ଘୃଣା ସୃଷ୍ଟିକାରୀ ବୟାନକୁ ନେଇ ଟିଭି ଚ୍ୟାନେଲ ଗୁଡିକ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ଘୃଣା ଓ ବିବାଦ ସୃଷ୍ଟିକାରୀ ବୟାନକୁ ନେଇ କଡା ଆଭିମୁଖ୍ୟ ପ୍ରକାଶ କରି ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ କହିଛନ୍ତି ଯେ, ସବୁଠୁ ଅଧିକ ଘୃଣା ସୃଷ୍ଟିକାରୀ ବୟାନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ଆମ ଦେଶର ଗତି କୁଆଡେ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ଏନେଇ ଟିଭି ଆଙ୍କର(ଉପସ୍ଥାପକ)ଙ୍କ ବଡ ଦାୟିତ୍ଵ ରହିଛି। କିନ୍ତୁ ସେମାନେ ଡକାଇଥିବା ଅତିଥିଙ୍କୁ କହିବାକୁ ସମୟ ଦେଉ ନାହାନ୍ତି। ଟିଭି ବିତର୍କ […]

ନୂଆଦିଲ୍ଲୀ : ଘୃଣା ଓ ବିବାଦ ସୃଷ୍ଟିକାରୀ ବୟାନକୁ ନେଇ କଡା ଆଭିମୁଖ୍ୟ ପ୍ରକାଶ କରି ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ କହିଛନ୍ତି ଯେ, ସବୁଠୁ ଅଧିକ ଘୃଣା ସୃଷ୍ଟିକାରୀ ବୟାନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ଆମ ଦେଶର ଗତି କୁଆଡେ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ଏନେଇ ଟିଭି ଆଙ୍କର(ଉପସ୍ଥାପକ)ଙ୍କ ବଡ ଦାୟିତ୍ଵ ରହିଛି। କିନ୍ତୁ ସେମାନେ ଡକାଇଥିବା ଅତିଥିଙ୍କୁ କହିବାକୁ ସମୟ ଦେଉ ନାହାନ୍ତି। ଟିଭି ବିତର୍କ ଗୁଡ଼ିକରେ ଘୃଣିତ ବୟାନ ଦିଆଯାଉଛି। ଏସବୁ ଘଟଣାରେ କେନ୍ଦ୍ର ସରକାର ନିରବ କାହିଁକି ଅଛନ୍ତି ? ମିଡିଆ ପାଇଁ ଏକ ନିୟାମକ ସଂସ୍ଥାର ଆବଶ୍ୟକତା ରହିଛି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ଭିତରେ ଏହି ମାମଲାରେ ଜବାବ ଦେବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୩ ତାରିଖ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଟାଇମ୍ ୧୦୦ ତାଲିକାରେ ସ୍ଥାନ ପାଇଲେ ସେଫ୍ ବିକାଶ ଖାନ୍ନା, କହିଲେ- 'ମୁଁ ଗର୍ବର ସହ ନିଜକୁ କରି ବୟ କହେ'

ଘୃଣା ସୃଷ୍ଟିକାରୀ ବୟାନକୁ ନେଇ ଦାଖଲ ଆବେଦନର ଶୁଣାଣି କରି ବିଚାରପତି କେଏମ ଯୋଶେଫ କହିଛନ୍ତି ଯେ, ରାଜନୈତିକ ଦଳ ଗୁଡିକ ଟିଭି ବିତର୍କକୁ ନିଜର ସବୁଠୁ ବଡ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଟିଭି ଚ୍ୟାନେଲ ରାଜନୈତିକ ଦଳଗୁଡିକ ପାଇଁ ମଞ୍ଚ ପରି କାମ କରୁଛନ୍ତି। ସବୁଠୁ ଅଧିକ ଘୃଣାଭରା ଭାଷଣ ଟିଭି, ସାମାଜିକ ଗଣମାଧ୍ୟମରେ ଦିଆଯାଉଛି। ଦୁର୍ଭାଗ୍ୟର କଥା ଆମ ନିକଟରେ ଟିଭି ଉପରେ ଲଗାମ ଲଗାଇବା ପାଇଁ କୌଣସି ନିୟାମକ ତନ୍ତ୍ର ନାହିଁ। ଏମିତି ଘୃଣିତ ବୟାନ ପାଇଁ ଇଂଲଣ୍ଡର ଏକ ଟିଭି ଚ୍ୟାନେଲ୍‌ ଉପରେ ମୋଟା ଅଙ୍କର ଜରିମାନା ଲଗାଯାଇଥିଲା। ବିଡମ୍ବନାର କଥା ସେମିତି ପ୍ରଣାଳୀ ଭାରତରେ ନାହିଁ।

ଆହୁରି ପଢ଼ନ୍ତୁ: ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆରୁ ସେନା ଅଧିକାରୀ: ହାର୍ଭାର୍ଡ ପିଏଚଡି ଛାଡି ସେନାରେ ଲେଫ୍ଟନାଣ୍ଟ୍ ହେଲେ କଶିଶ୍ ମେଥୱାନୀ

ଉପସ୍ଥାପକ ମାନଙ୍କୁ ଏହା ଜଣାଇ ଦେବା ଉଚିତ୍ ଯେ, ଯଦି ଆପଣ ଭୁଲ୍ କରୁଛନ୍ତି ତେବେ ଆପଣଙ୍କୁ ପରିଣାମ ଭୋଗିବାକୁ ପଡିବ। ସମସ୍ୟା ସେତେବେଳେ ଉପୁଜିଥାଏ ଯେତେବେଳେ ଆପଣ କୌଣସି କାର୍ଯ୍ୟକ୍ରମ ସମୟରେ କୌଣସି ବ୍ୟକ୍ତିଙ୍କ ସ୍ଵରକୁ ଚପାଇ ରଖନ୍ତି। ସଂପ୍ରତି ଟିଭି ଖୋଲିବା ମାତ୍ରେ କେବଳ ଏମିତି ଦୃଶ୍ୟ ହିଁ ଦେଖିବାକୁ ମିଳୁଛି। ପ୍ରତ୍ୟେକଙ୍କୁ ନିଜସ୍ଵ କାମ କରିବାର ସ୍ଵାଧୀନତା ରହିଛି। ଆଉ ରାଜନେତା ମାନେ ଏହାର ଖୁବ୍ ଫାଇଦା ଉଠାଉଛନ୍ତି। ଗଣତନ୍ତ୍ରରେ ଯେତୋଟି ସ୍ତମ୍ଭ ରହିଛି ସମସ୍ତେ ସ୍ଵତନ୍ତ୍ର। ଏଥିରେ ଟିଭି ଚ୍ୟାନେଲଗୁଡିକୁ ଶିକାର ହେବା ଉଚିତ୍ ନୁହେଁ ବୋଲି ବିଚାରପତି କେଏମ ଯୋଶେଫ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ସେ କହିଛନ୍ତି, ଆପଣ ଅତିଥିଙ୍କୁ ବିତର୍କ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରୁଛନ୍ତି ଏବଂ ସେଠାରେ ସେମାନଙ୍କୁ ଅସମ୍ମାନ କରୁଛନ୍ତି। ଏମିତି ଅବସ୍ଥା ପ୍ରାୟ ସମସ୍ତ ଚ୍ୟାନେଲରେ ଦେଖିବାକୁ ମିଳୁଛି। ଚ୍ୟାନେଲ ଗୁଡିକ ପାଇଁ ଏକ ପ୍ରଣାଳୀ ରହିବା ଉଚିତ୍। ଉପସ୍ଥାପକ ଦୀର୍ଘ ସମୟ ଏବଂ ଲମ୍ବା ଲମ୍ବା ପ୍ରଶ୍ନ କରୁଛନ୍ତି, ଅଥଚ ଅତିଥିଙ୍କୁ କହିବାକୁ ଦେଉନାହାନ୍ତି। ସେମାନଙ୍କର ଉତ୍ତର ମନ ପସନ୍ଦର ହୋଇନଥିଲେ ଆଙ୍କର ସେମାନଙ୍କ ଉପରେ ଚଢି ଯାଉଛନ୍ତି। କେନ୍ଦ୍ର ସରକାରଙ୍କୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ଏକ କଠୋର ନିୟାମକ ତନ୍ତ୍ର ସ୍ଥାପନ କରାଯିବା ଉଚିତ୍ ବୋଲି କୋର୍ଟ କହିଛନ୍ତି।

21 Sep 2022 By The Sakala

ଘୃଣା ସୃଷ୍ଟିକାରୀ ବୟାନକୁ ନେଇ ଟିଭି ଚ୍ୟାନେଲ ଗୁଡିକ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଘୃଣା ଓ ବିବାଦ ସୃଷ୍ଟିକାରୀ ବୟାନକୁ ନେଇ କଡା ଆଭିମୁଖ୍ୟ ପ୍ରକାଶ କରି ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ କହିଛନ୍ତି ଯେ, ସବୁଠୁ ଅଧିକ ଘୃଣା ସୃଷ୍ଟିକାରୀ ବୟାନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ଆମ ଦେଶର ଗତି କୁଆଡେ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ଏନେଇ ଟିଭି ଆଙ୍କର(ଉପସ୍ଥାପକ)ଙ୍କ ବଡ ଦାୟିତ୍ଵ ରହିଛି। କିନ୍ତୁ ସେମାନେ ଡକାଇଥିବା ଅତିଥିଙ୍କୁ କହିବାକୁ ସମୟ ଦେଉ ନାହାନ୍ତି। ଟିଭି ବିତର୍କ ଗୁଡ଼ିକରେ ଘୃଣିତ ବୟାନ ଦିଆଯାଉଛି। ଏସବୁ ଘଟଣାରେ କେନ୍ଦ୍ର ସରକାର ନିରବ କାହିଁକି ଅଛନ୍ତି ? ମିଡିଆ ପାଇଁ ଏକ ନିୟାମକ ସଂସ୍ଥାର ଆବଶ୍ୟକତା ରହିଛି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ଭିତରେ ଏହି ମାମଲାରେ ଜବାବ ଦେବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୩ ତାରିଖ ଧାର୍ଯ୍ୟ କରାଯାଇଛି।

ଘୃଣା ସୃଷ୍ଟିକାରୀ ବୟାନକୁ ନେଇ ଦାଖଲ ଆବେଦନର ଶୁଣାଣି କରି ବିଚାରପତି କେଏମ ଯୋଶେଫ କହିଛନ୍ତି ଯେ, ରାଜନୈତିକ ଦଳ ଗୁଡିକ ଟିଭି ବିତର୍କକୁ ନିଜର ସବୁଠୁ ବଡ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଟିଭି ଚ୍ୟାନେଲ ରାଜନୈତିକ ଦଳଗୁଡିକ ପାଇଁ ମଞ୍ଚ ପରି କାମ କରୁଛନ୍ତି। ସବୁଠୁ ଅଧିକ ଘୃଣାଭରା ଭାଷଣ ଟିଭି, ସାମାଜିକ ଗଣମାଧ୍ୟମରେ ଦିଆଯାଉଛି। ଦୁର୍ଭାଗ୍ୟର କଥା ଆମ ନିକଟରେ ଟିଭି ଉପରେ ଲଗାମ ଲଗାଇବା ପାଇଁ କୌଣସି ନିୟାମକ ତନ୍ତ୍ର ନାହିଁ। ଏମିତି ଘୃଣିତ ବୟାନ ପାଇଁ ଇଂଲଣ୍ଡର ଏକ ଟିଭି ଚ୍ୟାନେଲ୍‌ ଉପରେ ମୋଟା ଅଙ୍କର ଜରିମାନା ଲଗାଯାଇଥିଲା। ବିଡମ୍ବନାର କଥା ସେମିତି ପ୍ରଣାଳୀ ଭାରତରେ ନାହିଁ।

ଉପସ୍ଥାପକ ମାନଙ୍କୁ ଏହା ଜଣାଇ ଦେବା ଉଚିତ୍ ଯେ, ଯଦି ଆପଣ ଭୁଲ୍ କରୁଛନ୍ତି ତେବେ ଆପଣଙ୍କୁ ପରିଣାମ ଭୋଗିବାକୁ ପଡିବ। ସମସ୍ୟା ସେତେବେଳେ ଉପୁଜିଥାଏ ଯେତେବେଳେ ଆପଣ କୌଣସି କାର୍ଯ୍ୟକ୍ରମ ସମୟରେ କୌଣସି ବ୍ୟକ୍ତିଙ୍କ ସ୍ଵରକୁ ଚପାଇ ରଖନ୍ତି। ସଂପ୍ରତି ଟିଭି ଖୋଲିବା ମାତ୍ରେ କେବଳ ଏମିତି ଦୃଶ୍ୟ ହିଁ ଦେଖିବାକୁ ମିଳୁଛି। ପ୍ରତ୍ୟେକଙ୍କୁ ନିଜସ୍ଵ କାମ କରିବାର ସ୍ଵାଧୀନତା ରହିଛି। ଆଉ ରାଜନେତା ମାନେ ଏହାର ଖୁବ୍ ଫାଇଦା ଉଠାଉଛନ୍ତି। ଗଣତନ୍ତ୍ରରେ ଯେତୋଟି ସ୍ତମ୍ଭ ରହିଛି ସମସ୍ତେ ସ୍ଵତନ୍ତ୍ର। ଏଥିରେ ଟିଭି ଚ୍ୟାନେଲଗୁଡିକୁ ଶିକାର ହେବା ଉଚିତ୍ ନୁହେଁ ବୋଲି ବିଚାରପତି କେଏମ ଯୋଶେଫ କହିଛନ୍ତି।

ସେ କହିଛନ୍ତି, ଆପଣ ଅତିଥିଙ୍କୁ ବିତର୍କ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରୁଛନ୍ତି ଏବଂ ସେଠାରେ ସେମାନଙ୍କୁ ଅସମ୍ମାନ କରୁଛନ୍ତି। ଏମିତି ଅବସ୍ଥା ପ୍ରାୟ ସମସ୍ତ ଚ୍ୟାନେଲରେ ଦେଖିବାକୁ ମିଳୁଛି। ଚ୍ୟାନେଲ ଗୁଡିକ ପାଇଁ ଏକ ପ୍ରଣାଳୀ ରହିବା ଉଚିତ୍। ଉପସ୍ଥାପକ ଦୀର୍ଘ ସମୟ ଏବଂ ଲମ୍ବା ଲମ୍ବା ପ୍ରଶ୍ନ କରୁଛନ୍ତି, ଅଥଚ ଅତିଥିଙ୍କୁ କହିବାକୁ ଦେଉନାହାନ୍ତି। ସେମାନଙ୍କର ଉତ୍ତର ମନ ପସନ୍ଦର ହୋଇନଥିଲେ ଆଙ୍କର ସେମାନଙ୍କ ଉପରେ ଚଢି ଯାଉଛନ୍ତି। କେନ୍ଦ୍ର ସରକାରଙ୍କୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ଏକ କଠୋର ନିୟାମକ ତନ୍ତ୍ର ସ୍ଥାପନ କରାଯିବା ଉଚିତ୍ ବୋଲି କୋର୍ଟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର