୭ ଦିନ ଭିତରେ ନୂଆ ସିଡିଏସ୍‌ ନିଯୁକ୍ତ କରିବେ ସରକାର, ଦକ୍ଷତା ଓ ଅଭିଜ୍ଞତା ଦୃଷ୍ଟିରୁ ଏହି ବ୍ୟକ୍ତିକୁ ମିଳିପାରେ ଦାୟିତ୍ବ

The Sakala Picture
Published On

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ୱତ ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ହେଲିକପ୍ଟର ଦୁର୍ଘଟଣାରେ ଅଚାନକ ଦେଶର ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ବିପିନ ରାୱତଙ୍କ ମୃତ୍ୟୁ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଦେଶର ପ୍ରଥମ ସିଡିଏସଙ୍କ ଅକାଳ ବିୟୋଗ ପରେ ସରକାର ଜେନେରାଲ ରାୱତଙ୍କ ପରେ ଦେଶର ସିଡିଏସ୍ କାହାକୁ କରାଯିବ, ତା’ ଉପରେ ମାନସମନ୍ଥନ ଆରମ୍ଭ କରିଛନ୍ତି। ପଦବୀରେ କେହି ପୂର୍ବତନ ସୈନ୍ୟ ଅଧିକାରୀ ବସିବେ ନା […]

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ୱତ ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ହେଲିକପ୍ଟର ଦୁର୍ଘଟଣାରେ ଅଚାନକ ଦେଶର ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ବିପିନ ରାୱତଙ୍କ ମୃତ୍ୟୁ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଦେଶର ପ୍ରଥମ ସିଡିଏସଙ୍କ ଅକାଳ ବିୟୋଗ ପରେ ସରକାର ଜେନେରାଲ ରାୱତଙ୍କ ପରେ ଦେଶର ସିଡିଏସ୍ କାହାକୁ କରାଯିବ, ତା’ ଉପରେ ମାନସମନ୍ଥନ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: MPSC ପେପର ଲିକ୍ ବିବାଦ: ଛାତ୍ରଙ୍କୁ ସମର୍ଥନ କଲା CJP, ଅଧ୍ୟକ୍ଷଙ୍କ ଇସ୍ତଫା ପାଇଁ ସେପ୍ଟେମ୍ବର ୨୪ ଡେଡଲାଇନ୍

ପଦବୀରେ କେହି ପୂର୍ବତନ ସୈନ୍ୟ ଅଧିକାରୀ ବସିବେ ନା ବର୍ତ୍ତମାନ ଦାୟିତ୍ୱରେ ଥିବା ଜଣଙ୍କୁ ବସାଯିବ ସେନେଇ କେନ୍ଦ୍ର ସରକାର ତର୍ଜମା କରୁଛନ୍ତି । ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନ ପାଇଁ ଦେଶର ସୁରକ୍ଷା ଏବେ ବଡ ଚ୍ୟାଲେଞ୍ଜ ରହିଛି । ତେଣୁ ଦୀର୍ଘ ସମୟ ଧରି ଏହି ପଦ ଖାଲି ରହିବା ଠିକ୍ ନୁହେଁ । ପୂର୍ବରୁ ଯଦିଓ ସେନାର ଏହି ପଦ ନଥିଲା କିନ୍ତୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ପରେ ତିନି ସେନାର ମୁଖିଆ ରହିବା ଆବଶ୍ୟକ ବୋଲି ହୃଦବୋଧ କରିଥିଲ। । ଆଉ ଏହାପରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ପଦ ତିଆରି ହୋଇଥିଲା ।

ଆହୁରି ପଢ଼ନ୍ତୁ: କାନାଡାରୁ ଡିପୋର୍ଟ ହେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଘନିଷ୍ଠ ସହଯୋଗୀ କରମବୀର ଦେଓ, ଦିଲ୍ଲୀ ଏୟାରପୋର୍ଟରୁ ଗିରଫ

ଗତକାଲି ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ୱତଙ୍କ ଅକାଳ ବିୟୋଗ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା ସମ୍ବନ୍ଧୀତ କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକ ଡାକିଥିଲେ। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିବା ଜଣାପଡ଼ିଛି। ଏଥିରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ୍‌ଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ବଜାରରେ ୭୦ କୋଟିର ୨୦ ଟଙ୍କିଆ ଜାଲ୍‌ କଏନ୍, ପୁଲିସ କବଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୫ ସଦସ୍ୟ

ଜେନେରାଲ ରାୱତଙ୍କ ପରେ ଏବେ କିଏ ହେବେ ନୂଆ ସିଡିଏସ୍ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ, ଲେପ୍ଟନାଣ୍ଟ ଜେନେରାଲ ଏମ୍ ନର୍ବାଣେ ନୂତନ ସିଡିଏସ୍ ହୋଇପାରନ୍ତି। ପ୍ରଧାନମନ୍ତ୍ରୀ ବୈଠକରେ ରାୱତଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ଆଲୋଚନା କରିଥିଲେ। ରାୱତ ଦେଶର ତିନି ସେନାର ମୁଖ୍ୟ ଥିଲେ। ତାଙ୍କ ପରେ କହା ହାତରେ ରହିବ ତିନି ସେନାର ଶାସନ ଭାର।  କାହା କାନ୍ଧରେ ରହିବ ଦେଶର ସୁରକ୍ଷାର ଗୁରୁତ୍ବପୂର୍ଣ୍ଣ ବାୟିତ୍ବ ଏହାକୁ ନେଇ ଏବେ ଚିନ୍ତାରେ ସରକାର।

ତେବେ ବରିଷ୍ଠତା ଅନୁଯାୟୀ ଏହି ପଦ ପାଇଁ ଏବେ ସେନାମୁଖ୍ୟ ଜେନେରାଲ ମୁକୁନ୍ଦ ନରଓ୍ୱାଣେ ସବୁଠାରୁ ବଡ଼ ଦାବିଦାର ଭାବେ ଉଭା ହୋଇଛନ୍ତି। ସିଡିଏସ୍ ପଦ ଏକ ବଡ ଗୁରୁତ୍ଵପୂର୍ଣ୍ଣ ପଦବୀ।  ଏଥିପାଇଁ କେବଳ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଅଧିକାରୀଙ୍କୁ ଚୟନ କରାଯାଇଥାଏ। ଏହି ଦୃଷ୍ଟିକୋଣରୁ ତିନି ସେନା ମଧ୍ୟରୁ ଜଣଙ୍କୁ ଏହି ପଦ ପାଇଁ ବଛାଯାଇପାରେ। ଏହି ପରିପ୍ରେକ୍ଷୀରେ ନୌସେନା ଅଧିକାରୀ ଆଡମିରାଲ୍ କରାମଭୀର ସିଂ ହେଉଛନ୍ତି କନିଷ୍ଠ। ଅପରପକ୍ଷେ ବାୟୁସେନାର ମୁଖ୍ୟ ହେଉଛନ୍ତି ଏୟାର ଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ। ଯଦି ଏହି ଦୁଇ ଅଧିକାରୀଙ୍କ ଅଭିଜ୍ଞତା ଏବଂ ବରିଷ୍ଠତାକୁ ଦେଖାଯାଏ ତେବେ ଏମ୍ ନରଓ୍ୱାଣେ ସିଡିଏସ୍ ପଦ ପାଇଁ ସବୁଠାରୁ ବଡ଼ ଦାବିଦାର। ନରଓ୍ୱାଣେଙ୍କୁ ବର୍ତ୍ତମାନ ୬୦ ବର୍ଷ। ନରଓ୍ୱାଣେ ହେଉଛନ୍ତି ସାମରିକ ଯୁଦ୍ଧର ସବୁଠାରୁ ବଡ ବିଶେଷଜ୍ଞ । ଲେପ୍ଟନାଣ୍ଟ ଜେନେରାଲ ଏମ୍ ନରଓ୍ୱାଣେ ବର୍ତ୍ତମାନ ସେନା ମୁଖ୍ୟ ଅଛନ୍ତି। ଏହାପୂର୍ବରୁ ସେ ସେନାର ଉତ୍ତର କମାଣ୍ଡରର ମୁଖ୍ୟ ଥିଲେ । କାଶ୍ମୀରରୁ ଉତ୍ତର ପୂର୍ବ ରାଜ୍ୟକୁ ନିୟୋଜିତ ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର