈତିକ ଓ ସାମାଜିକ ବିତର୍କ ତୀବ୍ରତର ହୋଇଥିବା ବେଳେ କାଲି ଆସିବ ‘ସୁପ୍ରିମ’ ରାୟ। ସମଲିଙ୍ଗୀ ବିବାହକୁ ଭାରତରେ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା କାଲି ସୁପ୍ରିମକୋର୍ଟଙ୍କ ରାୟ ଆସିବ ବୋଲି ଜଣାପଡିଛି। ଗତ ମେ’ ମାସରେ ଏନେଇ ହୋଇଥିବା ଏକାଧିକ ଆବେଦନର ମାରଥନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ପ୍ରଧାନ […]
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଭାରତରେ ଅନୁମତି ଦିଆଯିବ କି ନାହିଁ ସେ ନେଇ ସାରାଦେଶରେ ନ୍ୟାୟିକ, ରାଜନୈତିକ ଓ ସାମାଜିକ ବିତର୍କ ତୀବ୍ରତର ହୋଇଥିବା ବେଳେ କାଲି ଆସିବ ‘ସୁପ୍ରିମ’ ରାୟ। ସମଲିଙ୍ଗୀ ବିବାହକୁ ଭାରତରେ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା କାଲି ସୁପ୍ରିମକୋର୍ଟଙ୍କ ରାୟ ଆସିବ ବୋଲି ଜଣାପଡିଛି। ଗତ ମେ’ ମାସରେ ଏନେଇ ହୋଇଥିବା ଏକାଧିକ ଆବେଦନର ମାରଥନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ସିଜେଆଇଙ୍କ ବ୍ୟତୀତ ଖଣ୍ଡପୀଠରେ ଜଷ୍ଟିସ ଏସ୍କେ କୌଲ, ଜଷ୍ଟିସ ଏସ୍ଆର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସୀମା ରହିଛନ୍ତି।
୧୦ ଦିନ ମାରାଥନ୍ ଶୁଣାଣି ପରେ ନିଷ୍ପତ୍ତି ସଂରକ୍ଷିତ
ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇବା ପାଇଁ ଆବେଦନଗୁଡ଼ିକର ଶୁଣାଣି ଶେଷ କରିସାରିଥିବା ଏହି ବେଞ୍ଚ ମେ ୧୧ରେ ଏହାର ରାୟ ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୧୦ ଦିନ ଧରି ମାମଲାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ। ୧୮ ଯୋଡ଼ା ସମଲିଙ୍ଗୀ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ଆବେଦନ କରିଥିଲେ। ସେମାନେ ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ମାନ୍ୟତା ପାଇଁ ଦାବି ଅନୁରୋଧ କରିଛନ୍ତି। ଦେଶରେ ପ୍ରଚଳିତ ସ୍ୱତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ମଧ୍ୟ ସାମିଲ କରିବାକୁ ସେମାନେ କହିଛନ୍ତି।
ସରକାରଙ୍କ ଯୁକ୍ତି – ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ଉପରେ ସାମ୍ବିଧାନିକ ଘୋଷଣାକୁ ଏଡ଼ାଇବା ଉଚିତ୍
ପାଞ୍ଚ ସଦସ୍ୟ ବିଶିଷ୍ଟ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିବା ବେଳେ ଏହି ମାମଲାକୁ କେନ୍ଦ୍ର ସରକାର କିନ୍ତୁ ବିରୋଧ କରିଥିଲେ।। କେନ୍ଦ୍ର ସରକାରଙ୍କ କହିବା କଥା, ଏହି ମାମଲାରେ ଆବେଦନକାରୀଙ୍କ ଆବେଦନ ସଠିକ୍ କି ନୁହେଁ, ଆଗ ସେ ନେଇ ବିଚାର କରାଯାଉ । ଏହାପରେ ଯାଇ ସମଲିଙ୍ଗୀ ବିବାହ ସମ୍ପର୍କରେ ବିଚାର କରାଯିବ । କେନ୍ଦ୍ର ସରକାରଙ୍କ କହିବା କଥା, ଆବେଦନକାରୀଙ୍କ ଆବେଦନ କେବଳ କିଛି ସହରୀ ଆଭିଜାତ୍ୟପୂର୍ଣ୍ଣ ବିଚାରକୁ ଦର୍ଶାଉଛି । ଏହି ଆବେଦନରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବିଚାର ଉପରେ କେନ୍ଦ୍ର ସରକାର ପ୍ରଶ୍ନ କରିଛନ୍ତି। କେନ୍ଦ୍ର କହିଛି ଯେ ବିବାହ ଏକ ସାମାଜିକ ସ୍ୱୀକୃତି ଏବଂ ଏହା ନ୍ୟାୟପାଳିକାର ଅଧୀନରେ ନାହିଁ।
ସୁପ୍ରିମକୋର୍ଟକୁ ସତ୍ୟପାଠ ମାଧ୍ୟମରେ କେନ୍ଦ୍ର ସରକାର ଜଣାଇଥିଲେ ଯେ ସମଲିଙ୍ଗୀ ବିବାହ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ବିରୋଧୀ ହୋଇଥିବା ବେଳେ ଭାରତୀୟ ପାରିବାରିକ ପରିକଳ୍ପନାର ମଧ୍ୟ ପରିପନ୍ଥୀ ନୁହେଁ। ଭାରତର ସମାଜିକ ଏବଂ ବୈବାହିକ ଜୀବନ ଅର୍ଥ ଏକ ପରିବାର। ଗୋଟିଏ ପରିବାରର କଥା ଉଠିଲେ ସେଥିରେ ସ୍ବାମୀ, ପତ୍ନୀ ଏବଂ ସନ୍ତାନ ସନ୍ତତିଙ୍କ ବିଷୟ ଆସେ। କିନ୍ତୁ ଏହି ବ୍ୟବସ୍ଥା ସହିତ ବିବାହ ନ କରି ଦୁଇ ଜଣ ସାଥୀଭାବେ ଏକାଠି ରହିବା କିମ୍ବା ସମଲିଙ୍ଗୀଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନ କରିବା ଆଦୌ ତୁଳନୀୟ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ।
ସମଲିଙ୍ଗୀ ଯୌନ ସମ୍ପର୍କକୁ ମିଳିସାରିଛି ନ୍ୟାୟିକ ସ୍ବୀକୃତି
ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଏବେ ବିବାଦ ଚାଲିଥିବା ବେଳେ ପୂର୍ବରୁ ସମଲିଙ୍ଗୀ ଯୌନ ସମ୍ପର୍କକୁ ନ୍ୟାୟିକ ସ୍ବୀକୃତି ମିଳିସାରିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ଏକ ଆବେଦନର ବିଚାର କରି ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ୨୦୧୮ରେ ଏହାକୁ ଆଇନସମ୍ମତ ବୋଲି କହିସାରିଛନ୍ତି। ବ୍ରିଟିଶ ଶାସନକାଳରେ ୧୮୬୦ ମସିହାରେ ଯେତେବେଳେ ଭାରତୀୟ ପିଙ୍ଗଳ କୋଡ୍(ଆଇପିସି)ପ୍ରସ୍ତୁତ ହୋଇଥିଲା ସେତେବେଳେ ଏହାର ଧାରା ୩୭୭ରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ପ୍ରକୃତି ବିରୋଧୀ କୁହାଯାଇ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଥିଲା। କିନ୍ତୁ ଅଧିକାଂଶ ସମୟରେ ସମଲିଙ୍ଗୀ ଏବଂ କିନ୍ନରମାନଙ୍କୁ ସମାଜରେ ନ୍ୟାୟ ମିଳୁ ନଥିବା ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ଅନ୍ୟାୟ ଓ ପକ୍ଷପାତିତାର ଶିକାର ହେଉଥିବା ଦର୍ଶାଇ ଜଷ୍ଟିସ୍ ମିଶ୍ର ଆଇପିସି ଧାରା ୩୭୭କୁ କୋହଳ କରିବା ସହିତ ସମଲିଙ୍ଗୀ ଯୌନ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ।