ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

The Sakala Picture
Published On

ନୂଆଦିଲ୍ଲୀ: ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା । ୭୫ ବର୍ଷ ବୟସ୍କ ନେପାଳୀ କଂଗ୍ରେସ ନେତା ଦେଓବାଙ୍କୁ ୧୬୫ଟି ଭୋଟ ମିଳିଛି । ପ୍ରତିନିଧି ସଭାରେ ଆସ୍ଥା ଭୋଟରେ ଦେଓବାଙ୍କ ବିଜୟ ସହଜ ଥିଲା । ଭୋଟିଂରେ ମୋଟ ୨୪୯ ସାଂସଦ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮୩ ଜଣ ସାଂସଦ ଦେଓବାଙ୍କ ବିରୋଧରେ ଭୋଟ ଦେଇଥିଲେ । ଜଣେ ସାଂସଦ ଭୋଟ ଦେଇ ନଥିଲେ । ସୂଚନା ଅନୁଯାୟୀ, ଆସ୍ଥା […]

ନୂଆଦିଲ୍ଲୀ: ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା । ୭୫ ବର୍ଷ ବୟସ୍କ ନେପାଳୀ କଂଗ୍ରେସ ନେତା ଦେଓବାଙ୍କୁ ୧୬୫ଟି ଭୋଟ ମିଳିଛି । ପ୍ରତିନିଧି ସଭାରେ ଆସ୍ଥା ଭୋଟରେ ଦେଓବାଙ୍କ ବିଜୟ ସହଜ ଥିଲା । ଭୋଟିଂରେ ମୋଟ ୨୪୯ ସାଂସଦ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮୩ ଜଣ ସାଂସଦ ଦେଓବାଙ୍କ ବିରୋଧରେ ଭୋଟ ଦେଇଥିଲେ । ଜଣେ ସାଂସଦ ଭୋଟ ଦେଇ ନଥିଲେ ।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଉପରେ ଅନ୍ତରୀଣ ଆଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ସୂଚନା ଅନୁଯାୟୀ, ଆସ୍ଥା ଭୋଟରେ ବିଜୟ ଲାଗି ଦେଓବାଙ୍କୁ ୧୩୬ ଭୋଟର ଆବଶ୍ୟକ ଥିଲା। ଗତ ଜୁଲାଇ ୧୩ ତାରିଖରେ ସେ ରେକର୍ଡ ପଞ୍ଚମ ଥର ଲାଗି ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ। ପୂର୍ବରୁ ରାଷ୍ଟ୍ରପତି ଭଙ୍ଗ କରିଥିବା ପ୍ରତିନିଧି ସଭାକୁ ପୁନର୍ଗଠନ ନିର୍ଦ୍ଦେଶ ଦେବା ସହ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସ୍ଥା ଭୋଟରେ ବିଜୟ ଲାଭ କରିବା ପରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅଦାଲତରେ ମିଥ୍ୟା ବୟାନ ଦେଇଥିବା ୬ ସିବିଆଇ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା

ଗତ ୫ ମାସରେ ଦ୍ୱିତୀୟ ଥର ଲାଗି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ପ୍ରତିନିଧି ସଭାକୁ ଭଙ୍ଗ କରିଥିଲେ। ଯାହା ବିରୋଧରେ ନେପାଳୀ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ହଟିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ଗଲ୍ଫ କ୍ଲବ ଉପରେ ବର୍ଷିଲେ ସୁପ୍ରିମକୋର୍ଟ: ସଦସ୍ୟତା ଚୟନକୁ ନେଇ ମାଗିଲେ ସପ୍ତାହକ ମଧ୍ୟରେ ସ୍ପଷ୍ଟ ରିପୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର