ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ସବୁ ମାମଲା ତଦନ୍ତ କରିବ ଦିଲ୍ଲୀ ପୁଲିସ

The Sakala Picture
Published On

ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚିିତ ରହିଥିବା ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି। ନୂପୁର ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାହାକୁ ବିରୋଧ କରି ତାଙ୍କ ବିରୋଧରେ ଦେଶର ବିଭିନ୍ନ ଭାଗରେ ମାମଲା ଦାଏର ହୋଇଥିଲା। ଏଥିନେଇ ସଂପୃକ୍ତ ଥାନା ପକ୍ଷରୁ ନୂପୁରଙ୍କୁ ନୋଟିସ୍‌ ଜାରି କରାଯାଇ ହାଜର ହେବାକୁ ସମନ ଜାରି କରାଯାଇଥିଲା। ହେଲେ ସମସ୍ତ ମାମଲାଗୁଡିକୁ ଦିଲ୍ଲୀକୁ […]

ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚିିତ ରହିଥିବା ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି। ନୂପୁର ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାହାକୁ ବିରୋଧ କରି ତାଙ୍କ ବିରୋଧରେ ଦେଶର ବିଭିନ୍ନ ଭାଗରେ ମାମଲା ଦାଏର ହୋଇଥିଲା। ଏଥିନେଇ ସଂପୃକ୍ତ ଥାନା ପକ୍ଷରୁ ନୂପୁରଙ୍କୁ ନୋଟିସ୍‌ ଜାରି କରାଯାଇ ହାଜର ହେବାକୁ ସମନ ଜାରି କରାଯାଇଥିଲା। ହେଲେ ସମସ୍ତ ମାମଲାଗୁଡିକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନୂପୁର ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବେଳେ ଏହା ସପକ୍ଷରେ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନାମରେ ଦାଏର ହୋଇଥିବା ୧୦ଟି ପୃଥକ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରାଯିବା ସହିତ ଦିଲ୍ଲୀ ପୁଲିସ ହିଁ ଏହାର ତଦନ୍ତ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତସେ କେବଳ ସେତିକି ନୁହେଁ, ଯଦି ଆଗକୁ ତାଙ୍କ ବିରୋଧରେ ଅନ୍ୟ କେଉଁଠି ମାମଲା ରୁଜୁ କରାଯାଏ ତେବେ ସେଗୁଡିକ ସିଧାସଳଖ ଦିଲ୍ଲୀକୁ ସ୍ଥାନାନ୍ତର ହେବ ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ ବି ପର୍ଦ୍ଦିୱାଲାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି। ଫଳରେ ନୂପୁରଙ୍କୁ ବଡ଼ ଆଶ୍ବସ୍ତି ମିଳିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଓ ବନ୍ୟା ବିଭୀଷିକା: ଚିତ୍ରକୂଟରେ ଉଛୁଳିଲା ମନ୍ଦାକିନୀ ନଦୀ, ଜଳମଗ୍ନ ଅନେକ ଗାଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର