‘ଓମିକ୍ରନ’ ପ୍ରଭାବ; ଲିଟର ପିଛା ୫ ଟଙ୍କା ପର୍ଯ୍ୟନ୍ତ କମିପାରେ ପେଟ୍ରୋଲ, ଡିଜେଲ

The Sakala Picture
Published On

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ପାଇଁ ଆଉ ଏକ ବଡ଼ ଆଶ୍ବସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଯଦି ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆହୁରି ହ୍ରାସ ପାଇବ ତେବେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଶସ୍ତା ହୋଇପାରେ। ଏଥିଯୋଗୁ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ସାମ୍ପ୍ରତିକ ବିଶ୍ବ ସ୍ଥିତି ପରିପ୍ରେକ୍ଷୀରେ […]

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ପାଇଁ ଆଉ ଏକ ବଡ଼ ଆଶ୍ବସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଯଦି ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆହୁରି ହ୍ରାସ ପାଇବ ତେବେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଶସ୍ତା ହୋଇପାରେ। ଏଥିଯୋଗୁ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ସାମ୍ପ୍ରତିକ ବିଶ୍ବ ସ୍ଥିତି ପରିପ୍ରେକ୍ଷୀରେ ଆଗାମୀ ଦିନରେ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବଡ ହ୍ରାସ ନେଇ ଶକ୍ତି ବିଶେଷଜ୍ଞମାନେ ଆକଳନ କରିଛନ୍ତି । କେନ୍ଦ୍ର ତୈଳ ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଜରିଆରେ ବାଣିଜ୍ୟିକ ଏବଂ ଘରୋଇ ସିଲିଣ୍ଡର ପାଇଁ ନୂତନ ଦର ପ୍ରତ୍ୟେକ ମାସର ପହିଲାରେ ଘୋଷଣା କରିଥାନ୍ତି। ଡିସେମ୍ବର ପହିଲାରେ ହେବାକୁ ଥିବା ସମୀକ୍ଷାରେ ଏଥର ସିଲିଣ୍ଡର ଦର ହ୍ରାସ ହେବାର ସମସ୍ତ ସମ୍ଭାବନା ରହିଛି। ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଆଇଆଇଏଫଏଲ୍‌ ସିକ୍ୟୁରିଟିଜ୍ ଉପାଧ୍ୟକ୍ଷ ଅନୁଜ୍ ଗୁପ୍ତା କହିଛନ୍ତି ଯେ, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଅଧିକ ସଂକ୍ରମିତ ହେବାର ଖବର ହେତୁ ସମଗ୍ର ବିଶ୍ବ ସତର୍କତା ଅବଲମ୍ବନ କରୁଛି। ଏହି କାରଣରୁ ବିଶ୍ବରେ ବିଭିନ୍ନ ରାଷ୍ଟ୍ର ପୁଣି ଥରେ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଲକଡାଉନ୍ କରୁଛନ୍ତି। ଏହାର ପ୍ରଭାବରେ ଅଶୋଧିତ ତୈଳ ଦର ଦିନକୁ ପ୍ରାୟ ୧୨ ପ୍ରତିଶତ ହ୍ରାସ ପାଇ ଶୁକ୍ରବାର ବ୍ୟାରେଲ ପିଛା ୭୨ ଡଲାରରେ ପହଞ୍ଚିଛି। ଶକ୍ତି କ୍ଷେତ୍ରର ବିଶେଷଜ୍ଞ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଛି। ତେବେ ଘରୋଇ ବଜାରରେ ଏଭଳି ହ୍ରାସ ଆଶା କରାଯାଏନାହିଁ । ଏହାସତ୍ତ୍ୱେ କମ୍ପାନୀଗୁଡିକ ଆସନ୍ତା ୧୫ ଦିନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ପାଞ୍ଚରୁ ସାତ ପ୍ରତିଶତ ହ୍ରାସ କରିପାରିବେ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଯଦି ଅଶୋଧିତ ତୈଳ ଦର ଅଧିକ ତଳକୁ ଖସିଯାଏ ତେବେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଖୁବ୍ ଶୀଘ୍ର ଶସ୍ତା ହେବ। ବିଶ୍ବ ବଜାରରେ ତୈଳ ମୂଲ୍ୟରେ ଅଧିକ ହ୍ରାସ ଘଟିଲେ ହିଁ ଭାରତରେ ଇନ୍ଧନ ମୂଲ୍ୟ ହ୍ରାସ ହୋଇପାରିବ। ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହାରାହାରି ୧୫ ଦିନ ସ୍ଥିର ରହିବ । ଭାରତରେ ଭାରତୀୟ ତୈଳ ନିଗମ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚ୍‌ପିସିଏଲ) ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ପ୍ରତିଦିନ ସଂଶୋଧନ କରିଥାନ୍ତି, କିନ୍ତୁ ଏହି ମୂଲ୍ୟର ସଂଶୋଧନ ବିଶ୍ବ ତୈଳ ମୂଲ୍ୟର ୧୫ ଦିନିଆ ହାରାହାରି ମୂଲ୍ୟ ଉପରେ ଆଧାରିତ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର