ରାଜସ୍ଥାନ କଂଗ୍ରେସରେ କନ୍ଦଳ: ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ହସ୍ତକ୍ଷେପ କରିବେ ହାଇକମାଣ୍ଡ

The Sakala Picture
Published On

ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ଏବେ ଶେଷ ହୋଇଥିବା ବେଳେ ରାଜସ୍ଥାନରେ ରାଜନୈତିକ ଆନ୍ଦୋଳନ ତୀବ୍ର ହୋଇଛି। ରାଜସ୍ଥାନରେ କ୍ୟାବିନେଟ ସଂପ୍ରସାରଣ ନେଇ ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ସଂପ୍ରସାରଣ ଏବଂ ପୁନଃନିର୍ମାଣ ପାଇଁ ଦଳ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ବୈଠକ ପୂର୍ବରୁ ପାଇଲଟ ଦଳର ନେତାମାନେ ସ୍ଲୋଗାନ ଦେଇ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ। ଦଳର ବୈଠକ […]

ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ଏବେ ଶେଷ ହୋଇଥିବା ବେଳେ ରାଜସ୍ଥାନରେ ରାଜନୈତିକ ଆନ୍ଦୋଳନ ତୀବ୍ର ହୋଇଛି। ରାଜସ୍ଥାନରେ କ୍ୟାବିନେଟ ସଂପ୍ରସାରଣ ନେଇ ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ସଂପ୍ରସାରଣ ଏବଂ ପୁନଃନିର୍ମାଣ ପାଇଁ ଦଳ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ବୈଠକ ପୂର୍ବରୁ ପାଇଲଟ ଦଳର ନେତାମାନେ ସ୍ଲୋଗାନ ଦେଇ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅଦାଲତରେ ମିଥ୍ୟା ବୟାନ ଦେଇଥିବା ୬ ସିବିଆଇ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା

ଦଳର ବୈଠକ ପରେ ରାଜସ୍ଥାନ ଏଆଇସିସି ଦାୟିତ୍ୱରେ ଥିବା ଅଜୟ ମାକେନ୍ କହିଛନ୍ତି ଯେ, କ୍ୟାବିନେଟ୍ ସଂପ୍ରସାରଣ ସମ୍ବନ୍ଧରେ ନିଷ୍ପତ୍ତି ଘୋଷଣା କରିବେ । ଜିଲ୍ଲା ଓ ବ୍ଲକ ସ୍ତରରେ ଦଳର ନେତୃତ୍ୱ ନିଯୁକ୍ତି ନେଇ ସ୍ଥାନୀୟ ବିଧାୟକଙ୍କ ପରାମର୍ଶ ଗ୍ରହଣ କରାଯିବ । ଏନେଇ ଜୁଲାଇ ୨୮ ଓ ୨୯ ତାରିଖରେ ସେ ପୁଣି ରାଜସ୍ଥାନ ଆସିବେ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଲେ କୋର୍ଟ କରିବେ ହସ୍ତକ୍ଷେପ: ସିଜେଆଇ ସୂର୍ଯ୍ୟ କାନ୍ତ

ଆସନ୍ତା ସପ୍ତାହରେ କଂଗ୍ରେସ ରାଜସ୍ଥାନରେ ଗେହଲୋଟ୍ କ୍ୟାବିନେଟ୍ ସଂପ୍ରସାରଣ ହୋଇପାରେ। ଏହା ବ୍ୟତୀତ ରାଜ୍ୟରେ ରାଜନୈତିକ ନିଯୁକ୍ତି ମଧ୍ୟ କରାଯିବ। ଏହାକ ଉଦେଶ୍ଯ ରହିବ ସଚିନ ପାଇଲଟ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ ଥିବା ବିବାଦ ଓ ଅସନ୍ତୋଷ ଦୂର କରାଯିବ।  ରାଜସ୍ଥାନରେ ରାଜନୈତିକ ଉତ୍ତେଜନା ମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏବଂ ଅଜୟ ମାକେନ୍ ଶନିବାର ରାଜସ୍ଥାନରେ ପହଞ୍ଚିଛନ୍ତି। ଭେନୁଗୋପାଲ ଏବଂ ମାକେନ୍ ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ତାଙ୍କ ବାସଭବନରେ କ୍ୟାବିନେଟ୍  ସଂପ୍ରସାରଣ ଏବଂ ରାଜନୈତିକ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ଜନ୍ତର ମନ୍ତର ଆଉ ପ୍ରତିବାଦ ସ୍ଥଳ ନୁହେଁ, ଦିଲ୍ଲୀ ପୋଲିସ ପକ୍ଷରୁ ୩ଟି ନୂଆ ବିକଳ୍ପ ସ୍ଥାନ ଘୋଷଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର