ସଂସଦର ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ଯୋଗଦେଲନି ପ୍ରଧାନମନ୍ତ୍ରୀ, ସମାଲୋଚନା କଲେ ବିରୋଧୀ

The Sakala Picture
Published On

ନୂଆଦିଲ୍ଲୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ଡକାଯାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକରେ ଯୋଗଦେଇ ନାହାନ୍ତି । ସର୍ବଦଳୀୟ ବୈଠକରେ ଅନୁପସ୍ଥିତ ରହିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକରେ ଯୋଗ ଦେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ତାଙ୍କ ଅନୁପସ୍ଥିତିରେ ଆମେ ନିରାଶ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ […]

ନୂଆଦିଲ୍ଲୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ଡକାଯାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକରେ ଯୋଗଦେଇ ନାହାନ୍ତି । ସର୍ବଦଳୀୟ ବୈଠକରେ ଅନୁପସ୍ଥିତ ରହିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକରେ ଯୋଗ ଦେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ତାଙ୍କ ଅନୁପସ୍ଥିତିରେ ଆମେ ନିରାଶ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଏହି ବୈଠକରେ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଲୋକସଭାରେ ବିରୋଧୀ ଦଳ ନେତା ଆଧୀର ରଂଜନ ଚୌଧୁରୀ, ଆନନ୍ଦ ଶର୍ମା, ତୃଣମୂଳ କଂଗ୍ରେସର ସୁଦୀପ ବାନାର୍ଜୀ, ଡେରେକ ଓ’ବ୍ରାଇନ୍, ଡିଏମକେର ଟିଆର ବାଲୁ, ଟି.ଶିବ ଏବଂ ଏନସିପିର ଶରଦ ପାୱାର ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳୁ ୩ ଦିନ ପରେ ବି ମିଳୁଛି ମୃତଦେହ; ୩୦ ଦେଶର ଲୋକ ନିଖୋଜ, ମୃତ୍ୟୁସଂଖ୍ୟା ୪୬୯କୁ ବୃଦ୍ଧି, ୧୪୦୦ରୁ ଊର୍ଦ୍ଧ୍ୱ ନିଖୋଜ

ଅନ୍ୟପଟେ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଯୋଗ ନଦେବାକୁ ନେଇ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସଫେଇ ଦେଇ କହିଛନ୍ତି ଯେ, ସର୍ବଦଳୀୟ ବୈଠକକୁ ମୋଦି ଯୋଗ ଦେବାର ପରମ୍ପରା ଆରମ୍ଭ କରିଥିଲେ। ଏହା ପୂର୍ବରୁ କେବଳ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗ ଦେଇ ଆସୁଥିଲେ। ହେଲେ ଆଜି ପ୍ରଧାନମନ୍ତ୍ରୀ ଆସିପାରି ନାହାନ୍ତି ।

ଆହୁରି ପଢ଼ନ୍ତୁ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ତଥ୍ୟ ଲିକ୍ କରୁଥିଲେ ଦିଲ୍ଲୀ ଦମ୍ପତି, ସିମ୍ କାର୍ଡ ସପ୍ଲାଏ ଅଭିଯୋଗରେ ଗିରଫ

ସେହିପରି ଟିଏମସି ପକ୍ଷରୁ ସର୍ବଦଳୀୟ ବୈଠକରେ ୧୦ଟି ପ୍ରସଙ୍ଗ ଉଠାଯାଇଥିଲା। ଟିଏମସି ଦ୍ଵାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ହେଉଛି ବେକାରୀ, ଇନ୍ଧନ ମୂଲ୍ୟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଆଇନରେ ଏମଏସପି ଅନ୍ତର୍ଭୁକ୍ତ କରିବା, ଲାଭକାରୀ ପିଏସୟୁ ଗୁଡ଼ିକରେ ବିନିବେଶକୁ ବନ୍ଦ କରିବା, ବିଏସଏଫର ଅଧିକାର, ପେଗାସସ୍ ପ୍ରସଙ୍ଗ, କରୋନା ପରିସ୍ଥିତି, ମହିଳା ସଂରକ୍ଷଣ ବିଲ୍ ଏବଂ ବହୁ ନଟ୍ ବୁଲଡୋଜ ବିଲ୍ (ସ୍କ୍ରୁଟିନାଇଜ୍ ବିଲ୍) ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ସର୍ବଦଳୀୟ ବୈଠକ ବର୍ଜନ କରି ପଳାଇଥିଲେ। ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସଂସଦରେ କହିବାକୁ ଅନୁମତି ମିଳୁନାହିଁ କି ସର୍ବଦଳୀୟ ବୈଠକରେ ମଧ୍ୟ ମତ ରଖିବାକୁ ସୁଯୋଗ ଦିଆଗଲା ନାହିଁ । ନ୍ୟୁଜ୍ ଏଜେନ୍ସି ଇଘଓ ଅନୁଯାୟୀ ସଞ୍ଜୟ ସିଂ କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ସରକାର ତାଙ୍କୁ କଥା ହେବାକୁ ଦେଇନାହାଁନ୍ତି।

ସଂସଦର ଶୀତକାଳୀନ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ଏହି ଅଧିବେଶନରେ ସରକାର ତିନିଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ ବୋଲି ଆଶା କରାଯାଉଛି। ଏହି ବିଲ୍ ଉପରେ ସପକ୍ଷରେ ତଥା ବିରୋଧର ତୀବ୍ର ସଂଘର୍ଷ ହୋଇପାରେ । ଏହି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବାବେଳେ ସରକାର ଏଥିପାଇଁ ପ୍ରସ୍ତୁତି କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର