ବିବାହ ବନ୍ଧନରେ ବାନ୍ଧି‌ ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜଇ

The Sakala Picture
Published On

ବର୍ମିଂହାମ : ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜାୟୀ । ଟ୍ୱିଟ କରି ଏହି ବିଷୟ ଜଣାଇଛନ୍ତି ମଲାଲା । ସ୍ୱାମୀ ଆସିରଙ୍କ ସହିତ ସେ ନିଜର ବିବାହ ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି ମଲାଲା । ଟ୍ୱିଟରରେ ମଲାଲା ଲେଖିଛନ୍ତି . ଆସିର ଓ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଜି ତାଙ୍କ ପାଇଁ ଏକ ବଡ ଦିନ । ଲଣ୍ଡନର ବର୍ମିଂହାମସ୍ଥିତ ବାସଭବନରେ ଏକ […]

ବର୍ମିଂହାମ : ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜାୟୀ । ଟ୍ୱିଟ କରି ଏହି ବିଷୟ ଜଣାଇଛନ୍ତି ମଲାଲା । ସ୍ୱାମୀ ଆସିରଙ୍କ ସହିତ ସେ ନିଜର ବିବାହ ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି ମଲାଲା । ଟ୍ୱିଟରରେ ମଲାଲା ଲେଖିଛନ୍ତି . ଆସିର ଓ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଜି ତାଙ୍କ ପାଇଁ ଏକ ବଡ ଦିନ । ଲଣ୍ଡନର ବର୍ମିଂହାମସ୍ଥିତ ବାସଭବନରେ ଏକ ସାଧାରଣ ଉତ୍ସବରେ ଉଭୟ ବିବାହ କରିଛନ୍ତି । ୨୦୧୨ ମସିହାରେ ମଲାଲା ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ । ମହିଳାଙ୍କ ଶିକ୍ଷା ଅଧିକାର ପାଇଁ ସେ ସ୍ୱର ଉତ୍ତୋଳନ କରି ଆଫଗାନିସ୍ତାନରେ ତାଲିବାନର ଆକ୍ରମଣର ଶିକାର ହୋଇଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

୨୪ ବର୍ଷୀୟ ମଲାଲା ୟୁସୁଫଜଇ ବାଳିକା ଶିକ୍ଷା ଲାଗି ପ୍ରଶଂସନୀୟ କାମ କରିଛନ୍ତି। ପାକିସ୍ତାନର ଏହି ଝିଅ ଇତିହାସରେ ସବୁଠାରୁ କମ ବୟସରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ତାଙ୍କୁ ୨୦୧୨ରେ ବିଶ୍ବସ୍ତରରେ ପରିଚୟ ମିଳିଥିଲା। ବାଳିକାଙ୍କୁ ଶିକ୍ଷା ଅଧିକାର ମୁଳୁ ବୋଲି ସେ ସ୍ବର ଉଠାଇଥିଲେ। ଉତ୍ତର-ପଶ୍ଚିମ ପାକିସ୍ତାନରେ ତାଲିବାନ ଦ୍ବାରା ବାଳିକାମାନଙ୍କୁ ଗୁଳି କରିଦିଆଯାଉଥିଲା। ଏନେଇ ମଲାଲା ୧୬ ବର୍ଷ ବୟସରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌) ମୁଖ୍ୟ କାର୍ଯ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତାର ଆବଶ୍ୟକତା ଅଛି ବୋଲି ଭାଷଣ ଦେଇଥିଲେ।ଶିକ୍ଷା ପାଇଁ ବାଳିକାମାନଙ୍କର ମୌଳିକ ଅଧିକାର ସପକ୍ଷରେ ପ୍ରଚାର କରୁଥିବା ବେଳେ ୨୦୧୨ରେ ଉତ୍ତର ପାକିସ୍ତାନରେ ତାଲିବ୍‌ମାନେ ତାଙ୍କ ମୁଣ୍ଡରେ ଗୁଳି ମାରିଥିଲେ। ସେହି ସମୟରେ ସେ ସମଗ୍ର ବିଶ୍ବରେ ସୁପରିଚିତା ହୋଇଯାଇଥିଲେ।

ମଲାଲାଙ୍କ ଉପରେ ଆକ୍ରମଣ ଯୋଗୁଁ ହିଁ ପାକିସ୍ତାନ ପ୍ରଥମ ଶିକ୍ଷା ଅଧିକାର ବିଲ୍‌ ପ୍ରସ୍ତୁତ କରିଥିଲା। ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ଏବଂ ତା’ପରର ପ୍ରସଙ୍ଗକୁ ଆଧାର କରି ସେ ‘ଆଇ ଆମ୍‌ ମଲାଲା’ (ମୁଁ ମଲାଲା) ଶୀର୍ଷକ ପୁସ୍ତକଟିଏ ପ୍ରକାଶ କରିଥିଲେ।

10 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର