ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନାର ଦ୍ୱିତୀୟ ଦିନ, ବିରୋଧୀଙ୍କ ଅଭିଯୋଗର ଜବାବ ରଖିବେ ଗୃହମନ୍ତ୍ରୀ ଅମିତ ଶାହ

The Sakala Picture
Published On

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଶେଷ ସପ୍ତାହରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଆଜି ହେଉଛି ଆଲୋଚନାର ଦ୍ୱିତୀୟ ଦିନ। ସୂଚନାନୁସାରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇପାରନ୍ତି। ଅମିତ ଶାହା ଆଜି ଗୃହରେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିବେ। ଏଥି ସହିତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜବାବ ରଖିବେ। ଲୋକସଭାରେ ଗତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଶାସକ ଏବଂ ବିରୋଧୀଙ୍କ ସଦସ୍ୟଙ୍କ ମଧ୍ୟରେ […]

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଶେଷ ସପ୍ତାହରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଆଜି ହେଉଛି ଆଲୋଚନାର ଦ୍ୱିତୀୟ ଦିନ। ସୂଚନାନୁସାରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇପାରନ୍ତି। ଅମିତ ଶାହା ଆଜି ଗୃହରେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିବେ। ଏଥି ସହିତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜବାବ ରଖିବେ।

ଆହୁରି ପଢ଼ନ୍ତୁ: “ମୁଁ ଠାକୁର...”: କାନପୁର HDFC ବ୍ୟାଙ୍କରେ ମହିଳା କର୍ମଚାରୀଙ୍କ ହାଇଭୋଲ୍ଟେଜ୍ ଡ୍ରାମା, ଗ୍ରାହକଙ୍କୁ ଗାଳିଗୁଲଜ ସହ ଦେଲେ ଧମକ

ଲୋକସଭାରେ ଗତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଶାସକ ଏବଂ ବିରୋଧୀଙ୍କ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ବିରୋଧୀ ଦଳ ପକ୍ଷରୁ ସୁପ୍ରିୟା ସୁଲେ, ଡିମ୍ପଲ୍ ଯାଦବଙ୍କ ସହ ଅନ୍ୟ ଦଳର ନେତାମାନେ ସରକାରକୁ ମଣିପୁର ସହ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଘେରିଥିଲେ । ଅପରପକ୍ଷରେ ଶାସକ ଦଳ ପକ୍ଷରୁ ନିଶିକାନ୍ତ ଦୁବେ, କିରେନ ରିଜିଜୁ ଏବଂ ଅନ୍ୟ ନେତା ବିରୋଧୀ ଦଳକୁ କାଉଣ୍ଟର କରିଥିଲେ। ବିରୋଧୀଙ୍କ ପକ୍ଷରୁ କଂଗ୍ରେସର ଗୌରବ ଗୋଗୋଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଥିଲେ। ଗୋଗୋଇ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଥିଲେ । ମୋଦୀଙ୍କ ‘ମୌନ‌ବ୍ରତ’ ଭାଙ୍ଗିବା ପାଇଁ ଆମେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛୁ ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୨୩ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ: ଗଞ୍ଜାମରେ ପ୍ରତିଷ୍ଠା ହେବ ୩୦୦ କୋଟିର ଡ୍ରୋନ୍ ନିର୍ମାଣ କାରଖାନା

ସଂସଦ ସଦସ୍ୟତା ଫେରିପାଇବା ପରେ ସୋମବାର ଠାରୁ ସଂସଦକୁ ଫେରିଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ବିତର୍କ ବେଳେ କିଛି କହି ନଥିଲେ । କିନ୍ତୁ ଗୁରୁବାର ସେ ଆଲୋଚନାରେ ଭାଗ ନେବା ସମ୍ଭାବନା ରହିଛି। ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା କିରେନ ରିଜିଜୁ କହିଥିଲେ ଯେ ୨୦୧୪ ପୂର୍ବରୁ ଉତ୍ତର-ପୂର୍ବର ଅନେକ ଲୋକ ଦିଲ୍ଲୀ ତଥା ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରେ ଜାତିଗତ ଭେଦଭାବ ତଥା ଅତ୍ୟାଚାରର ସମ୍ମୁଖୀନ ହୋଇଥିଲେ। କେବଳ ନରେନ୍ଦ୍ର ମୋଦୀଙ୍କ ଶାସନରେ ହିଁ ଉତ୍ତର ପୂର୍ବ ରାଜ୍ୟ ବାସ୍ତବ ବିକାଶ ଦେଖି ପାରିଛି। ମୋଦୀଙ୍କ ନେତୃତ୍ବ ସମସ୍ତ ଉତ୍ତରପୂର୍ବ ରାଜ୍ୟରେ ଲୋକମାନଙ୍କ ବିଶ୍ବାସ ଜିତିପାରିଛି ।ରିଜିଜୁ କହିଛନ୍ତି, ମଣିପୁର ସଙ୍କଟ ହଠାତ୍ ବିସ୍ଫୋରକ ହୋଇଯାଇନି। ବର୍ତ୍ତମାନର ସ୍ଥିତି ପାଇଁ ପୂର୍ବର ଉପା ସରକାର ଦା‌ୟୀ। ବର୍ଷ ବର୍ଷ ଧରି ଆପଣମାନେ ଉତ୍ତରପୂର୍ବକୁ ଭୀଷଣ ସଙ୍କଟରେ ଛାଡ଼ିଦେଇଛନ୍ତି ଏବଂ ତାହାର ପରିଣାମ ଏବେ ରାଜ୍ୟ ଭୋଗୁଛି। ଭୁଲ୍‌ ସମୟରେ ଏବଂ ଭୁଲ୍‌ ଢଙ୍ଗରେ ଅଣାଯାଇଥିବା ଏହି ଅନାସ୍ଥା ପ୍ରସ୍ତାବ ପାଇଁ ବିରୋଧୀ ଦଳ ମାନେ ପଶ୍ଚାତାପ କରିବେ ବୋଲି ରିଜିଜୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍: ପାକିସ୍ତାନର ୟୁ-ଟର୍ଣ୍ଣ, ଭାରତ ବିପକ୍ଷରେ ଖେଳିବାକୁ ରାଜି; ମୁହଁ ଖୋଲିଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp