ବାଧ୍ଯତାମୂଳକ ନୁହେଁ ଟିକାକରଣ- ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: କୋଭିଡ ଟିକାକରଣ ସମ୍ପର୍କରେ ସୋମବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଟିକା ନେହାକୁ କାହାରିକୁ ବାଧ୍ଯ କରାଯାଇପାରବି ନାହିଁ। ଏହା ସହିତ ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟାର ସବିଶେଷ ତଥ୍ୟ ସାର୍ବଜନୀନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଟିକାକରଣ କରାଯାଇ ନ ଥିବା ଲୋକଙ୍କ ପ୍ରବେଶ ଉପରେ କେତେକ ରାଜ୍ୟ ସରକାର ଏବଂ ସଂଗଠନ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସର୍ତ୍ତ  ଠିକ ନୁହେଁ। ସାମ୍ପ୍ରତିକ ପରିସ୍ଥିତିରେ ଏଗୁଡିକ ପ୍ରତ୍ୟାହାର […]

ନୂଆଦିଲ୍ଲୀ: କୋଭିଡ ଟିକାକରଣ ସମ୍ପର୍କରେ ସୋମବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଟିକା ନେହାକୁ କାହାରିକୁ ବାଧ୍ଯ କରାଯାଇପାରବି ନାହିଁ। ଏହା ସହିତ ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟାର ସବିଶେଷ ତଥ୍ୟ ସାର୍ବଜନୀନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ସର୍ବସାଧାରଣ ସ୍ଥାନରେ ଟିକାକରଣ କରାଯାଇ ନ ଥିବା ଲୋକଙ୍କ ପ୍ରବେଶ ଉପରେ କେତେକ ରାଜ୍ୟ ସରକାର ଏବଂ ସଂଗଠନ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସର୍ତ୍ତ  ଠିକ ନୁହେଁ। ସାମ୍ପ୍ରତିକ ପରିସ୍ଥିତିରେ ଏଗୁଡିକ ପ୍ରତ୍ୟାହାର କରାଯିବା ଉଚିତ୍। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ ଟିକାକରଣ କରିବାକୁ ବାଧ୍ୟ କରାଯାଇ ପାରିବନି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ଟିକାକରଣ ନୀତିକୁ ଅନ୍ୟାୟ ଏବଂ ମନମୁଖୀ ବୋଲି କୁହାଯାଇପାରିବ ନାହିଁ। ସରକାର ଜନସାଧାରଣଙ୍କ ହିତରେ ନୀତି ପ୍ରସ୍ତୁତ କରିପାରିବେ ଏବଂ କିଛି ସର୍ତ୍ତ ମଧ୍ଯ ଲଗାଇ ପାରିବେ। ତେବେ COVID-19 ଟିକାକରଣର ପ୍ରତିକୂଳ ପ୍ରଭାବ ଉପରେ ତଥ୍ୟ ସାର୍ବଜନୀନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ଏବଂ ଜଷ୍ଟିସ୍ ବି.ଆର ଗାଭାଇ କହିଛନ୍ତି ଯେ, ସମ୍ବିଧାନର ଧାରା ୨୧  ଅନୁଯାୟୀ ଶାରୀରିକ ସ୍ୱାଧୀନତା ଏବଂ ଅଖଣ୍ଡତା ସୁରକ୍ଷିତ ରଖିବାର ଅଧିକାର ରହିଛି। ଯେପର୍ଯ୍ୟନ୍ତ କୋଭିଡ ମାମଲା ସଂଖ୍ୟା କମ୍ ରହିଛି ଆମେ ପରାମର୍ଶ ଦେଉଛୁ ଯେ ଟିକାକରଣ ହୋଇନଥିବା ଲୋକଙ୍କ ସର୍ବସାଧାରଣ ସ୍ଥାନରେ ପ୍ରବେଶ  ପ୍ରତିବନ୍ଧକ ନ ଲାଗୁ ଏବଂ ଯଦି ଲାଗୁ କରାଯାଇଥାଏ ତେବେ ପ୍ରତ୍ୟାହାର କରାଯିବାକୁ ଖଣ୍ଡପୀଠ କହିଥିଲେ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ତେବେ ଜାକବ ପୁଲିଏଲଙ୍କ ଦ୍ବାରା  ଦାଖଲ ହୋଇଥିବା ଏକ ଆବେଦନ ଉପରେ ଟିକାକରଣକୁ ବାଧ୍ଯତାମୂଳକ କରାଯାଇ ପରିବ ନହିଁ ବୋଲି କୋର୍ଟ କହିଛନ୍ତି। ମହାମାରୀର ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋର୍ଟ ଏହି ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର