ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ : ପାକିସ୍ତାନ ଉପରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍‌ ଏବଂ ତିନି ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ସମେତ ଦେଶର ଶୀର୍ଷ ପ୍ରତିରକ୍ଷା ଅଧିକାରୀ ଉପସ୍ଥିତ ଅଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ମଧ୍ୟ ବୈଠକରେ ସାମିଲ ଅଛନ୍ତି। ଏହି ବୈଠକ ଏପରି ଏକ ସମୟରେ ହୋଇଛି ଯେତେବେଳେ ଭାରତ ଦକ୍ଷିଣ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍‌ ଏବଂ ତିନି ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ସମେତ ଦେଶର ଶୀର୍ଷ ପ୍ରତିରକ୍ଷା ଅଧିକାରୀ ଉପସ୍ଥିତ ଅଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ମଧ୍ୟ ବୈଠକରେ ସାମିଲ ଅଛନ୍ତି। ଏହି ବୈଠକ ଏପରି ଏକ ସମୟରେ ହୋଇଛି ଯେତେବେଳେ ଭାରତ ଦକ୍ଷିଣ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧର ବିକଳ୍ପଗୁଡ଼ିକ ଉପରେ ବିଚାର କରୁଛି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଘନଘନ ବୈଠକ କରୁଛନ୍ତି। ପହଲଗାମରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ଏବଂ ସେମାନଙ୍କ ମୁଖ୍ୟଙ୍କୁ ଖୋଜାଯିବ ଏବଂ ସେମାନଙ୍କୁ କଠୋରତମ ଦଣ୍ଡ ଦିଆଯିବ। ତାଙ୍କର ଇଙ୍ଗିତ ପାକିସ୍ତାନ ଆଡ଼କୁ ଥିଲା, କାରଣ ଭାରତରେ ଆତଙ୍କବାଦ ପ୍ରସାର କରିବାର ପାକିସ୍ତାନର ଇତିହାସ ରହିଛି। ଆଉ ଏହାରି ମଧ୍ୟରେ ଆଜିର ବୈଠକ ପରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

ପହଲଗାମ ଆକ୍ରମଣ ପରେ, ସରକାର ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ। ଏଥିରେ ବିରୋଧୀ ଦଳଗୁଡ଼ିକ କହିଥିେ ଯେ ସେମାନେ ଆତଙ୍କବାଦୀଙ୍କ ବିରୋଧରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଯେକୌଣସି କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ କରିବେ।ଆକ୍ରମଣର ପରଦିନ କ୍ୟାବିନେଟ୍ ସୁରକ୍ଷା କମିଟି (CCS)ର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୁହାଗଲା ଯେ ଏହି ଆତଙ୍କବାଦୀ ଆକ୍ରମଣର ସୀମା ଆରପାରିରେ ଲିଙ୍କ ଅଛି। ଏହା ମଧ୍ୟ କୁହାଯାଇଛି ଯେ ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ଜମ୍ମୁ ଏବଂ କାଶ୍ମୀରରେ ନିର୍ବାଚନ ସଫଳତାର ସହିତ ସମାପ୍ତ ହୋଇଛି ଏବଂ ରାଜ୍ୟ ଧୀରେ ଧୀରେ ଆର୍ଥିକ ପ୍ରଗତି ଆଡକୁ ଗତି କରୁଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ମହାଭୂକମ୍ପ: ବିଜେପିରେ ମିଶିବା ପରେ ହରଭଜନ ସିଂହଙ୍କ ଘର ବାହାରେ 'ଗଦ୍ଦାର' ଲେଖିଲେ ଆପ୍ କର୍ମୀ

29 Apr 2025 By The Sakala

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ : ପାକିସ୍ତାନ ଉପରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍‌ ଏବଂ ତିନି ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ସମେତ ଦେଶର ଶୀର୍ଷ ପ୍ରତିରକ୍ଷା ଅଧିକାରୀ ଉପସ୍ଥିତ ଅଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ମଧ୍ୟ ବୈଠକରେ ସାମିଲ ଅଛନ୍ତି। ଏହି ବୈଠକ ଏପରି ଏକ ସମୟରେ ହୋଇଛି ଯେତେବେଳେ ଭାରତ ଦକ୍ଷିଣ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧର ବିକଳ୍ପଗୁଡ଼ିକ ଉପରେ ବିଚାର କରୁଛି।

ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଘନଘନ ବୈଠକ କରୁଛନ୍ତି। ପହଲଗାମରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ଏବଂ ସେମାନଙ୍କ ମୁଖ୍ୟଙ୍କୁ ଖୋଜାଯିବ ଏବଂ ସେମାନଙ୍କୁ କଠୋରତମ ଦଣ୍ଡ ଦିଆଯିବ। ତାଙ୍କର ଇଙ୍ଗିତ ପାକିସ୍ତାନ ଆଡ଼କୁ ଥିଲା, କାରଣ ଭାରତରେ ଆତଙ୍କବାଦ ପ୍ରସାର କରିବାର ପାକିସ୍ତାନର ଇତିହାସ ରହିଛି। ଆଉ ଏହାରି ମଧ୍ୟରେ ଆଜିର ବୈଠକ ପରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଛି।

ପହଲଗାମ ଆକ୍ରମଣ ପରେ, ସରକାର ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ। ଏଥିରେ ବିରୋଧୀ ଦଳଗୁଡ଼ିକ କହିଥିେ ଯେ ସେମାନେ ଆତଙ୍କବାଦୀଙ୍କ ବିରୋଧରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଯେକୌଣସି କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ କରିବେ।ଆକ୍ରମଣର ପରଦିନ କ୍ୟାବିନେଟ୍ ସୁରକ୍ଷା କମିଟି (CCS)ର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୁହାଗଲା ଯେ ଏହି ଆତଙ୍କବାଦୀ ଆକ୍ରମଣର ସୀମା ଆରପାରିରେ ଲିଙ୍କ ଅଛି। ଏହା ମଧ୍ୟ କୁହାଯାଇଛି ଯେ ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ଜମ୍ମୁ ଏବଂ କାଶ୍ମୀରରେ ନିର୍ବାଚନ ସଫଳତାର ସହିତ ସମାପ୍ତ ହୋଇଛି ଏବଂ ରାଜ୍ୟ ଧୀରେ ଧୀରେ ଆର୍ଥିକ ପ୍ରଗତି ଆଡକୁ ଗତି କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର