ରାଜନୀତିରୁ ସନ୍ୟାସ ନେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା

The Sakala Picture
Published On

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ କଂଗ୍ରେସରେ ପ୍ରଣବ ମୁଖାର୍ଜୀଙ୍କ ପରିବାରର ଏକମାତ୍ର ସଦସ୍ୟ ରହିଥିଲେ। ତାଙ୍କ ଭାଇ ଅଭିଜିତ୍ ମୁଖାର୍ଜୀ ନିକଟରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଶର୍ମିଷ୍ଠା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି- ‘ମୁଁ ସକ୍ରିୟ ରାଜନୀତିରୁ ଛୁଟି ନେଉଛି କିନ୍ତୁ କଂଗ୍ରେସର ପ୍ରାଥମିକ ସଦସ୍ୟ ଭାବରେ କାର୍ଯ୍ୟ କରିବି। ଯଦି କେହି […]

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ କଂଗ୍ରେସରେ ପ୍ରଣବ ମୁଖାର୍ଜୀଙ୍କ ପରିବାରର ଏକମାତ୍ର ସଦସ୍ୟ ରହିଥିଲେ। ତାଙ୍କ ଭାଇ ଅଭିଜିତ୍ ମୁଖାର୍ଜୀ ନିକଟରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଶର୍ମିଷ୍ଠା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ସେ କହିଛନ୍ତି- ‘ମୁଁ ସକ୍ରିୟ ରାଜନୀତିରୁ ଛୁଟି ନେଉଛି କିନ୍ତୁ କଂଗ୍ରେସର ପ୍ରାଥମିକ ସଦସ୍ୟ ଭାବରେ କାର୍ଯ୍ୟ କରିବି। ଯଦି କେହି ଜାତି ଏବଂ ଜାତିର ସେବା କରିବାକୁ ଚାହାଁନ୍ତି, ତେବେ ସେ ଏହାକୁ ଅନ୍ୟ ଉପାୟରେ ମଧ୍ୟ କରିପାରିବେ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ଶର୍ମିଷ୍ଠା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଦଳ ସହ ତାଙ୍କର କୌଣସି ଅଭିଯୋଗ ନାହିଁ ଏବଂ ଅନ୍ୟ ଦଳରେ ଯୋଗଦେବା ପାଇଁ ସେ ଏହି ନିଷ୍ପତ୍ତି ନେଇ ନାହାଁନ୍ତି। ଶର୍ମିଷ୍ଠା ତାଙ୍କ ନିଷ୍ପତ୍ତି ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜଣାଇ ସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଦିଲ୍ଲୀ ପ୍ରଦେଶ ମହିଳା କଂଗ୍ରେସ ସଭାପତି ପଦରୁ ଶର୍ମିଷ୍ଠାଙ୍କୁ ହଟାଇ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର