‘ଏକ୍ସ’ରେ ଚାଲିଛି ପୋଷ୍ଟର ଯୁଦ୍ଧ: ବିଜେପିର ‘ରାବଣ’କୁ କଂଗ୍ରେସର ‘ଆଦାନୀ କଣ୍ଢେଇ’

The Sakala Picture
Published On

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ସରଗରମ ସେତିକି ବଢିବାରେ ଲାଗିଛି। ଏହା ମଧ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଥିବା ପୋଷ୍ଟର ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। କିଛି ଦିନ ତଳେ କଂଗ୍ରେସ ଏହାର ଅଫିସିଆଲ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ‘ ମୋଦୀ ଦ ବିଗେଷ୍ଟ ଲାୟର୍’ ବୋଲି ପୋଷ୍ଟ କରିଥିଲା। ଏହାର ଜବାବରେ ଗତକାଲି ବିଜେପି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନୂଆ ଯୁଗର ରାବଣ […]

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ସରଗରମ ସେତିକି ବଢିବାରେ ଲାଗିଛି। ଏହା ମଧ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଥିବା ପୋଷ୍ଟର ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। କିଛି ଦିନ ତଳେ କଂଗ୍ରେସ ଏହାର ଅଫିସିଆଲ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ‘ ମୋଦୀ ଦ ବିଗେଷ୍ଟ ଲାୟର୍’ ବୋଲି ପୋଷ୍ଟ କରିଥିଲା। ଏହାର ଜବାବରେ ଗତକାଲି ବିଜେପି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନୂଆ ଯୁଗର ରାବଣ କହି ଏହାର ଅଫିସିଆଲ ‘ଏକ୍ସ’ରେ ଏକ ଫଟୋ ପୋଷ୍ଟ କରିଥିଲା। ରାହୁଲଙ୍କ ଏକାଧିକ ମୁଣ୍ଡ ଥିବା ଏକ ଫଟୋ ପୋଷ୍ଟ କରି ଏଥିରେ ‘ରାବଣ: ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ’ ବୋଲି ଉଲ୍ଲେଖ କରିଥିଲା। କେବଳ ସେତିକି ନୁହେଁ, ଏହାର ନିର୍ଦ୍ଦେଶକ ଜର୍ଜ ସୋରୋସ୍ ବୋଲି ମଧ୍ୟ ବିଜେପି ଉଲ୍ଲେଖ କରିଥିଲା। ଏହାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା ସହିତ ରାହୁଲଙ୍କୁ ନେଇ ବିଜେପି ଦେଶରେ ହିଂସା କରିବାକୁ ଚାହୁଁଛି ବୋଲି କଂଗ୍ରେସ କହିଥିଲା।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର: ୮ ଥରର ଚାମ୍ପିଅନ୍‌ କର୍ଣ୍ଣାଟକକୁ ହରାଇ ଜିତିଲା ପ୍ରଥମ ରଣଜୀ ଟ୍ରଫି

ଏହାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଥିବା ବେଳେ ଶୁକ୍ରବାର ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ଫଟୋ ପୋଷ୍ଟ କରାଯାଇଛି। ଏଥିରେ ମୋଦୀଙ୍କୁ ଶିଳ୍ପପତି ଗୌତମ ଆଦାନୀଙ୍କ କଣ୍ଢେଇ ଭାବେ ଚିତ୍ରଣ କରାଯାଇ ‘ଆଦାନୀ ପପେଟ୍’ ବୋଲି ଉଲ୍ଲେଖ କରାଯାଇଛି। ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗମୁଦ୍ରାରେ ଥିବା ବେଳେ ଏହାର ଶୀର୍ଷକ ଆଦାନୀ ରଖାଯାଇଛି। କଣ୍ଢେଇକୁ ନଚାଇଲା ଭଳି ମୋଦୀଙ୍କ ହାତରୁ ଏକାଧିକ ତାର ବାହାରିଥିବା ଫଟୋରେ ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ଭାଉଜଙ୍କୁ ଇଟାରେ ଛେଚି ହତ୍ୟା କଲା ଦିଅର, ପରେ ଛାତରୁ ଡେଇଁ କଲା ଆତ୍ମହତ୍ୟା ଉଦ୍ୟମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp