କରୋନା ସମୟରେ ଦୁଇବର୍ଷ କମିଛି ଲୋକଙ୍କ ଜୀବନକାଳ

The Sakala Picture
Published On

ନୂଆଦିଲ୍ଲୀ: ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନା କୋଟି କୋଟି ଲୋକଙ୍କ ଜୀବନ ନେଇଥିବା ବେଳେ ଏହି ମହାମାରୀକୁ ନେଇ ଅନେକଙ୍କ ଜୀବନଶୈଳୀ ମଧ୍ୟ ବଦଳିଯାଇଛି। କରୋନା ପୂର୍ବ ଏବଂ ପରବର୍ତ୍ତୀ ଜୀବନଶୈଳୀରେ ଅନେକଙ୍କ କ୍ଷେତ୍ରରେ ପରିବର୍ତନ ଘଟିଛି । ଏବେ ଅନେକ କଟକଣା ଏବଂ ସତର୍କତା ସହ ଲୋକଙ୍କୁ ବଞ୍ଚିବାକୁ ପଡୁଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ମହାମାରା ଯୋଗୁଁ ଅପ୍ରତ୍ୟାଶିତ ଭାବେ ଲୋକଙ୍କ ଆୟୁ ମଧ୍ୟ କମିଛି ବୋଲି […]

ନୂଆଦିଲ୍ଲୀ: ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନା କୋଟି କୋଟି ଲୋକଙ୍କ ଜୀବନ ନେଇଥିବା ବେଳେ ଏହି ମହାମାରୀକୁ ନେଇ ଅନେକଙ୍କ ଜୀବନଶୈଳୀ ମଧ୍ୟ ବଦଳିଯାଇଛି। କରୋନା ପୂର୍ବ ଏବଂ ପରବର୍ତ୍ତୀ ଜୀବନଶୈଳୀରେ ଅନେକଙ୍କ କ୍ଷେତ୍ରରେ ପରିବର୍ତନ ଘଟିଛି । ଏବେ ଅନେକ କଟକଣା ଏବଂ ସତର୍କତା ସହ ଲୋକଙ୍କୁ ବଞ୍ଚିବାକୁ ପଡୁଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ମହାମାରା ଯୋଗୁଁ ଅପ୍ରତ୍ୟାଶିତ ଭାବେ ଲୋକଙ୍କ ଆୟୁ ମଧ୍ୟ କମିଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ଅନୁଧ୍ୟାନରୁ ଜଣାପଡ଼ିଛି । ହାରାହାରି ଭାବେ କରୋନା ମହାମାରୀ ଲୋକଙ୍କ ଦୁଇବର୍ଷ ଆୟୁଷ ହାନି କରିଥିବା ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ପପୁଲେସନ୍‌ ଷ୍ଟଡିଜ୍ (ଆଇଆଇପିଏସ) ର ବୈଜ୍ଞାନିକମାନେ କହିଛନ୍ତି । ୨୦୧୯ ରେ ପୁରୁଷଙ୍କ ପ୍ରତ୍ୟାଶିତ ଜୀବନକାଳ ୬୯.୫ ଏବଂ ମହିଳାଙ୍କର ୭୨ ବର୍ଷ ରହିଥିଲା। ହେଲେ ୨୦୨୦ରେ ଏହା ଯଥାକ୍ରମେ ୬୭.୫ ବର୍ଷ ଏବଂ ୬୯.୮ ବର୍ଷକୁ ଖସି ଆସିଛି ।

ଆହୁରି ପଢ଼ନ୍ତୁ: ‘ଅପରେସନ୍ ସିନ୍ଦୂର’ର ବଡ଼ ପର୍ଦ୍ଦାଫାଶ: ବ୍ରହ୍ମୋସ୍ ମାଡ଼ରେ ଛାନିଆ ପାକିସ୍ତାନ କିପରି ମାଗିଥିଲା ଯୁଦ୍ଧବିରତିର ଭିକ?

କରୋନା ପାଇଁ ୩୯ ରୁ ୬୯ ବର୍ଷ ମଧ୍ୟରେ ସର୍ବାଧିକ ପୁରୁଷଙ୍କ ଜୀବନହାନି ଘଟିଛି। ବିଶ୍ବରେ ପୂର୍ବରୁ ଦେଖାଯାଇଥିବା ଅନ୍ୟ ମହାମାରୀ ପାଇଁ ମଧ୍ୟ ଲୋକଙ୍କ ଆୟୁଷ ହାନି ଘଟିବାର ନଜିର ରହିଛି ବୋଲି ଆଇଆଇପିଏସ୍ ନିର୍ଦ୍ଦେଶକ କେ ଏସ୍ ଜେମ୍ସ କହିଛନ୍ତି । ଏଚ୍.ଆଇ.ଭି. (ଏଡସ୍) ପରେ ବିଶେଷକରି ଆଫ୍ରିକୀୟ ଦେଶମାନଙ୍କରେ ଲୋକଙ୍କ ଜୀବନକାଳ କମିଯାଇଥିଲା ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦେଶରେ ଖାଦ୍ୟ ସଙ୍କଟ  ଆଣିବ ଇ-୨୦ ପେଟ୍ରୋଲ; ସତର୍କ କରାଇଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

24 Oct 2021 By The Sakala

କରୋନା ସମୟରେ ଦୁଇବର୍ଷ କମିଛି ଲୋକଙ୍କ ଜୀବନକାଳ

ନୂଆଦିଲ୍ଲୀ: ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନା କୋଟି କୋଟି ଲୋକଙ୍କ ଜୀବନ ନେଇଥିବା ବେଳେ ଏହି ମହାମାରୀକୁ ନେଇ ଅନେକଙ୍କ ଜୀବନଶୈଳୀ ମଧ୍ୟ ବଦଳିଯାଇଛି। କରୋନା ପୂର୍ବ ଏବଂ ପରବର୍ତ୍ତୀ ଜୀବନଶୈଳୀରେ ଅନେକଙ୍କ କ୍ଷେତ୍ରରେ ପରିବର୍ତନ ଘଟିଛି । ଏବେ ଅନେକ କଟକଣା ଏବଂ ସତର୍କତା ସହ ଲୋକଙ୍କୁ ବଞ୍ଚିବାକୁ ପଡୁଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ମହାମାରା ଯୋଗୁଁ ଅପ୍ରତ୍ୟାଶିତ ଭାବେ ଲୋକଙ୍କ ଆୟୁ ମଧ୍ୟ କମିଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ଅନୁଧ୍ୟାନରୁ ଜଣାପଡ଼ିଛି । ହାରାହାରି ଭାବେ କରୋନା ମହାମାରୀ ଲୋକଙ୍କ ଦୁଇବର୍ଷ ଆୟୁଷ ହାନି କରିଥିବା ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ପପୁଲେସନ୍‌ ଷ୍ଟଡିଜ୍ (ଆଇଆଇପିଏସ) ର ବୈଜ୍ଞାନିକମାନେ କହିଛନ୍ତି । ୨୦୧୯ ରେ ପୁରୁଷଙ୍କ ପ୍ରତ୍ୟାଶିତ ଜୀବନକାଳ ୬୯.୫ ଏବଂ ମହିଳାଙ୍କର ୭୨ ବର୍ଷ ରହିଥିଲା। ହେଲେ ୨୦୨୦ରେ ଏହା ଯଥାକ୍ରମେ ୬୭.୫ ବର୍ଷ ଏବଂ ୬୯.୮ ବର୍ଷକୁ ଖସି ଆସିଛି ।

କରୋନା ପାଇଁ ୩୯ ରୁ ୬୯ ବର୍ଷ ମଧ୍ୟରେ ସର୍ବାଧିକ ପୁରୁଷଙ୍କ ଜୀବନହାନି ଘଟିଛି। ବିଶ୍ବରେ ପୂର୍ବରୁ ଦେଖାଯାଇଥିବା ଅନ୍ୟ ମହାମାରୀ ପାଇଁ ମଧ୍ୟ ଲୋକଙ୍କ ଆୟୁଷ ହାନି ଘଟିବାର ନଜିର ରହିଛି ବୋଲି ଆଇଆଇପିଏସ୍ ନିର୍ଦ୍ଦେଶକ କେ ଏସ୍ ଜେମ୍ସ କହିଛନ୍ତି । ଏଚ୍.ଆଇ.ଭି. (ଏଡସ୍) ପରେ ବିଶେଷକରି ଆଫ୍ରିକୀୟ ଦେଶମାନଙ୍କରେ ଲୋକଙ୍କ ଜୀବନକାଳ କମିଯାଇଥିଲା ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର