ମହାକାଶରେ ଜନ୍ମହୋଇ ପୃଥିବୀରେ ଛୁଟି କାଟିବ ମଣିଷ

The Sakala Picture
Published On

ୱାଶିଂଟନ : ମହାକାଶରେ ରାଜ୍‌ କରିବା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବା ଅରବପତି ଜେଫ ବେଜୋସ ମହାକାଶର ମନୁଷ୍ୟ ଜନ୍ମ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି। ସ୍ପେସ କମ୍ପାନୀ ବ୍ଲୁ ଅରିଜିନର ମାଲିକ କହିଛନ୍ତି ଯେ ଭବିଷ୍ୟତରେ ମହାକାଶରେ ସହର ନିର୍ମାଣ ହେବ ଏବଂ ଏଠାରେ ମନୁଷ୍ୟ ଜନ୍ମ ହେବ। ଆମେ ପାର୍କ ଯିବା ଭଳି ମନୁଷ୍ୟ ପୃଥିବୀକୁ ଛୁଟି କଟାଇବାକୁ ଆସିବ। ୱାଶିଂଟନରେ ବ୍ଲୁ ଅରିଜିନର ଭବିଷ୍ୟତକୁ ନେଇ ଆୟୋଜିତ ଏକ ଚର୍ଚ୍ଚାରେ ବେଜୋସ କମ୍ପାନୀର […]

ୱାଶିଂଟନ : ମହାକାଶରେ ରାଜ୍‌ କରିବା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବା ଅରବପତି ଜେଫ ବେଜୋସ ମହାକାଶର ମନୁଷ୍ୟ ଜନ୍ମ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି। ସ୍ପେସ କମ୍ପାନୀ ବ୍ଲୁ ଅରିଜିନର ମାଲିକ କହିଛନ୍ତି ଯେ ଭବିଷ୍ୟତରେ ମହାକାଶରେ ସହର ନିର୍ମାଣ ହେବ ଏବଂ ଏଠାରେ ମନୁଷ୍ୟ ଜନ୍ମ ହେବ। ଆମେ ପାର୍କ ଯିବା ଭଳି ମନୁଷ୍ୟ ପୃଥିବୀକୁ ଛୁଟି କଟାଇବାକୁ ଆସିବ। ୱାଶିଂଟନରେ ବ୍ଲୁ ଅରିଜିନର ଭବିଷ୍ୟତକୁ ନେଇ ଆୟୋଜିତ ଏକ ଚର୍ଚ୍ଚାରେ ବେଜୋସ କମ୍ପାନୀର ଯୋଜନା, ମହାକାଶରେ ଗବେଷଣା, ପୃଥିବୀକୁ ବଞ୍ଚାଇବା ଯୋଜନା ଉପରେ ନିଜ ରାୟ ରଖିଥିଲେ।

ଆହୁରି ପଢ଼ନ୍ତୁ: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ଭଙ୍ଗ ହେଲା କ୍ୟାବିନେଟ୍

ସେ କହିଥିଲେ ଯେ ମହାକାଶରେ ଭାଷମାନ ସହର ନିର୍ମାଣ କରାଯିବ। ସେଠାରେ ପୃଥିବୀର ପାଣିୁପାଗ ଏବଂ ମାଧ୍ୟାକର୍ଷଣ ଶକ୍ତିକୁ ନକଲ କରାଯିବ। ଏହି ଭାସମାନ ଘରେ ୧୦ ଲକ୍ଷ ଲୋକ ରହିପାରିବେ। ସେଠାରେ ନଦୀ, ଜଙ୍ଗଲ, ଝରଣା, ବନ୍ୟଜନ୍ତୁ ମଧ୍ୟ ରହିବେ। ଅନେକ ଦଶନ୍ଧି ପର୍ଯ୍ୟନ୍ତ ମହାକାଶରେ ମନୁଷ୍ୟ ଜନ୍ମ ନେବ ଏବଂ ଏହା ସେମାନଙ୍କର ପ୍ରଥମ ଘର ହେବ। ସେମାନେ ମହାକାଶର ଏହି ବସ୍ତିରେ ଜନ୍ମ ନେବେ, ପରେ ପୃଥିବୀ ଭ୍ରମଣରେ ଯିବେ। ପଢୁଥିବା ସମୟରେ ମହାକାଶରେ ବସ୍ତି ବସାଇବା ଯୋଜନା ଉପରେ ନିଜ ବିଚାର ରଖିଥିଲେ ବୋଲି ବେଜୋସ କହିଛନ୍ତି। ତାଙ୍କ ଅନୁଯାୟୀ କେଉଁ ଗ୍ରହକୁ ଯାଇ ସେଠାରେ ଜୀବନ ପୁଣିଥରେ ଆରମ୍ଭ କରିବା ପରିବର୍ତ୍ତେ ମହାକାଶରେ ବସ୍ତି ବସା ଯାଉ। ଯଦି ମଙ୍ଗଳ ଗ୍ରହକୁ ପରିବର୍ତ୍ତନ କରାଯାଏ କିମ୍ବା ନାଟକୀୟ ଭାବେ କିଛି କଲେ ତାହା ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ଏହା ଅନ୍ୟ ଏକ ପୃଥିବୀ ବସାଇବା ଭଳି ହୋଇଯିବ। ପରେ ସେଠାରେ ୧୦ରୁ ୨୦ ବିଲିୟନ ଲୋକ ରହିପାରିବେ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା: ହରମୁଜ୍ ପ୍ରଣାଳୀ ଖୋଲିବା ସହ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଇରାନର ନିଷ୍ପତ୍ତି

ସୂଚନାଯୋଗ୍ୟ ଯେ ପୃଥିବୀ ବାହାରେ ଜୀବନର ବିକାଶ ଲାଗି ବେଜୋସ ଏବଂ ତାଙ୍କର ଘୋର ବିରୋଧୀ ଅରବପତି ଏଲନ ମସ୍କଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ମସ୍କ ବଜୋସଙ୍କୁ ପଛରେ ପକାଇ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ମଙ୍ଗଳ ଗ୍ରହରେ ବସ୍ତି ବସାଇବାକୁ ଲକ୍ଷ୍ୟ ରଖିଛି। ବେଜୋସ ମହାକାଶରେ ବସ୍ତି ନିର୍ମାଣ କଥା କହି ମସ୍କଙ୍କୁ ଟାର୍ଗେଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ସ୍ପାଇସ୍ ଜେଟ୍ ଏବଂ ଆକାଶା ଏୟାର ବିମାନ ମଧ୍ୟରେ ଧକ୍କା

14 Nov 2021 By The Sakala

ମହାକାଶରେ ଜନ୍ମହୋଇ ପୃଥିବୀରେ ଛୁଟି କାଟିବ ମଣିଷ

ୱାଶିଂଟନ : ମହାକାଶରେ ରାଜ୍‌ କରିବା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବା ଅରବପତି ଜେଫ ବେଜୋସ ମହାକାଶର ମନୁଷ୍ୟ ଜନ୍ମ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି। ସ୍ପେସ କମ୍ପାନୀ ବ୍ଲୁ ଅରିଜିନର ମାଲିକ କହିଛନ୍ତି ଯେ ଭବିଷ୍ୟତରେ ମହାକାଶରେ ସହର ନିର୍ମାଣ ହେବ ଏବଂ ଏଠାରେ ମନୁଷ୍ୟ ଜନ୍ମ ହେବ। ଆମେ ପାର୍କ ଯିବା ଭଳି ମନୁଷ୍ୟ ପୃଥିବୀକୁ ଛୁଟି କଟାଇବାକୁ ଆସିବ। ୱାଶିଂଟନରେ ବ୍ଲୁ ଅରିଜିନର ଭବିଷ୍ୟତକୁ ନେଇ ଆୟୋଜିତ ଏକ ଚର୍ଚ୍ଚାରେ ବେଜୋସ କମ୍ପାନୀର ଯୋଜନା, ମହାକାଶରେ ଗବେଷଣା, ପୃଥିବୀକୁ ବଞ୍ଚାଇବା ଯୋଜନା ଉପରେ ନିଜ ରାୟ ରଖିଥିଲେ।

ସେ କହିଥିଲେ ଯେ ମହାକାଶରେ ଭାଷମାନ ସହର ନିର୍ମାଣ କରାଯିବ। ସେଠାରେ ପୃଥିବୀର ପାଣିୁପାଗ ଏବଂ ମାଧ୍ୟାକର୍ଷଣ ଶକ୍ତିକୁ ନକଲ କରାଯିବ। ଏହି ଭାସମାନ ଘରେ ୧୦ ଲକ୍ଷ ଲୋକ ରହିପାରିବେ। ସେଠାରେ ନଦୀ, ଜଙ୍ଗଲ, ଝରଣା, ବନ୍ୟଜନ୍ତୁ ମଧ୍ୟ ରହିବେ। ଅନେକ ଦଶନ୍ଧି ପର୍ଯ୍ୟନ୍ତ ମହାକାଶରେ ମନୁଷ୍ୟ ଜନ୍ମ ନେବ ଏବଂ ଏହା ସେମାନଙ୍କର ପ୍ରଥମ ଘର ହେବ। ସେମାନେ ମହାକାଶର ଏହି ବସ୍ତିରେ ଜନ୍ମ ନେବେ, ପରେ ପୃଥିବୀ ଭ୍ରମଣରେ ଯିବେ। ପଢୁଥିବା ସମୟରେ ମହାକାଶରେ ବସ୍ତି ବସାଇବା ଯୋଜନା ଉପରେ ନିଜ ବିଚାର ରଖିଥିଲେ ବୋଲି ବେଜୋସ କହିଛନ୍ତି। ତାଙ୍କ ଅନୁଯାୟୀ କେଉଁ ଗ୍ରହକୁ ଯାଇ ସେଠାରେ ଜୀବନ ପୁଣିଥରେ ଆରମ୍ଭ କରିବା ପରିବର୍ତ୍ତେ ମହାକାଶରେ ବସ୍ତି ବସା ଯାଉ। ଯଦି ମଙ୍ଗଳ ଗ୍ରହକୁ ପରିବର୍ତ୍ତନ କରାଯାଏ କିମ୍ବା ନାଟକୀୟ ଭାବେ କିଛି କଲେ ତାହା ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ଏହା ଅନ୍ୟ ଏକ ପୃଥିବୀ ବସାଇବା ଭଳି ହୋଇଯିବ। ପରେ ସେଠାରେ ୧୦ରୁ ୨୦ ବିଲିୟନ ଲୋକ ରହିପାରିବେ।

ସୂଚନାଯୋଗ୍ୟ ଯେ ପୃଥିବୀ ବାହାରେ ଜୀବନର ବିକାଶ ଲାଗି ବେଜୋସ ଏବଂ ତାଙ୍କର ଘୋର ବିରୋଧୀ ଅରବପତି ଏଲନ ମସ୍କଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ମସ୍କ ବଜୋସଙ୍କୁ ପଛରେ ପକାଇ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ମଙ୍ଗଳ ଗ୍ରହରେ ବସ୍ତି ବସାଇବାକୁ ଲକ୍ଷ୍ୟ ରଖିଛି। ବେଜୋସ ମହାକାଶରେ ବସ୍ତି ନିର୍ମାଣ କଥା କହି ମସ୍କଙ୍କୁ ଟାର୍ଗେଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର