ମାଆକୁ ମାରି ୨ ଦିନ ଧରି ଶବକୁ ଘରେ ପକାଇରଖିଲା ପୁଅ, ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ସାମ୍ନାକୁ ଆସିଲା ସବୁ ସତ

The Sakala Picture
Published On

ଲକ୍ଷ୍ନୌ: ପବଜୀ ଖେଳ ଗୋଟିଏ ହସଖୁସିର ପରିବାରକୁ ଉଜାଡି ଦେଇଛି। ପବଜୀ ପ୍ରେମରେ ଅନ୍ଧ ହୋଇ ମା’କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛି ନାବାଳକ ପୁଅ । ପବଜି ଗେମ୍ ଖେଳିବାକୁ ବାରଣ କରିବାରୁ ମାକୁ ଗୁଳି କରିଛି ପୁଅ। କେବଳ ସେତିକି ନୁହେଁ ମାକୁ ହତ୍ୟା କରି ୨ ଦିନ ପର୍ଯ୍ୟନ୍ତ ମା’ର ମୃତଦେହକୁ ଘର ଭିତରେ ଲୁଚାଇ ରଖିଥିଲା ପୁଅ । କିନ୍ତୁ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ପାଖ ପଡୋଶୀ ପୁଲିସକୁ […]

ଲକ୍ଷ୍ନୌ: ପବଜୀ ଖେଳ ଗୋଟିଏ ହସଖୁସିର ପରିବାରକୁ ଉଜାଡି ଦେଇଛି। ପବଜୀ ପ୍ରେମରେ ଅନ୍ଧ ହୋଇ ମା’କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛି ନାବାଳକ ପୁଅ । ପବଜି ଗେମ୍ ଖେଳିବାକୁ ବାରଣ କରିବାରୁ ମାକୁ ଗୁଳି କରିଛି ପୁଅ। କେବଳ ସେତିକି ନୁହେଁ ମାକୁ ହତ୍ୟା କରି ୨ ଦିନ ପର୍ଯ୍ୟନ୍ତ ମା’ର ମୃତଦେହକୁ ଘର ଭିତରେ ଲୁଚାଇ ରଖିଥିଲା ପୁଅ । କିନ୍ତୁ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ପାଖ ପଡୋଶୀ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକ ପୁଅକୁ ଗିରଫ କରିବା ସହ ପୂରା ଘଟଣା ଉପରୁ ପରଦା ହଟାଇଥିଲା। ଏପରି ହୃଦୟ ବିଦାରକ ଖବର ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ: ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର: ଇରାନର ଆଇଆରଜିସି ତାଲିମପ୍ରାପ୍ତ ଆତଙ୍କବାଦୀ ଗିରଫ

ପୁଲିସର ସୂଚନା ମୁତାବକ, ଲକ୍ଷ୍ନୌର ପିଜିଆଇ ଅଞ୍ଚଳରେ ସାଧନା ସିଂ, ୧୬ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ସହ ରୁହନ୍ତି । ସାଧନାଙ୍କ ସ୍ୱାମୀ କୋଲକାତାରେ ସେନାରେ କାର୍ଯ୍ୟରତ ଅଛନ୍ତି । ମା’ଙ୍କ ସହ ରହୁଥିବା ପୁଅ ଅନଲାଇନ ମୋବାଇଲ ଗେମ୍ ପବଜୀ ପ୍ରେମରେ ପୂରା ପାଗଳ । ପବଜୀ ଖେଳିବାକୁ ବାରମ୍ବାର ବାରଣ ସତ୍ତ୍ବେ  ମଧ୍ୟ ଶୁଣୁନଥିଲେ ପୁଅ ବରଂ ମା’ଙ୍କ ସହ ଝଗଡା କରୁଥିଲେ । ଆଉ ବାରମ୍ବାର ମା’ଙ୍କ ଠାରୁ ଗାଳି ଶୁଣିବା ପୁଅକୁ ପସନ୍ଦ ନଥିଲା । ଆଉ ରବିବାର ଯେତେବେଳେ ପୁଅକୁ ପବଜୀ ଖେଳିବାକୁ ମା’ ମନା କରିଥିଲେ ସେତେବେଳେ ଏଥିରେ ଉତ୍ତ୍ୟକ୍ତ ହୋଇ ବାପାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ମା’ଙ୍କୁ ଗୁଳି ମାରିଥିଲେ ପୁଅ । ଆଉ ଘଟଣାସ୍ଥଳରେ ହିଁ ସାଧନାଙ୍କର ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ଆବ୍ରାହମ୍ ଆକର୍ଡ୍ସ' ଚାପରେ ପାକିସ୍ତାନ, ଅଡ଼ୁଆରେ ଆସିମ୍ ମୁନିର୍ ଓ ଶାହବାଜ୍ ସରିଫ୍

ମା’ଙ୍କ ମୃତ୍ୟୁ ପରେ ସାନଭଉଣୀକୁ ଧମକାଇବା ସହ ଗୋଟିଏ ଘରେ ତାଲା ପକାଇ ଦେଇଥିଲା ନୃଂଶସ ଭାଇ । ଆଉ ନିଜେ ମା’ଙ୍କ ଶବକୁ ଜଗି ବସିଥିଲା । ଏପରିକି ମା’ଙ୍କ ମୃତ୍ୟୁ ଖବର ଯେପରି ବାହାରେ ପ୍ରଘଟ ନହୁଏ ସେଥିପାଇଁ ରୁମ ଫ୍ରେସନର ବାରମ୍ବାର ପକାଉଥିଲା ପୁଅ । କିନ୍ତୁ ପୁଅର ପାପକର୍ମ ବେଶିଦିନ ଲୁଚି ରହିନଥିଲା । ଜୋରରେ ଦୁର୍ଗନ୍ଧ ହେବାରୁ ପଡିଶା ଲୋକ ପୁଲିସକୁ ଖବର ଦେଇଥିଲେ । ଆଉ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଉଭୟ ଭାଇ-ଭଉଣୀଙ୍କୁ ଉଦ୍ଧାର କରିଥିଲା ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ କଠୋର ନୀତି ଭୟରେ ବକ୍ରି ଇଦ୍ ବେଳେ ସ୍ୱଦେଶ ଫେରୁଛନ୍ତି ବେଆଇନ ବାଂଲାଦେଶୀ ପ୍ରବାସୀ

ଏପରିକି ପୁଅ ପୁଲିସ ଆଗରେ ମା’ ମୃତ୍ୟୁର ଭିନ୍ନ କାହାଣୀ କହିଥିଲା । ବିଦ୍ୟୁତ ମିସ୍ତ୍ରୀ ଘରକୁ ଆସି ମା’କୁ ହତ୍ୟା କରିଥିବା ନେଇ ପୁଲିସ ଆଗରେ କହିଥିଲା ପୁଅ । କିନ୍ତୁ ପୁଅର କଥାରେ ତାଳମେଳ ରହିନଥିଲା । ଅଧିକ ତଦନ୍ତ ପରେ ସତ ଉପରୁ ପରଦା ହଟିଥିଲା । ପୁଅ ହିଁ ମାଆର ହତ୍ୟାକାରୀ ଏକଥା ସ୍ପଷ୍ଟ କରିଥିଲା ପୁଲିସ ।

08 Jun 2022 By The Sakala

ମାଆକୁ ମାରି ୨ ଦିନ ଧରି ଶବକୁ ଘରେ ପକାଇରଖିଲା ପୁଅ, ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ସାମ୍ନାକୁ ଆସିଲା ସବୁ ସତ

ଲକ୍ଷ୍ନୌ: ପବଜୀ ଖେଳ ଗୋଟିଏ ହସଖୁସିର ପରିବାରକୁ ଉଜାଡି ଦେଇଛି। ପବଜୀ ପ୍ରେମରେ ଅନ୍ଧ ହୋଇ ମା’କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛି ନାବାଳକ ପୁଅ । ପବଜି ଗେମ୍ ଖେଳିବାକୁ ବାରଣ କରିବାରୁ ମାକୁ ଗୁଳି କରିଛି ପୁଅ। କେବଳ ସେତିକି ନୁହେଁ ମାକୁ ହତ୍ୟା କରି ୨ ଦିନ ପର୍ଯ୍ୟନ୍ତ ମା’ର ମୃତଦେହକୁ ଘର ଭିତରେ ଲୁଚାଇ ରଖିଥିଲା ପୁଅ । କିନ୍ତୁ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ପାଖ ପଡୋଶୀ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକ ପୁଅକୁ ଗିରଫ କରିବା ସହ ପୂରା ଘଟଣା ଉପରୁ ପରଦା ହଟାଇଥିଲା। ଏପରି ହୃଦୟ ବିଦାରକ ଖବର ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ।

ପୁଲିସର ସୂଚନା ମୁତାବକ, ଲକ୍ଷ୍ନୌର ପିଜିଆଇ ଅଞ୍ଚଳରେ ସାଧନା ସିଂ, ୧୬ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ସହ ରୁହନ୍ତି । ସାଧନାଙ୍କ ସ୍ୱାମୀ କୋଲକାତାରେ ସେନାରେ କାର୍ଯ୍ୟରତ ଅଛନ୍ତି । ମା’ଙ୍କ ସହ ରହୁଥିବା ପୁଅ ଅନଲାଇନ ମୋବାଇଲ ଗେମ୍ ପବଜୀ ପ୍ରେମରେ ପୂରା ପାଗଳ । ପବଜୀ ଖେଳିବାକୁ ବାରମ୍ବାର ବାରଣ ସତ୍ତ୍ବେ  ମଧ୍ୟ ଶୁଣୁନଥିଲେ ପୁଅ ବରଂ ମା’ଙ୍କ ସହ ଝଗଡା କରୁଥିଲେ । ଆଉ ବାରମ୍ବାର ମା’ଙ୍କ ଠାରୁ ଗାଳି ଶୁଣିବା ପୁଅକୁ ପସନ୍ଦ ନଥିଲା । ଆଉ ରବିବାର ଯେତେବେଳେ ପୁଅକୁ ପବଜୀ ଖେଳିବାକୁ ମା’ ମନା କରିଥିଲେ ସେତେବେଳେ ଏଥିରେ ଉତ୍ତ୍ୟକ୍ତ ହୋଇ ବାପାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ମା’ଙ୍କୁ ଗୁଳି ମାରିଥିଲେ ପୁଅ । ଆଉ ଘଟଣାସ୍ଥଳରେ ହିଁ ସାଧନାଙ୍କର ମୃତ୍ୟୁ ହୋଇଥିଲା ।

ମା’ଙ୍କ ମୃତ୍ୟୁ ପରେ ସାନଭଉଣୀକୁ ଧମକାଇବା ସହ ଗୋଟିଏ ଘରେ ତାଲା ପକାଇ ଦେଇଥିଲା ନୃଂଶସ ଭାଇ । ଆଉ ନିଜେ ମା’ଙ୍କ ଶବକୁ ଜଗି ବସିଥିଲା । ଏପରିକି ମା’ଙ୍କ ମୃତ୍ୟୁ ଖବର ଯେପରି ବାହାରେ ପ୍ରଘଟ ନହୁଏ ସେଥିପାଇଁ ରୁମ ଫ୍ରେସନର ବାରମ୍ବାର ପକାଉଥିଲା ପୁଅ । କିନ୍ତୁ ପୁଅର ପାପକର୍ମ ବେଶିଦିନ ଲୁଚି ରହିନଥିଲା । ଜୋରରେ ଦୁର୍ଗନ୍ଧ ହେବାରୁ ପଡିଶା ଲୋକ ପୁଲିସକୁ ଖବର ଦେଇଥିଲେ । ଆଉ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଉଭୟ ଭାଇ-ଭଉଣୀଙ୍କୁ ଉଦ୍ଧାର କରିଥିଲା ।

ଏପରିକି ପୁଅ ପୁଲିସ ଆଗରେ ମା’ ମୃତ୍ୟୁର ଭିନ୍ନ କାହାଣୀ କହିଥିଲା । ବିଦ୍ୟୁତ ମିସ୍ତ୍ରୀ ଘରକୁ ଆସି ମା’କୁ ହତ୍ୟା କରିଥିବା ନେଇ ପୁଲିସ ଆଗରେ କହିଥିଲା ପୁଅ । କିନ୍ତୁ ପୁଅର କଥାରେ ତାଳମେଳ ରହିନଥିଲା । ଅଧିକ ତଦନ୍ତ ପରେ ସତ ଉପରୁ ପରଦା ହଟିଥିଲା । ପୁଅ ହିଁ ମାଆର ହତ୍ୟାକାରୀ ଏକଥା ସ୍ପଷ୍ଟ କରିଥିଲା ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର