କେବଳ କୋହିନୂର ହୀରା ନୁହେଁ ବିଶ୍ବର ଆଉ ୪ଟି ମୂଲ୍ୟବାନ ଜିନିଷ ନିଜ ଦେଶକୁ ନେଇଯାଇଛନ୍ତି ବ୍ରିଟିଶ

The Sakala Picture
Published On

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଦ୍ବିତୀୟ ଏଲିଜାବେଥଙ୍କ ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି। ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ନୂଆ ରାଜା ହୋଇଛନ୍ତି ତାଙ୍କ ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲସ । ଏଲିଜାବେଥ୍ ଦ୍ୱିତୀୟ ଦୀର୍ଘ ୭୦ ବର୍ଷ ଶାସନରେ ରହିଥିଲେ । ବ୍ରିଟେନରେ ତାଙ୍କ ନାଁରେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ ରହିଛି । ଏବେ ତାଙ୍କ ପୁଅ ଚାର୍ଲସ ନୂଆ ରାଜା ଭାବେ ଅଭିଷିକ୍ତ ହେବା ପରେ ସେ […]

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଦ୍ବିତୀୟ ଏଲିଜାବେଥଙ୍କ ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି। ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ନୂଆ ରାଜା ହୋଇଛନ୍ତି ତାଙ୍କ ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲସ । ଏଲିଜାବେଥ୍ ଦ୍ୱିତୀୟ ଦୀର୍ଘ ୭୦ ବର୍ଷ ଶାସନରେ ରହିଥିଲେ । ବ୍ରିଟେନରେ ତାଙ୍କ ନାଁରେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ ରହିଛି । ଏବେ ତାଙ୍କ ପୁଅ ଚାର୍ଲସ ନୂଆ ରାଜା ଭାବେ ଅଭିଷିକ୍ତ ହେବା ପରେ ସେ ଚାର୍ଲସ ତୃତୀୟ ଭାବେ ପରିଚୟ ପାଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହୌଜ ରାନୀ ହୋଟେଲ୍ ଅଗ୍ନିକାଣ୍ଡ: ୨୧ ମୃତ, ନିୟମ ଉଲ୍ଲଂଘନ ଅଭିଯୋଗରେ ମାଲିକ ଗିରଫ ଏବଂ B&B ନୀତି ପ୍ରତ୍ୟାହାର ଘୋଷଣା

ବ୍ରିଟେନ ମହାରାଣୀ ଦ୍ବିତୀୟ ଏଲିଜାବେଥଙ୍କ ଦେହାନ୍ତ ପରେ ଏବେ ଦାମୀ କୋହିନୂର ହୀରାକୁ ନେଇ ବେଶ ଚର୍ଚ୍ଚା ହେଉଛି। ମହାରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନ ନୂଆ ରାଜା  ପ୍ରିନ୍ସ ଚାର୍ଲସଙ୍କ ପତ୍ନୀ ରାଣୀ କାମିଲା ପାର୍କରଙ୍କ ମୁକୁଟରେ ଶୋଭା ପାଇବ ବିଶ୍ବର ସବୁଠାରୁ ପ୍ରସିଦ୍ଧ ଓ ରହସ୍ୟମୟ ହୀରା କୋହିନୂର । କୋହିନୂର ହୀରା ବର୍ତମାନ ପ୍ଲାଣ୍ଟିନମର ମୁକୁଟ ଭିତରେ ରହିଛି । ଯାହାକୁ କି ମହାରାଣୀ ଦ୍ୱିତୀୟ ଏଲିଜାବେଥ୍ ଇଂଲଣ୍ଡର ସାମ୍ରାଗୀ ରୂପେ ଶାସନ ଭାର ସମ୍ଭାଳିଥିବା ବେଳେ ପିନ୍ଧିଥିଲେ ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

କୋହିନୂରଙ୍କ ବିଶ୍ୱର ସବୁଠାରୁ ଦାମୀ ହୀରା ବୋଲି କୁହାଯାଏ । ଏହି ହୀରାର ଓଜନ ୧୦୫.୬ କ୍ୟାରେଟ ରହିଛି । ଏହାକୁ ଭାରତରେ ୧୪ ଶହ ଶତାବ୍ଦୀରେ ମିଳିଥିଲା । କୋହିନୂରର ଇତିହାସ ମୁତାବକ ଏହା ଆନ୍ଧ୍ରପଅଦେଶର ଗୁଣ୍ଟୁରୁରେ କାକତୀୟ ରାଜବଂଶ ଶାସନ କାଳରେ ମିଳିଥିଲା । ବାରଙ୍ଗଲ ଠାରେ ଏକ ହିନ୍ଦୁ ମନ୍ଦିରରେ ଏହାକୁ ଏକ ଦେବତାଙ୍କ ଆଖିଭାବେ ବ୍ୟବହାର କରାଯାଇଥିଲା ।

ଅନ୍ୟପଟେ ରାଣୀଙ୍କ ମୃତ୍ୟୁ ପରେ କୋହିନୂରକୁ ଭାରତକୁ ଫୋଇ ଆଣିବାକୁ ଦାବି ହେଉଛି। ଅନେକେ ବିଶ୍ୱାସ କରନ୍ତି ଯେ ବ୍ରିଟେନର ରାଣୀଙ୍କ ମୁକୁଟରେ ଲାଗିଥିବା ଏହି ମୂଲ୍ୟବାନ ହୀରାକୁ ଭାରତକୁ ଫେରାଇ ଦିଆଯିବା ଉଚିତ୍। ତଥାପି ଏସବୁ ମଧ୍ୟରେ, ଆସନ୍ତୁ ଜାଣିବା ବିଶ୍ବର ଏପରି କିଛି ପ୍ରସିଦ୍ଧ ସାମଗ୍ରୀ ଯାହା ବ୍ରିବେଟ ରାଜପରିବାର ପାଖରେ ରହିଛି। ଯାହା ବିଶ୍ବର ମୂଲ୍ୟବାନ୍‌ ସମଗ୍ରୀ ଅଟେ। ଆଜି ଆମେ ଆପଣଙ୍କୁ ଏଠାରେ ବିଶ୍ବର ୪ଟି ମୂଲ୍ୟବାନ ସମଗ୍ରୀ ବିଷୟରେ କହିବୁ ଶାସନ ସମୟରେ ଅନ୍ୟ ଦେଶରୁ ନିଆଯାଇଥିଲା କିମ୍ବା ଲୁଟ୍ ହୋଇଥିଲା,ଯାହା ବ୍ରିବେଟ ରାଜପରିବାର ପାଖରେ ରହିଛି।

୧. ଆଫ୍ରିକାର ଗ୍ରେଟ୍ ଷ୍ଟାର୍ ହୀରା

Great Star Diamond of Africa

ବ୍ରିଟେନ ରାଣୀଙ୍କର ବହୁ ମୂଲ୍ୟବାନ ସମ୍ପତ୍ତିରେ ‘ଗ୍ରେଟ୍ ଷ୍ଟାର୍ ଅଫ୍ ଆଫ୍ରିକା’ ହୀରା ଅନ୍ତର୍ଭୁକ୍ତ । ଏହା ଦୁନିଆର ସବୁଠାରୁ ବଡ ହୀରା ଏବଂ ଏହାର ଓଜନ ପ୍ରାୟ ୫୩୦ କ୍ୟାରେଟ୍ । ଏହାର ମୂଲ୍ୟ ପ୍ରାୟ ୪୦୦ ନିୟୁତ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି। ଅନେକ ଆଫ୍ରିକୀୟ ଐତିହାସିକଙ୍କ ଅନୁଯାୟୀ, ୧୯୦୫ ମସିହାରେ ହୀରା ଦକ୍ଷିଣ ଆଫ୍ରିକାରେ ଖଣି ଖନନ କରାଯାଇ ଏହାକୁ ଏଡୱାର୍ଡ ସପ୍ତମଙ୍କୁ ପ୍ରଦାନ କରାଯାଇଥିଲା। ଆଉ କେତେକ ଐତିହାସିକ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ଶାସନ କାଳରେ ବ୍ରିଟିଶ ସରକାର ଏହି ହୀରା ଚୋରି କରାଯାଇ ନିଆଯାଇଛି। ଆଫ୍ରିକାର ଗ୍ରେଟ୍ ହୀରା ବର୍ତ୍ତମାନ ରାଣୀ ରାଜଭଣ୍ଡାରରେ ଅଛି।

୨.ଟିପୁ ସୁଲତାନଙ୍କ ରିଙ୍ଗ

ring of tipu sultan
୪ ମଇ ୧୭୯୯ ରେ ବ୍ରିଟିଶମାନଙ୍କ ସହ ଯୁଦ୍ଧ କରୁଥିବାବେଳେ ଟିପୁ ସୁଲତାନ ସହିଦ ହୋଇଥିଲେ। ଟିପୁ ସୁଲତାନଙ୍କ ମୁଦି(ରିଙ୍ଗ) ତାଙ୍କ ମୃତ ଦେହରୁ ବାହାର କରାଯାଇଛି ବୋଲି ଜଣାପଡିଛି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ରିଙ୍ଗଟି ବ୍ରିଟେନର ଏକ ନିଲାମରେ ଜଣେ ଅଜ୍ଞାତ ବିଡରଙ୍କୁ ପ୍ରାୟ ୧୪୫,୦୦୦ ଡଲାରରେ ବିକ୍ରି କରାଯାଇଥିଲା।

୩.ରୋସେଟ୍ଟା ପଥର

rosetta stone
କୋହିନୋରକୁ ଭାରତକୁ ଫେରାଇ ଆଣିବାକୁ ଦାବି ମଧ୍ୟରେ ଇଜିପ୍ଟର କାର୍ଯ୍ୟକର୍ତ୍ତା ତଥା ପ୍ରତ୍ନତତ୍ତ୍ୱବିତମାନେ  ରୋସେଟ୍ଟା ପଥରକୁ ନିଜ ଦେଶ ଅର୍ଥାତ୍ ଇଜିପ୍ଟକୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ରୋସେଟ୍ଟା ଷ୍ଟୋନ ବର୍ତ୍ତମାନ ବ୍ରିଟିଶ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଅଛି। ଅନେକ ସ୍ଥାନୀୟ ଖବରକାଗଜ ଅନୁଯାୟୀ, ପ୍ରତ୍ନତତ୍ତ୍ୱବିତ୍ମାନେ ଦାବି କରିଛନ୍ତି ଯେ ବ୍ରିଟେନ ଦ୍ୱାରା ରୋସେଟ୍ଟା ପଥର ଚୋରି ହୋଇଛି। ରୋସେଟ୍ଟା ପଥର ଖ୍ରୀଷ୍ଟପୂର୍ବ ୧୯୬ ପୂର୍ବର ଅଟେ।ଐତିହାସିକଙ୍କ ଅନୁଯାୟୀ, ୧୮୦୦ ଦଶକରେ ଫ୍ରାନ୍ସ ବିରୁଦ୍ଧରେ ଯୁଦ୍ଧରେ ଜିତିବା ପରେ ପ୍ରସିଦ୍ଧ ପଥରଟିକୁ ବ୍ରିଟେନ ନିଆଯାଇଥିଲା।

୪. ଏଲଜିନ୍ ମାର୍ବଲ୍ସ

elgin marbles
ଅନେକ ଗଣମାଧ୍ୟମ ରିପୋର୍ଟ ଏବଂ ଇତିହାସ ଅଭିଲେଖାଗାର ଅନୁଯାୟୀ, ୧୮୦୩ ମସିହାରେ ଲର୍ଡ ଏଲଜିନ୍ ଗ୍ରୀସର ପାର୍ଟେନନର କ୍ଷୟପ୍ରାପ୍ତ କାନ୍ଥରୁ ପଥର କାଢି ଲଣ୍ଡନକୁ ନେଇଥିବା ଅଭିଯୋଗ ହୋଇଥିଲା। ସେହି ମୂଲ୍ୟବାନ ପଥରଗୁଡ଼ିକୁ  ଲର୍ଡ ଏଲଜିନ୍ଏ କାଢି ନେଇଥିବାରୁ ଏହାକୁ  ଏଲଜିନ୍ ମାର୍ବଲ୍ସ କୁହାଯାଏ । ୧୯୨୫ ମସିହା ପର୍ଯ୍ୟନ୍ତ ଗ୍ରୀସ୍ ଏହାକୁ ଫେରାଇନେବାକୁ କହି ମଧ୍ୟ ନେଇ ପାରିନାହିଁ। ବର୍ତ୍ତମାନ ଏହି ଏଲଜିନ୍ ମାର୍ବଲ ବ୍ରିଟିଶ ସଂଗ୍ରହାଳୟରେ ରହିଛି।

10 Sep 2022 By The Sakala

କେବଳ କୋହିନୂର ହୀରା ନୁହେଁ ବିଶ୍ବର ଆଉ ୪ଟି ମୂଲ୍ୟବାନ ଜିନିଷ ନିଜ ଦେଶକୁ ନେଇଯାଇଛନ୍ତି ବ୍ରିଟିଶ

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଦ୍ବିତୀୟ ଏଲିଜାବେଥଙ୍କ ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି। ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ନୂଆ ରାଜା ହୋଇଛନ୍ତି ତାଙ୍କ ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲସ । ଏଲିଜାବେଥ୍ ଦ୍ୱିତୀୟ ଦୀର୍ଘ ୭୦ ବର୍ଷ ଶାସନରେ ରହିଥିଲେ । ବ୍ରିଟେନରେ ତାଙ୍କ ନାଁରେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ ରହିଛି । ଏବେ ତାଙ୍କ ପୁଅ ଚାର୍ଲସ ନୂଆ ରାଜା ଭାବେ ଅଭିଷିକ୍ତ ହେବା ପରେ ସେ ଚାର୍ଲସ ତୃତୀୟ ଭାବେ ପରିଚୟ ପାଇଛନ୍ତି ।

ବ୍ରିଟେନ ମହାରାଣୀ ଦ୍ବିତୀୟ ଏଲିଜାବେଥଙ୍କ ଦେହାନ୍ତ ପରେ ଏବେ ଦାମୀ କୋହିନୂର ହୀରାକୁ ନେଇ ବେଶ ଚର୍ଚ୍ଚା ହେଉଛି। ମହାରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନ ନୂଆ ରାଜା  ପ୍ରିନ୍ସ ଚାର୍ଲସଙ୍କ ପତ୍ନୀ ରାଣୀ କାମିଲା ପାର୍କରଙ୍କ ମୁକୁଟରେ ଶୋଭା ପାଇବ ବିଶ୍ବର ସବୁଠାରୁ ପ୍ରସିଦ୍ଧ ଓ ରହସ୍ୟମୟ ହୀରା କୋହିନୂର । କୋହିନୂର ହୀରା ବର୍ତମାନ ପ୍ଲାଣ୍ଟିନମର ମୁକୁଟ ଭିତରେ ରହିଛି । ଯାହାକୁ କି ମହାରାଣୀ ଦ୍ୱିତୀୟ ଏଲିଜାବେଥ୍ ଇଂଲଣ୍ଡର ସାମ୍ରାଗୀ ରୂପେ ଶାସନ ଭାର ସମ୍ଭାଳିଥିବା ବେଳେ ପିନ୍ଧିଥିଲେ ।

କୋହିନୂରଙ୍କ ବିଶ୍ୱର ସବୁଠାରୁ ଦାମୀ ହୀରା ବୋଲି କୁହାଯାଏ । ଏହି ହୀରାର ଓଜନ ୧୦୫.୬ କ୍ୟାରେଟ ରହିଛି । ଏହାକୁ ଭାରତରେ ୧୪ ଶହ ଶତାବ୍ଦୀରେ ମିଳିଥିଲା । କୋହିନୂରର ଇତିହାସ ମୁତାବକ ଏହା ଆନ୍ଧ୍ରପଅଦେଶର ଗୁଣ୍ଟୁରୁରେ କାକତୀୟ ରାଜବଂଶ ଶାସନ କାଳରେ ମିଳିଥିଲା । ବାରଙ୍ଗଲ ଠାରେ ଏକ ହିନ୍ଦୁ ମନ୍ଦିରରେ ଏହାକୁ ଏକ ଦେବତାଙ୍କ ଆଖିଭାବେ ବ୍ୟବହାର କରାଯାଇଥିଲା ।

ଅନ୍ୟପଟେ ରାଣୀଙ୍କ ମୃତ୍ୟୁ ପରେ କୋହିନୂରକୁ ଭାରତକୁ ଫୋଇ ଆଣିବାକୁ ଦାବି ହେଉଛି। ଅନେକେ ବିଶ୍ୱାସ କରନ୍ତି ଯେ ବ୍ରିଟେନର ରାଣୀଙ୍କ ମୁକୁଟରେ ଲାଗିଥିବା ଏହି ମୂଲ୍ୟବାନ ହୀରାକୁ ଭାରତକୁ ଫେରାଇ ଦିଆଯିବା ଉଚିତ୍। ତଥାପି ଏସବୁ ମଧ୍ୟରେ, ଆସନ୍ତୁ ଜାଣିବା ବିଶ୍ବର ଏପରି କିଛି ପ୍ରସିଦ୍ଧ ସାମଗ୍ରୀ ଯାହା ବ୍ରିବେଟ ରାଜପରିବାର ପାଖରେ ରହିଛି। ଯାହା ବିଶ୍ବର ମୂଲ୍ୟବାନ୍‌ ସମଗ୍ରୀ ଅଟେ। ଆଜି ଆମେ ଆପଣଙ୍କୁ ଏଠାରେ ବିଶ୍ବର ୪ଟି ମୂଲ୍ୟବାନ ସମଗ୍ରୀ ବିଷୟରେ କହିବୁ ଶାସନ ସମୟରେ ଅନ୍ୟ ଦେଶରୁ ନିଆଯାଇଥିଲା କିମ୍ବା ଲୁଟ୍ ହୋଇଥିଲା,ଯାହା ବ୍ରିବେଟ ରାଜପରିବାର ପାଖରେ ରହିଛି।

୧. ଆଫ୍ରିକାର ଗ୍ରେଟ୍ ଷ୍ଟାର୍ ହୀରା

Great Star Diamond of Africa

ବ୍ରିଟେନ ରାଣୀଙ୍କର ବହୁ ମୂଲ୍ୟବାନ ସମ୍ପତ୍ତିରେ ‘ଗ୍ରେଟ୍ ଷ୍ଟାର୍ ଅଫ୍ ଆଫ୍ରିକା’ ହୀରା ଅନ୍ତର୍ଭୁକ୍ତ । ଏହା ଦୁନିଆର ସବୁଠାରୁ ବଡ ହୀରା ଏବଂ ଏହାର ଓଜନ ପ୍ରାୟ ୫୩୦ କ୍ୟାରେଟ୍ । ଏହାର ମୂଲ୍ୟ ପ୍ରାୟ ୪୦୦ ନିୟୁତ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି। ଅନେକ ଆଫ୍ରିକୀୟ ଐତିହାସିକଙ୍କ ଅନୁଯାୟୀ, ୧୯୦୫ ମସିହାରେ ହୀରା ଦକ୍ଷିଣ ଆଫ୍ରିକାରେ ଖଣି ଖନନ କରାଯାଇ ଏହାକୁ ଏଡୱାର୍ଡ ସପ୍ତମଙ୍କୁ ପ୍ରଦାନ କରାଯାଇଥିଲା। ଆଉ କେତେକ ଐତିହାସିକ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ଶାସନ କାଳରେ ବ୍ରିଟିଶ ସରକାର ଏହି ହୀରା ଚୋରି କରାଯାଇ ନିଆଯାଇଛି। ଆଫ୍ରିକାର ଗ୍ରେଟ୍ ହୀରା ବର୍ତ୍ତମାନ ରାଣୀ ରାଜଭଣ୍ଡାରରେ ଅଛି।

୨.ଟିପୁ ସୁଲତାନଙ୍କ ରିଙ୍ଗ

ring of tipu sultan
୪ ମଇ ୧୭୯୯ ରେ ବ୍ରିଟିଶମାନଙ୍କ ସହ ଯୁଦ୍ଧ କରୁଥିବାବେଳେ ଟିପୁ ସୁଲତାନ ସହିଦ ହୋଇଥିଲେ। ଟିପୁ ସୁଲତାନଙ୍କ ମୁଦି(ରିଙ୍ଗ) ତାଙ୍କ ମୃତ ଦେହରୁ ବାହାର କରାଯାଇଛି ବୋଲି ଜଣାପଡିଛି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ରିଙ୍ଗଟି ବ୍ରିଟେନର ଏକ ନିଲାମରେ ଜଣେ ଅଜ୍ଞାତ ବିଡରଙ୍କୁ ପ୍ରାୟ ୧୪୫,୦୦୦ ଡଲାରରେ ବିକ୍ରି କରାଯାଇଥିଲା।

୩.ରୋସେଟ୍ଟା ପଥର

rosetta stone
କୋହିନୋରକୁ ଭାରତକୁ ଫେରାଇ ଆଣିବାକୁ ଦାବି ମଧ୍ୟରେ ଇଜିପ୍ଟର କାର୍ଯ୍ୟକର୍ତ୍ତା ତଥା ପ୍ରତ୍ନତତ୍ତ୍ୱବିତମାନେ  ରୋସେଟ୍ଟା ପଥରକୁ ନିଜ ଦେଶ ଅର୍ଥାତ୍ ଇଜିପ୍ଟକୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ରୋସେଟ୍ଟା ଷ୍ଟୋନ ବର୍ତ୍ତମାନ ବ୍ରିଟିଶ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଅଛି। ଅନେକ ସ୍ଥାନୀୟ ଖବରକାଗଜ ଅନୁଯାୟୀ, ପ୍ରତ୍ନତତ୍ତ୍ୱବିତ୍ମାନେ ଦାବି କରିଛନ୍ତି ଯେ ବ୍ରିଟେନ ଦ୍ୱାରା ରୋସେଟ୍ଟା ପଥର ଚୋରି ହୋଇଛି। ରୋସେଟ୍ଟା ପଥର ଖ୍ରୀଷ୍ଟପୂର୍ବ ୧୯୬ ପୂର୍ବର ଅଟେ।ଐତିହାସିକଙ୍କ ଅନୁଯାୟୀ, ୧୮୦୦ ଦଶକରେ ଫ୍ରାନ୍ସ ବିରୁଦ୍ଧରେ ଯୁଦ୍ଧରେ ଜିତିବା ପରେ ପ୍ରସିଦ୍ଧ ପଥରଟିକୁ ବ୍ରିଟେନ ନିଆଯାଇଥିଲା।

୪. ଏଲଜିନ୍ ମାର୍ବଲ୍ସ

elgin marbles
ଅନେକ ଗଣମାଧ୍ୟମ ରିପୋର୍ଟ ଏବଂ ଇତିହାସ ଅଭିଲେଖାଗାର ଅନୁଯାୟୀ, ୧୮୦୩ ମସିହାରେ ଲର୍ଡ ଏଲଜିନ୍ ଗ୍ରୀସର ପାର୍ଟେନନର କ୍ଷୟପ୍ରାପ୍ତ କାନ୍ଥରୁ ପଥର କାଢି ଲଣ୍ଡନକୁ ନେଇଥିବା ଅଭିଯୋଗ ହୋଇଥିଲା। ସେହି ମୂଲ୍ୟବାନ ପଥରଗୁଡ଼ିକୁ  ଲର୍ଡ ଏଲଜିନ୍ଏ କାଢି ନେଇଥିବାରୁ ଏହାକୁ  ଏଲଜିନ୍ ମାର୍ବଲ୍ସ କୁହାଯାଏ । ୧୯୨୫ ମସିହା ପର୍ଯ୍ୟନ୍ତ ଗ୍ରୀସ୍ ଏହାକୁ ଫେରାଇନେବାକୁ କହି ମଧ୍ୟ ନେଇ ପାରିନାହିଁ। ବର୍ତ୍ତମାନ ଏହି ଏଲଜିନ୍ ମାର୍ବଲ ବ୍ରିଟିଶ ସଂଗ୍ରହାଳୟରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର