ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ; ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠିରେ ଉଲ୍ଲେଖ

The Sakala Picture
Published On

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ! ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଅଜଣା ଦୁର୍ବୃତ୍ତ ଦେଲା ଧମକପୂର୍ଣ୍ଣ ଚିଠି । ଇନ୍ଦୋରଜୁନି ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ମିଳିଛି ଏହି ଚିଠି । ଚିଠିରେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏହି ଚିଠି ପାଇବା ପରେ ତଦନ୍ତ ଆରମ୍ଭ କରିଛି । ରାହୁଲଙ୍କ ସହ କମଲନାଥଙ୍କୁ ମଧ୍ୟ ବିସ୍ଫୋରଣରେ ଉଡ଼ାଇ ଦେବା ନେଇ ଚିଠିରେ […]

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ! ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଅଜଣା ଦୁର୍ବୃତ୍ତ ଦେଲା ଧମକପୂର୍ଣ୍ଣ ଚିଠି । ଇନ୍ଦୋରଜୁନି ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ମିଳିଛି ଏହି ଚିଠି । ଚିଠିରେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏହି ଚିଠି ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ରାହୁଲଙ୍କ ସହ କମଲନାଥଙ୍କୁ ମଧ୍ୟ ବିସ୍ଫୋରଣରେ ଉଡ଼ାଇ ଦେବା ନେଇ ଚିଠିରେ ଧମକ ମିଳିଛି । ଉଭୟଙ୍କୁ ହତ୍ୟା କରିବା ସହ ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ନେଇ ମଧ୍ୟ ଧମକ ମିଳିଛି । ମିଠା ଦୋକାନରେ ଚିଠିଟି କିଏ ଛାଡ଼ିଲା, ତାକୁ ନେଇ ପୋଲିସର ତନାଘନା ଜାରି ରଖିଛି । ପୁଲିସ୍‌ କହିଛି ଯେ ୫୦୭ ଦଫା ଅନୁସାରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସୂଚନା ଅନୁସାରେ, ଗୁରବାର ବିଳମ୍ବିତ ରାତିରେ ପୋଷ୍ଟାଲରେ ଏହି ଚିଠି ମିଠା ଦୋକାନକୁ ଆସିଥିଲା । ଏହାକୁ ଶୁକ୍ରବାର ସକାଳୁ ଦୋକାନ ମାଲିକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲା । ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ପୋଲିସ ଓ ଜିଲ୍ଲା ପ୍ରଶାସନର ନିଦ ହଜିଯାଇଛି । ସହରର ବିଭିନ୍ନ ଛକ ମାନଙ୍କରେ ବ୍ଲକିଂ ଓ ଚେକିଂ ଜୋରଦାର କରିଛି ପୋଲିସ । ସିସିଟିଭି ଫୁଟେଜକୁ ଆଧାର କରି ଛାନବିନ୍ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର