ସୁପ୍ରିମକୋର୍ଟ, ହାଇକୋର୍ଟ ଜଜଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣା କରିବା ହେବ ବାଧ୍ୟତାମୂଳକ, ସଂସଦୀୟ କମିଟି କଲା ସୁପାରିସ

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ପାଇଁ ପ୍ରତିବର୍ଷ ନିଜ ସମ୍ପତ୍ତି ତାଲିକା ଘୋଷଣା କରିବା ବାଧ୍ୟତାମୂଳକ ହୋଇପାରେ । ଏନେଇ ଏକ ଆଇନ ଆଣିବା ପାଇଁ ନିକଟରେ ଏକ ସଂସଦୀୟ କମିଟି ସୁପାରିସ କରିଛି। କାର୍ମିକ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହାର ଏକ ରିପୋର୍ଟରେ କହିଛି ଯେ ଏକ ସାଧାରଣ ପ୍ରଥା ଭାବେ ସମସ୍ତ ସାମ୍ବିଧାନିକ ପଦାଧିକାରୀ ଏବଂ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ସମ୍ପତ୍ତି ଏବଂ ଦାନ […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ପାଇଁ ପ୍ରତିବର୍ଷ ନିଜ ସମ୍ପତ୍ତି ତାଲିକା ଘୋଷଣା କରିବା ବାଧ୍ୟତାମୂଳକ ହୋଇପାରେ । ଏନେଇ ଏକ ଆଇନ ଆଣିବା ପାଇଁ ନିକଟରେ ଏକ ସଂସଦୀୟ କମିଟି ସୁପାରିସ କରିଛି। କାର୍ମିକ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହାର ଏକ ରିପୋର୍ଟରେ କହିଛି ଯେ ଏକ ସାଧାରଣ ପ୍ରଥା ଭାବେ ସମସ୍ତ ସାମ୍ବିଧାନିକ ପଦାଧିକାରୀ ଏବଂ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ସମ୍ପତ୍ତି ଏବଂ ଦାନ ସମ୍ବନ୍ଧୀୟ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାକୁ ହେବ ।

ଆହୁରି ପଢ଼ନ୍ତୁ: ଜମ୍ମୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରେ ଗୁଳିମାଡ଼, ୨୦ ବର୍ଷ ଧରି ହତ୍ୟା ଷଡ଼ଯନ୍ତ୍ର ରଚୁଥିଲା ଆକ୍ରମଣକାରୀ

ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀଙ୍କ ନେତୃତ୍ୱରେ ସଂସଦୀୟ କମିଟି କହିଛି, “ସାଂସଦ କିମ୍ବା ବିଧାୟକ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ସମ୍ପର୍କିତ ସୂଚନା ଜାଣିବାର ଅଧିକାର ଜନସାଧାରଣଙ୍କ ରହିଛି ବୋଲି ସୁପ୍ରିମକୋର୍ଟ ଯେତେବେଳେ କହୁଛନ୍ତି, ତେବେ ବିଚାରପତିମାନେ ନିଜ ସମ୍ପତ୍ତି ତାଲିକା ଘୋଷଣା କରିବା କ’ଣ ଭୁଲ ? ସର୍ବସାଧାରଣ ପଦରେ ଥିବା ଓ ସରକାରୀ ରାଜକୋଷରୁ ବେତନ ପାଉଥିବା ଯେକୌଣସି ବ୍ୟକ୍ତି ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତିର ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ।

ଆହୁରି ପଢ଼ନ୍ତୁ: ଏସ୍ ଜୟଶଙ୍କରଙ୍କ ମାଷ୍ଟରଷ୍ଟ୍ରୋକ୍: ଇରାନ ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କରକୁ ମିଳିଲା ସୁରକ୍ଷିତ ମାର୍ଗ

୨୦୦୯ ମସିହାରେ ସୁପ୍ରିମକୋର୍ଟର ଏକ ପୂର୍ଣ୍ଣ ପୀଠ ସୁପ୍ରିମକୋର୍ଟର ୱେବସାଇଟରେ ସମ୍ପତ୍ତି ଘୋଷଣାକୁ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ଭିତ୍ତିରେ ରଖିବା ବିଷୟରେ କହିଥିଲେ। ତେବେ ବର୍ତ୍ତମାନ ସୁପ୍ରିମକୋର୍ଟ ୱେବସାଇଟରେ ଭାରତର ୫୫ ଜଣ ପୂର୍ବତନ ପ୍ରଧାନ ବିଚାରପତି ଏବଂ ବିଚାରପତିଙ୍କ ସମ୍ବନ୍ଧରେ ସମ୍ପତ୍ତି ଘୋଷଣା ସହ ଜଡିତ ତଥ୍ୟ ରହିଛି, ଯାହା ମାର୍ଚ୍ଚ ୨୦୧୮ରେ ଶେଷ ଥର ପାଇଁ ଅପଡେଟ୍ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସେହିଭଳି କେବଳ ପାଞ୍ଚଟି ହାଇକୋର୍ଟର ୱେବସାଇଟରେ ସମ୍ପୃକ୍ତ ଅଦାଲତର କିଛି ବିଚାରପତି ସେମାନଙ୍କ ସମ୍ପତ୍ତି ଘୋଷଣା କରିଛନ୍ତି। ବିଚାରପତିଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଘୋଷଣା କରିବା ପାଇଁ ଉଦ୍ଦିଷ୍ଟ “ଜୁଡିସିଆଲ୍ ଷ୍ଟାଣ୍ଡାର୍ଡ ଏବଂ ଆକାଉଣ୍ଟେବିଲିଟି ବିଲ୍”ର ବୈଧତା ୧୫ତମ ଲୋକସଭା ଭଙ୍ଗ ପରେ ଶେଷ ହୋଇଥିଲା ।

09 Aug 2023 By The Sakala

ସୁପ୍ରିମକୋର୍ଟ, ହାଇକୋର୍ଟ ଜଜଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣା କରିବା ହେବ ବାଧ୍ୟତାମୂଳକ, ସଂସଦୀୟ କମିଟି କଲା ସୁପାରିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ପାଇଁ ପ୍ରତିବର୍ଷ ନିଜ ସମ୍ପତ୍ତି ତାଲିକା ଘୋଷଣା କରିବା ବାଧ୍ୟତାମୂଳକ ହୋଇପାରେ । ଏନେଇ ଏକ ଆଇନ ଆଣିବା ପାଇଁ ନିକଟରେ ଏକ ସଂସଦୀୟ କମିଟି ସୁପାରିସ କରିଛି। କାର୍ମିକ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହାର ଏକ ରିପୋର୍ଟରେ କହିଛି ଯେ ଏକ ସାଧାରଣ ପ୍ରଥା ଭାବେ ସମସ୍ତ ସାମ୍ବିଧାନିକ ପଦାଧିକାରୀ ଏବଂ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ସମ୍ପତ୍ତି ଏବଂ ଦାନ ସମ୍ବନ୍ଧୀୟ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାକୁ ହେବ ।

ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀଙ୍କ ନେତୃତ୍ୱରେ ସଂସଦୀୟ କମିଟି କହିଛି, “ସାଂସଦ କିମ୍ବା ବିଧାୟକ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ସମ୍ପର୍କିତ ସୂଚନା ଜାଣିବାର ଅଧିକାର ଜନସାଧାରଣଙ୍କ ରହିଛି ବୋଲି ସୁପ୍ରିମକୋର୍ଟ ଯେତେବେଳେ କହୁଛନ୍ତି, ତେବେ ବିଚାରପତିମାନେ ନିଜ ସମ୍ପତ୍ତି ତାଲିକା ଘୋଷଣା କରିବା କ’ଣ ଭୁଲ ? ସର୍ବସାଧାରଣ ପଦରେ ଥିବା ଓ ସରକାରୀ ରାଜକୋଷରୁ ବେତନ ପାଉଥିବା ଯେକୌଣସି ବ୍ୟକ୍ତି ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତିର ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ।

୨୦୦୯ ମସିହାରେ ସୁପ୍ରିମକୋର୍ଟର ଏକ ପୂର୍ଣ୍ଣ ପୀଠ ସୁପ୍ରିମକୋର୍ଟର ୱେବସାଇଟରେ ସମ୍ପତ୍ତି ଘୋଷଣାକୁ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ଭିତ୍ତିରେ ରଖିବା ବିଷୟରେ କହିଥିଲେ। ତେବେ ବର୍ତ୍ତମାନ ସୁପ୍ରିମକୋର୍ଟ ୱେବସାଇଟରେ ଭାରତର ୫୫ ଜଣ ପୂର୍ବତନ ପ୍ରଧାନ ବିଚାରପତି ଏବଂ ବିଚାରପତିଙ୍କ ସମ୍ବନ୍ଧରେ ସମ୍ପତ୍ତି ଘୋଷଣା ସହ ଜଡିତ ତଥ୍ୟ ରହିଛି, ଯାହା ମାର୍ଚ୍ଚ ୨୦୧୮ରେ ଶେଷ ଥର ପାଇଁ ଅପଡେଟ୍ କରାଯାଇଥିଲା।

ସେହିଭଳି କେବଳ ପାଞ୍ଚଟି ହାଇକୋର୍ଟର ୱେବସାଇଟରେ ସମ୍ପୃକ୍ତ ଅଦାଲତର କିଛି ବିଚାରପତି ସେମାନଙ୍କ ସମ୍ପତ୍ତି ଘୋଷଣା କରିଛନ୍ତି। ବିଚାରପତିଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଘୋଷଣା କରିବା ପାଇଁ ଉଦ୍ଦିଷ୍ଟ “ଜୁଡିସିଆଲ୍ ଷ୍ଟାଣ୍ଡାର୍ଡ ଏବଂ ଆକାଉଣ୍ଟେବିଲିଟି ବିଲ୍”ର ବୈଧତା ୧୫ତମ ଲୋକସଭା ଭଙ୍ଗ ପରେ ଶେଷ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର