ମନୋରଞ୍ଜନ
ଜେଡିୟୁ-ବିଜେପି ମଧ୍ୟରେ ବଢୁଛି ତିକ୍ତତା ! ‘ନିତି’ ଆୟୋଗ ବୈଠକରେ ଯୋଗଦେବେନି ନୀତୀଶ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ‘ନିତି’ ଆୟୋଗ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବୈଠକରେ ଯୋଗ ଦେବେନାହିଁ। ମାସକରେ ଦ୍ବିତୀୟ ଥର ପାଇଁ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ବିହାରରୁ ମଧ୍ୟ କୌଣସି ପ୍ରତିନିଧି ଏଥିରେ ସାମିଲ ହେବେନାହିଁ ବୋଲି ସୂଚନା […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ‘ନିତି’ ଆୟୋଗ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବୈଠକରେ ଯୋଗ ଦେବେନାହିଁ। ମାସକରେ ଦ୍ବିତୀୟ ଥର ପାଇଁ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରହିବେ।
ବିହାରରୁ ମଧ୍ୟ କୌଣସି ପ୍ରତିନିଧି ଏଥିରେ ସାମିଲ ହେବେନାହିଁ ବୋଲି ସୂଚନା ମିଳିଛି। ନୀତୀଶ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଏହି ବୈଠକକୁ ପଠାଇବାକୁ ଚାହୁଁଥିଲେ। କିନ୍ତୁ ପୂର୍ବରୁ ଏଥିରେ କେବଳ ମୁଖ୍ୟମନ୍ତ୍ରୀମାନଙ୍କୁ ଯୋଗଦେବାକୁ କୁହାଯାଇଥିଲା। ସୂଚନା ଅନୁଯାୟୀ ନୀତୀଶ ନିତି ଆୟୋଗ ବୈଠକରେ ଯୋଗ ଦେବାକୁ ଚାହୁଁନାହାନ୍ତି। କାରଣ ବିକାଶ Ñଙ୍କିଂରେ ରାଜ୍ୟକୁ ତଳେ ରଖୁଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ପୂର୍ବରୁ ଗତ ମାସରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭ୍ୟର୍ଥନାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ରାତ୍ରଭୋଜନରୁ ନୀତୀଶ ବିରତ ରହିଥିଲେ।
ସେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଧ୍ୟ ଯୋଗ ଦେଇ ନ ଥିଲେ। ଏହାକୁ ନେଇ ଜେଡିୟୁ ଏବଂ ବିଜେପି ମଧ୍ୟରେ ସବୁ କିଛି ଠିକ୍ ନ ଥିବା କୁହାଯାଇଛି। ଦୁଇ ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି। ପୂର୍ବରୁ ନୀତୀଶ ଅନେକ ପ୍ରସଙ୍ଗରେ କେନ୍ଦ୍ରଠାରୁ ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିଲେ। ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ତାଙ୍କ ସାକ୍ଷାତକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା। ଅନ୍ୟପକ୍ଷରେ କେସିଆର ମଧ୍ୟ ନିତି ଆୟୋଗ ବୈଠକରେ ଯୋଗ ଦେବନାହିଁ। ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟର ଅଧିକାରକୁ କମ୍ କରୁଥିବା ଅଭିଯୋଗ କରିଛନ୍ତି।






