ଟି-୨୦ ବିଶ୍ବକପ୍‌: ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି

The Sakala Picture
Published On

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଆଜିର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ  ବ୍ଯାଟିଂ କରିବ । ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ […]

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଆଜିର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ  ବ୍ଯାଟିଂ କରିବ । ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି  ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ସୁପର୍‌-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଇରାନରୁ ତେଲ କିଣିଲେ ଚୀନ୍‌କୁ ମହଙ୍ଗା ପଡ଼ିବ: ଆମେରିକାର କଡ଼ା ଚେତାବନୀ

ଭାରତ ତାର ଚୂଡାନ୍ତ ଏକାଦଶରୁ ସୁର୍ଯ୍ଯକୁମାର ଯାଦବ ଓ ଭୁବନେଶ୍ବର କୁମାରଙ୍କୁ ବଦ ଦେଇଛି। ତାଙ୍କ ସ୍ଥାନରେ ଇସାନ କିଶାନ୍‌ ଓ ସର୍ଦ୍ଦୁଲ ଠାକୁରଙ୍କୁ ଖେଳାଇଛି।

ଆହୁରି ପଢ଼ନ୍ତୁ: ଟିସିଏସ୍ ନାସିକ ମାମଲା: ମହିଳା କର୍ମଚାରୀଙ୍କୁ ଟାର୍ଗେଟ୍ କରିବା ପାଇଁ ସଂଗଠିତ ଗ୍ୟାଙ୍ଗ୍ ଭଳି କାମ କରୁଥିଲେ ଅଭିଯୁକ୍ତ

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ସ୍ପାଇସ୍ ଜେଟ୍ ଏବଂ ଆକାଶା ଏୟାର ବିମାନ ମଧ୍ୟରେ ଧକ୍କା

ନ୍ୟୁଜିଲାଣ୍ଡ ଭଳି ଏକ ଦକ୍ଷ ଦଳ ବିପକ୍ଷରେ ବିଜୟ ହାସଲ କରିବା ଭାରତ ପାଇଁ ସେତେଟା ସହଜ ହେବ ନାହିଁ । ବିଶେଷ କରି କିୱି ଦଳର ଦୁଇ ଦ୍ରୁତ ବୋଲର୍ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସୌଦୀ ଭାରତର ଆଗଧାଡ଼ିର ବ୍ୟାଟର୍‌ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବେ | ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ୍ ଆଫ୍ରିଦୀ ଯେଉଁଭଳି ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ କରିଥିଲେ ବୋଲ୍ଟ ମଧ୍ୟ ସେହି ଭୂମିକା ତୁଲାଇବା ଲକ୍ଷ୍ୟରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ଅଧିନାୟକ କୋହଲିଙ୍କୁ ଛାଡ଼ିଦେଲେ ଅନ୍ୟକେହି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ତେଣୁ ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ଵ ରଖୁଛି। ତେବେ ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ଅଧା ଫିଟ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଫର୍ମରେ ନ ଥିବା ଭୁବନେଶ୍ଵର କୁମାର। ପିଠିଜନିତ ଯନ୍ତ୍ରଣା ପରଠାରୁ ପାଣ୍ଡ୍ୟା ଆଉ ବୋଲିଂ ଟ୍ରାକ୍‌କୁ ଫେରିନାହାନ୍ତି। ବିଗତ ୨ଦିନ ହେବ ହାର୍ଦ୍ଦିକ ନେଟରେ ବୋଲିଂ ଅଭ୍ୟାସ କରୁଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ସ୍ପଷ୍ଟ ରିପୋର୍ଟ ମିଳିନାହିଁ। ପାଣ୍ଡ୍ୟାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିବାକୁ କ୍ରିକେଟ୍‌ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୋଲିଂ ବିଭାଗ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। କୌଣସି ଭାରତୀୟ ବୋଲର ପାକ୍ ଦଳର ଗୋଟିଏ ହେଲେ ୱିକେଟ୍‌ ଅକ୍ତିଆର କରିବାରେ ବିଫଳ ହୋଇଥିଲେ।

ଅପରପକ୍ଷରେ କୋହଲିଙ୍କ ପାଇଁ ମଧ୍ୟ ଚଳିତ ଟି ୨୦ ବିଶ୍ବକପ୍ ଏହି ଫର୍ମାଟ୍‌ରେ ଶେଷ ନେତୃତ୍ବ। ଏହାପରେ ସେ ଟି-୨୦ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ସେ ତାଙ୍କ ଟି-୨୦ ନେତୃତ୍ବକୁ ସ୍ମରଣୀୟ ଭାବେ ଶେଷ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଇତିହାସ ଉପରେ ନଜର ପକାଇଲେ ଭାରତ ଶେଷଥର ଲାଗି ଆଇସିସି ଇଭେଣ୍ଟ (ଟି-୨୦, ଏକଦିବସୀୟ ଓ ଟେଷ୍ଟ ଚାମ୍ପିଅନ୍‌ସିପ୍)ରେ ୨୦୦୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ସେହିଭଳି ଟି-୨୦ ବିଶ୍ବକପ୍‌ରେ ଉଭୟ ଦଳ ୨ଥର ଭେଟାଭେଟି ହୋଇଛନ୍ତି। ଯେଉଁଥିରେ ଉଭୟ ମ୍ୟାଚରେ ଭାରତକୁ ନିରାଶ ହେବାକୁ ପଡ଼ିଛି।

31 Oct 2021 By The Sakala

ଟି-୨୦ ବିଶ୍ବକପ୍‌: ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଆଜିର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ  ବ୍ଯାଟିଂ କରିବ । ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛନ୍ତି। ତେଣୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ହେଲେ ଏହି ମ୍ୟାଚ୍ ଉଭୟ ଦଳ ଲାଗି କ୍ୱାର୍ଟର ଫାଇନାଲ ସଦୃଶ ହୋଇଛି। ଅର୍ଥାତ୍ ଯେଉଁଦଳ ଆଜି  ମ୍ୟାଚରେ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ଅଧିକ ସୃଷ୍ଟି କରିବ। ସୁପର୍‌-୧୨ ପର୍ଯ୍ୟାୟର ଏହି ମ୍ୟାଚ୍ ଏକପ୍ରକାର ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।

ଭାରତ ତାର ଚୂଡାନ୍ତ ଏକାଦଶରୁ ସୁର୍ଯ୍ଯକୁମାର ଯାଦବ ଓ ଭୁବନେଶ୍ବର କୁମାରଙ୍କୁ ବଦ ଦେଇଛି। ତାଙ୍କ ସ୍ଥାନରେ ଇସାନ କିଶାନ୍‌ ଓ ସର୍ଦ୍ଦୁଲ ଠାକୁରଙ୍କୁ ଖେଳାଇଛି।

ନ୍ୟୁଜିଲାଣ୍ଡ ଭଳି ଏକ ଦକ୍ଷ ଦଳ ବିପକ୍ଷରେ ବିଜୟ ହାସଲ କରିବା ଭାରତ ପାଇଁ ସେତେଟା ସହଜ ହେବ ନାହିଁ । ବିଶେଷ କରି କିୱି ଦଳର ଦୁଇ ଦ୍ରୁତ ବୋଲର୍ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସୌଦୀ ଭାରତର ଆଗଧାଡ଼ିର ବ୍ୟାଟର୍‌ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବେ | ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ୍ ଆଫ୍ରିଦୀ ଯେଉଁଭଳି ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ କରିଥିଲେ ବୋଲ୍ଟ ମଧ୍ୟ ସେହି ଭୂମିକା ତୁଲାଇବା ଲକ୍ଷ୍ୟରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ଅଧିନାୟକ କୋହଲିଙ୍କୁ ଛାଡ଼ିଦେଲେ ଅନ୍ୟକେହି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ତେଣୁ ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ଵ ରଖୁଛି। ତେବେ ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ଅଧା ଫିଟ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଫର୍ମରେ ନ ଥିବା ଭୁବନେଶ୍ଵର କୁମାର। ପିଠିଜନିତ ଯନ୍ତ୍ରଣା ପରଠାରୁ ପାଣ୍ଡ୍ୟା ଆଉ ବୋଲିଂ ଟ୍ରାକ୍‌କୁ ଫେରିନାହାନ୍ତି। ବିଗତ ୨ଦିନ ହେବ ହାର୍ଦ୍ଦିକ ନେଟରେ ବୋଲିଂ ଅଭ୍ୟାସ କରୁଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ସ୍ପଷ୍ଟ ରିପୋର୍ଟ ମିଳିନାହିଁ। ପାଣ୍ଡ୍ୟାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିବାକୁ କ୍ରିକେଟ୍‌ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୋଲିଂ ବିଭାଗ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। କୌଣସି ଭାରତୀୟ ବୋଲର ପାକ୍ ଦଳର ଗୋଟିଏ ହେଲେ ୱିକେଟ୍‌ ଅକ୍ତିଆର କରିବାରେ ବିଫଳ ହୋଇଥିଲେ।

ଅପରପକ୍ଷରେ କୋହଲିଙ୍କ ପାଇଁ ମଧ୍ୟ ଚଳିତ ଟି ୨୦ ବିଶ୍ବକପ୍ ଏହି ଫର୍ମାଟ୍‌ରେ ଶେଷ ନେତୃତ୍ବ। ଏହାପରେ ସେ ଟି-୨୦ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ସେ ତାଙ୍କ ଟି-୨୦ ନେତୃତ୍ବକୁ ସ୍ମରଣୀୟ ଭାବେ ଶେଷ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଇତିହାସ ଉପରେ ନଜର ପକାଇଲେ ଭାରତ ଶେଷଥର ଲାଗି ଆଇସିସି ଇଭେଣ୍ଟ (ଟି-୨୦, ଏକଦିବସୀୟ ଓ ଟେଷ୍ଟ ଚାମ୍ପିଅନ୍‌ସିପ୍)ରେ ୨୦୦୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ସେହିଭଳି ଟି-୨୦ ବିଶ୍ବକପ୍‌ରେ ଉଭୟ ଦଳ ୨ଥର ଭେଟାଭେଟି ହୋଇଛନ୍ତି। ଯେଉଁଥିରେ ଉଭୟ ମ୍ୟାଚରେ ଭାରତକୁ ନିରାଶ ହେବାକୁ ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର