ମନୋରଞ୍ଜନ
ଓଡ଼ିଶା
ରାଜସ୍ଥାନ ଆଜମେରରେ ସୁପରଫାଷ୍ଟ ଟ୍ରେନ ଦୁର୍ଘଟଣା, ୪ ବଗି ଲାଇନଚ୍ୟୁତ
ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ରାଜସ୍ଥାନର ଆଜମେରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଆଜମେରର ମଦର ରେଲୱେ ଷ୍ଟେସନ ନିକଟରେ ସାବରମତି ସୁପରଫାଷ୍ଟ ଟ୍ରେନର ଇଞ୍ଜିନ୍ ସହ ୪ଟି କୋଚ୍ ଟ୍ରାକରୁ ଓଲଟି ପଡ଼ିଛି । ରାତି ପ୍ରାୟ ଗୋଟାଏ ସମୟରେ ଘଟିଛି ଏ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି। ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ରାଜସ୍ଥାନ ଆଜମେର ମଦାର ରେଳଷ୍ଟେସନ ନିକଟରେ […]
ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ରାଜସ୍ଥାନର ଆଜମେରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଆଜମେରର ମଦର ରେଲୱେ ଷ୍ଟେସନ ନିକଟରେ ସାବରମତି ସୁପରଫାଷ୍ଟ ଟ୍ରେନର ଇଞ୍ଜିନ୍ ସହ ୪ଟି କୋଚ୍ ଟ୍ରାକରୁ ଓଲଟି ପଡ଼ିଛି । ରାତି ପ୍ରାୟ ଗୋଟାଏ ସମୟରେ ଘଟିଛି ଏ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି। ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ରାଜସ୍ଥାନ ଆଜମେର ମଦାର ରେଳଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି।
ରେଳ ବିଭାଗର ଲୋକସମ୍ପର୍କ ଅଧିକାରୀ ଶଶି କିରଣ କହିଛନ୍ତି, ” ଟ୍ରେନ ନମ୍ବର 12548 ସାବରମତୀ ଆଗ୍ରା କ୍ୟାଣ୍ଟ ଟ୍ରେନ ଦୁର୍ଘଟଣା ହୋଇଛି । ବିଳମ୍ବିତ ରାତି ପ୍ରାୟ 1.04 ମିନିଟରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ଦୁର୍ଘଟଣା ପରେ ଟ୍ରେନରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଥିଲା । ଏହି ଦୁର୍ଘଟଣାରେ କୌଣସି ଜନଜୀବନ କ୍ଷତିଗ୍ରସ୍ତ ହୋଇ ନାହିଁ । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ମାଲବାହୀ ଟ୍ରେନ୍ ସହିତ ସାବରମତି-ଆଗ୍ରା କ୍ୟାଣ୍ଟ ସୁପରଫାଷ୍ଟ ଏକ୍ସପ୍ରେସ ଧକ୍କା ହେବାରୁ ଇଞ୍ଜିନ ସହିତ ସାଧାରଣ କୋଚର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା। ରାତି ପ୍ରାୟ ଗୋଟାଏ ବେଳେ ଦୁର୍ଘଟଣା ଘଟିଥିବା ଟ୍ରେନ୍ ଯାତ୍ରୀ କହିଛନ୍ତି।। ଯାତ୍ରୀମାନେ ଆହୁରୀ ମଧ୍ୟ କହିଛନ୍ତି ଯେ, ହଠାତ୍ ଏକ ଉଚ୍ଚ ଶବ୍ଦ ଶୁଣି ସେମାନେ ଭୟଭୀତ ହୋଇଯାଇଥିଲେ। ଏହା ପରେ ବଗି ଗୁଡ଼ିକ ରେଳ ଲାଇନରୁ ଖସି ଯାଇଥିଲା।
ବର୍ତ୍ତମାନ ରେଳ ଚଳାଚଳ ସ୍ବାଭାବିକ ଥିବା ନେଇ କୁହାଯାଇଛି। ଦୁର୍ଘଟଣା ପାଇଁ ୫ଟି ଟ୍ରେନର ଚଳାଚଳ ବାତିଲ କରାଯାଇଛି। ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ତେବେ ଦୁର୍ଘଟଣାଗସ୍ତ ଟ୍ରେନରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଅଜମେର ଷ୍ଟେସନରେ ପହଞ୍ଚା ଯାଇଛି ।