ବାରମ୍ବାର ନୋଟିସ ସତ୍ତ୍ବେ ୮୦ ହଜାର କୋଟିର ହିସାବ ଦେଉନାହାନ୍ତି ନୀତୀଶ

The Sakala Picture
Published On

ପାଟନା : ବିହାରରେ ନୀତୀଶ ସରକାରଙ୍କ ଆର୍ଥିକ କାରବାର ପ୍ରବନ୍ଧନରେ ଅନେକ ତ୍ରୁଟି ରହିଥିବା ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ମୋଟ ୭୯,୬୯୦ କୋଟି ଟଙ୍କାର ଅର୍ଥ ଉପଯୋଗ ପ୍ରମାଣ ପତ୍ରକୁ ନେଇ ସିଏଜି ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ ନେଇ ବାରମ୍ବାର ନୀତିଶ ସରକାରଙ୍କୁ ହିସାବ ମଗାଯାଉଥିଲେ ବି ସରକାରଙ୍କ ପକ୍ଷରୁ କୌଣସି ହିସାବ ଦିଆଯାଇ ନାହିଁ ବୋଲି କୁହାଯାଇଛି। ଏତେ ପରିମାଣର ଅର୍ଥରାଶି କେଉଁଠି ବିନିଯୋଗ ହୋଇଛି ତାହା ଦୀର୍ଘଦିନ […]

ପାଟନା : ବିହାରରେ ନୀତୀଶ ସରକାରଙ୍କ ଆର୍ଥିକ କାରବାର ପ୍ରବନ୍ଧନରେ ଅନେକ ତ୍ରୁଟି ରହିଥିବା ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ମୋଟ ୭୯,୬୯୦ କୋଟି ଟଙ୍କାର ଅର୍ଥ ଉପଯୋଗ ପ୍ରମାଣ ପତ୍ରକୁ ନେଇ ସିଏଜି ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ ନେଇ ବାରମ୍ବାର ନୀତିଶ ସରକାରଙ୍କୁ ହିସାବ ମଗାଯାଉଥିଲେ ବି ସରକାରଙ୍କ ପକ୍ଷରୁ କୌଣସି ହିସାବ ଦିଆଯାଇ ନାହିଁ ବୋଲି କୁହାଯାଇଛି। ଏତେ ପରିମାଣର ଅର୍ଥରାଶି କେଉଁଠି ବିନିଯୋଗ ହୋଇଛି ତାହା ଦୀର୍ଘଦିନ ହେବ ନୀତିଶ ସରକାର ହିସାବ ଦେଉ ନଥିବାରୁ ଏହାକୁ ଆତ୍ମସାତ୍‌ କରାଯାଇପାରିଥାଏ ବୋଲି ସିଏଜି ରିପୋର୍ଟରେ କୁହାଯାଇଛି। ଏହାବ୍ୟତୀତ ୯୧୫୫ କୋଟିର ଅଗ୍ରୀମ ରାଶିର ହିସାବ ମଧ୍ୟ ମିଳିପାରିନାହିଁ। ଯାହାକୁ ନେଇ ସିଏଜି ଉଦବେଗ ପ୍ରକାଶ କରିଛନ୍ତି। ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ଏକ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ପାଖାପାଖି ୧୮,୮୭୨ କୋଟି ଟଙ୍କା ବିଭିନ୍ନ ଉଦ୍ୟୋଗମାନଙ୍କୁ ଦିଆଯାଇଛି। ହେଲେ ଏହି ଅର୍ଥପ୍ରଦାନର ଅଡିଟ୍ ରିପୋର୍ଟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଦାନ କରିନାହାଁନ୍ତି। ତେବେ ସିଏଜି ରିପୋର୍ଟରେ କିଛି ଆଶ୍ଚର୍ଯ୍ୟଜନକ ବିଷୟ ନାହିଁ ବୋଲି ବିହାର ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ: ବିପଶ୍ୟନା ଧ୍ୟାନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୧୨ ଦିନର ସ୍ୱତନ୍ତ୍ର ଛୁଟି

06 Dec 2021 By The Sakala

ବାରମ୍ବାର ନୋଟିସ ସତ୍ତ୍ବେ ୮୦ ହଜାର କୋଟିର ହିସାବ ଦେଉନାହାନ୍ତି ନୀତୀଶ

ପାଟନା : ବିହାରରେ ନୀତୀଶ ସରକାରଙ୍କ ଆର୍ଥିକ କାରବାର ପ୍ରବନ୍ଧନରେ ଅନେକ ତ୍ରୁଟି ରହିଥିବା ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ମୋଟ ୭୯,୬୯୦ କୋଟି ଟଙ୍କାର ଅର୍ଥ ଉପଯୋଗ ପ୍ରମାଣ ପତ୍ରକୁ ନେଇ ସିଏଜି ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ ନେଇ ବାରମ୍ବାର ନୀତିଶ ସରକାରଙ୍କୁ ହିସାବ ମଗାଯାଉଥିଲେ ବି ସରକାରଙ୍କ ପକ୍ଷରୁ କୌଣସି ହିସାବ ଦିଆଯାଇ ନାହିଁ ବୋଲି କୁହାଯାଇଛି। ଏତେ ପରିମାଣର ଅର୍ଥରାଶି କେଉଁଠି ବିନିଯୋଗ ହୋଇଛି ତାହା ଦୀର୍ଘଦିନ ହେବ ନୀତିଶ ସରକାର ହିସାବ ଦେଉ ନଥିବାରୁ ଏହାକୁ ଆତ୍ମସାତ୍‌ କରାଯାଇପାରିଥାଏ ବୋଲି ସିଏଜି ରିପୋର୍ଟରେ କୁହାଯାଇଛି। ଏହାବ୍ୟତୀତ ୯୧୫୫ କୋଟିର ଅଗ୍ରୀମ ରାଶିର ହିସାବ ମଧ୍ୟ ମିଳିପାରିନାହିଁ। ଯାହାକୁ ନେଇ ସିଏଜି ଉଦବେଗ ପ୍ରକାଶ କରିଛନ୍ତି। ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ଏକ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ପାଖାପାଖି ୧୮,୮୭୨ କୋଟି ଟଙ୍କା ବିଭିନ୍ନ ଉଦ୍ୟୋଗମାନଙ୍କୁ ଦିଆଯାଇଛି। ହେଲେ ଏହି ଅର୍ଥପ୍ରଦାନର ଅଡିଟ୍ ରିପୋର୍ଟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଦାନ କରିନାହାଁନ୍ତି। ତେବେ ସିଏଜି ରିପୋର୍ଟରେ କିଛି ଆଶ୍ଚର୍ଯ୍ୟଜନକ ବିଷୟ ନାହିଁ ବୋଲି ବିହାର ସରକାର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର