ରାହୁଲ ଗାନ୍ଧୀଙ୍କ ବଡ଼ ଘୋଷଣା : ଯେଉଁଠି କଂଗ୍ରେସ ସରକାର, ସେଠି ହେବ ଜାତିଭିତ୍ତିକ ଜନଗଣନା
ନୂଆଦିଲ୍ଲୀ : ଆଜି ୫ ରାଜ୍ୟରେ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ତେବେ ନିର୍ବାଚନ କମିଶନର ତାରିଖ ଘୋଷଣା କରିବାପରେ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା ହେବ ବୋଲି […]
ନୂଆଦିଲ୍ଲୀ : ଆଜି ୫ ରାଜ୍ୟରେ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ତେବେ ନିର୍ବାଚନ କମିଶନର ତାରିଖ ଘୋଷଣା କରିବାପରେ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବଡ଼ ଘୋଷଣା କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା ହେବ ବୋଲି ଘୋଷଣା କରିଛନ୍ତି। ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନାକୁ ନେଇ ଐତିହାସିକ ନିଷ୍ପତ୍ତି ସର୍ବସମ୍ମତି ଭାବେ ନିଆଯାଇଛି । କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ହିମାଚଳ ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ଛତିଶଗଡରେ ଜାତିଗତ ଜନଗଣନା କରାଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ ନେଇ କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ପାରିତ କରାଯାଇଛି ।
ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, “ଭାରତର ଭବିଷ୍ୟତ ପାଇଁ ଜାତି ଜନଗଣନା ଆବଶ୍ୟକ। ଜାତିଭିତ୍ତିକ ଜନଗଣନା ପରେ ଏକ ନୂତନ ବିକାଶର ରାସ୍ତା ଖୋଲିବ। କଂଗ୍ରେସ ଦଳ ଏହି କାର୍ଯ୍ୟ ସମାପ୍ତ କରିକି ହିଁ ରହିବ। ରାହୁଲ କହିଛନ୍ତି ଯେତେବେଳେ ଆମେ ପ୍ରତିଶ୍ରୁତି ଦେଇଥାଉ, ଆମେ ତାହା ପୂରଣ କରୁ। ସେ କହିଛନ୍ତି, “ଏବେ ଦୁଇଟି ଇଣ୍ଡିଆ ସୃଷ୍ଟି କରାଯାଉଛି। ଗୋଟିଏ ଆଦାନୀଙ୍କ ପାଇଁ, ଅନ୍ୟଟି ସମସ୍ତଙ୍କ ପାଇଁ। ତେଣୁ ଜାତି ଭିତ୍ତିକ ଜନଗଣନା ପରେ ଆମେ ଏକ ‘ଅର୍ଥନୈତିକ ସର୍ଭେ’ ମଧ୍ୟ କରିବୁ।
ସୂଚନାଯୋଗ୍ୟ ନିକଟ ଅତୀତରେ ବିହାରରେ ଜାତିଗତ ଜନଗଣନା କରାଯାଇଥିଲା । ଯାହାର ସୂଚନା ମୁତାବକ, ବିହାରରେ ୩୬ ପ୍ରତିଶତ ଅତ୍ୟନ୍ତ ପଛୁଆ ବର୍ଗ ଥିବାବେଳେ, ୨୭ ପ୍ରତିଶତ ପଛୁଆ ବର୍ଗ, ୧୯ ପ୍ରତିଶତ ଅନୁସୂଚିତ ଜାତି ଏବଂ ୧.୬୮ ପ୍ରତିଶତ ଅନୁସୂଚିତ ଜନଜାତି ରହିଛନ୍ତି ବୋଲି ଜଣାପଡିଥିଲା ବିହାରରେ ଜାତିଭିତ୍ତିକ ଜନଗଣନାକୁ କେନ୍ଦ୍ର ମୋଦୀ ସରକାର ନିନ୍ଦା କରିଥିବା ବେଳେ କଂଗ୍ରେସ ଏହାକୁ ସମର୍ଥନ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଟାର୍ଗେଟ କରିବା ସହ କଂଗ୍ରେସ ହିନ୍ଦୁମାନଙ୍କୁ ବିଭାଜନ କରି ଦେଶକୁ ଧ୍ୱଂସ କରିବାକୁ ଉଦ୍ୟମ କରୁଛି ବୋଲି କହିଥିଲେ।