NEET-UG ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ଆଉ ଥରେ ହେବନି ପରୀକ୍ଷା…

The Sakala Picture
Published On

ନୂଆଦିଲ୍ଲୀ : NEET-UG ପରୀକ୍ଷା ପେପର ଲିକ୍‌ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ଏହି ବିବାଦ ଉପରେ ଅନେକ ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଆଜି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ କୋର୍ଟ ପୁନଃ ନିଟ୍ ପରୀକ୍ଷା ନେଇ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପରୀକ୍ଷାର କେତେକ ସ୍ଥାନରେ ଅନିୟମିତତାକୁ ଏଡ଼ାଇ ଦିଆଯାଇପାରିବ ନାହିଁ, କିନ୍ତୁ ବ୍ୟାପକ ଅନିୟମିତତାର କୌଣସି ପ୍ରମାଣ ନାହିଁ। ତେଣୁ, ପୁନଃ ପରୀକ୍ଷା ପାଇଁ […]

ନୂଆଦିଲ୍ଲୀ : NEET-UG ପରୀକ୍ଷା ପେପର ଲିକ୍‌ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ଏହି ବିବାଦ ଉପରେ ଅନେକ ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଆଜି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ କୋର୍ଟ ପୁନଃ ନିଟ୍ ପରୀକ୍ଷା ନେଇ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପରୀକ୍ଷାର କେତେକ ସ୍ଥାନରେ ଅନିୟମିତତାକୁ ଏଡ଼ାଇ ଦିଆଯାଇପାରିବ ନାହିଁ, କିନ୍ତୁ ବ୍ୟାପକ ଅନିୟମିତତାର କୌଣସି ପ୍ରମାଣ ନାହିଁ। ତେଣୁ, ପୁନଃ ପରୀକ୍ଷା ପାଇଁ ଆଦେଶ ଦେବା ଉପଯୁକ୍ତ ହେବ ନାହିଁ।

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ମଙ୍ଗଳବାର ଅନୁଷ୍ଠିତ ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି NEET ଫଳାଫଳ ସମ୍ପର୍କରେ କାହାର କିଛି ଅଭିଯୋଗ ଥାଏ, ତେବେ ସେମାନେ ହାଇକୋର୍ଟରେ ମାମଲା କରିପାରିବେ। ବର୍ତ୍ତମାନ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଦିଆ ଯାଇଥିବା ତଥ୍ୟରେ ଯଥେଷ୍ଟ ପ୍ରମାଣ ନାହିଁ, ତେଣୁ ପୁନଃପରୀକ୍ଷା କରାଯିବ ନାହିଁ। ପୁନଃ ପରୀକ୍ଷା କଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେଉଁମାନେ ଅନିୟମିତତାର ଫାଇଦା ଉଠାଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇପାରିବ। ପରେ ଅନିୟମିତତା ନେଇ ସ୍ପଷ୍ଟ ହୋଇଗଲେ ସେମାନଙ୍କ ଆଡମିଶନ ବାତିଲ ହୋଇପାରେ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ପ୍ରଧାନ ବିଚାରପତି କହିଛନ୍ତି ଯେ ସିବିଆଇ ତଦନ୍ତ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ, ତେଣୁ ଅନିୟମିତତା ଏକ ବଡ଼ ଧରଣର ଘଟିଛି କି ନାହିଁ ତାହା ସ୍ପଷ୍ଟ କରିବାକୁ ଆମେ ଏନଟିଆକୁ କହିଥିଲୁ। ପରୀକ୍ଷା କେନ୍ଦ୍ର ଏବଂ ଏନଟିଆଇ ସେମାନଙ୍କ ଉତ୍ତରରେ ଆଇଆଇଟି ମାଡ୍ରାସର ରିପୋର୍ଟକୁ ଦର୍ଶାଇଛନ୍ତି। ସିବିଆଇ ଅନୁସନ୍ଧାନ ଅନୁଯାୟୀ, ଏଠାରେ ୧୫୫ ଜଣ ଛାତ୍ର ଅଛନ୍ତି ଯେଉଁମାନେ ପେପର ଲିକ୍ ହେତୁ ଅନିୟମିତତାର ଲାଭ ପାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ନୂତନ ଏବଂ ପୁରୁଣା ସିଲାବସ୍ ଆଧାରରେ ଦୁଇଟି ଉତ୍ତରକୁ ସଠିକ୍ ଭାବରେ ବିଚାର କରି ମାର୍କ ଦିଆଯାଇଥିଲା। ବର୍ତ୍ତମାନ NTA ଏହାର ଆଧାରରେ ଏହାର ଫଳାଫଳ ଘୋଷଣା କରିବା ଉଚିତ୍ ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

ସୂଚନାଯୋଗ୍ୟ ଜୁନ ୪ ତାରିଖରେ ନିଟ୍ ରେଜଲ୍ଟ ଆସିବା ପରେ ପେପର ଲିକକୁ ନେଇ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ସାମ୍ନାକୁ ଆସିଥିଲା । ପ୍ରଥମେ ବିହାରରେ ପେପର ଲିକ୍ ହୋଇଥିବା ସୂଚନା ମିଳିଥିଲା । ଫଳାଫଳକୁ ନେଇ ମଧ୍ୟ ସନ୍ଦେହ କରାଯାଇଥିଲା । କାରଣ ଏହି ପରୀକ୍ଷାଫଳ ମୁତାବକ ୬୭ ଜଣ ଟପ୍ପର ହୋଇଥିଲେ ଓ ଅନେକ ପରୀକ୍ଷା କେନ୍ଦ୍ରରେ ଏକାଧିକ ଟପ୍ପର ଥିବା ଜଣାପଡିଥିଲା । ଏହି ପରୀକ୍ଷା କେନ୍ଦ୍ରଗୁଡିକୁ ନେଇ ସନ୍ଦେହ ଦେଖାଦେଇଥିଲା । ଏନଟିଏ ତରଫରୁ ଗ୍ରେସ ମାର୍କ ଭଳି ପଏଣ୍ଟ ଉତ୍ତର କାହାରି ହଜମ ହୋଇନଥିଲା । ଏହାପରେ ଏନଟିଏ ବିରୋଧରେ ସାରା ଦେଶରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ ।

23 Jul 2024 By The Sakala

NEET-UG ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ଆଉ ଥରେ ହେବନି ପରୀକ୍ଷା…

ନୂଆଦିଲ୍ଲୀ : NEET-UG ପରୀକ୍ଷା ପେପର ଲିକ୍‌ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ଏହି ବିବାଦ ଉପରେ ଅନେକ ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଆଜି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ କୋର୍ଟ ପୁନଃ ନିଟ୍ ପରୀକ୍ଷା ନେଇ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପରୀକ୍ଷାର କେତେକ ସ୍ଥାନରେ ଅନିୟମିତତାକୁ ଏଡ଼ାଇ ଦିଆଯାଇପାରିବ ନାହିଁ, କିନ୍ତୁ ବ୍ୟାପକ ଅନିୟମିତତାର କୌଣସି ପ୍ରମାଣ ନାହିଁ। ତେଣୁ, ପୁନଃ ପରୀକ୍ଷା ପାଇଁ ଆଦେଶ ଦେବା ଉପଯୁକ୍ତ ହେବ ନାହିଁ।

ମଙ୍ଗଳବାର ଅନୁଷ୍ଠିତ ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି NEET ଫଳାଫଳ ସମ୍ପର୍କରେ କାହାର କିଛି ଅଭିଯୋଗ ଥାଏ, ତେବେ ସେମାନେ ହାଇକୋର୍ଟରେ ମାମଲା କରିପାରିବେ। ବର୍ତ୍ତମାନ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଦିଆ ଯାଇଥିବା ତଥ୍ୟରେ ଯଥେଷ୍ଟ ପ୍ରମାଣ ନାହିଁ, ତେଣୁ ପୁନଃପରୀକ୍ଷା କରାଯିବ ନାହିଁ। ପୁନଃ ପରୀକ୍ଷା କଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେଉଁମାନେ ଅନିୟମିତତାର ଫାଇଦା ଉଠାଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇପାରିବ। ପରେ ଅନିୟମିତତା ନେଇ ସ୍ପଷ୍ଟ ହୋଇଗଲେ ସେମାନଙ୍କ ଆଡମିଶନ ବାତିଲ ହୋଇପାରେ।

ପ୍ରଧାନ ବିଚାରପତି କହିଛନ୍ତି ଯେ ସିବିଆଇ ତଦନ୍ତ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ, ତେଣୁ ଅନିୟମିତତା ଏକ ବଡ଼ ଧରଣର ଘଟିଛି କି ନାହିଁ ତାହା ସ୍ପଷ୍ଟ କରିବାକୁ ଆମେ ଏନଟିଆକୁ କହିଥିଲୁ। ପରୀକ୍ଷା କେନ୍ଦ୍ର ଏବଂ ଏନଟିଆଇ ସେମାନଙ୍କ ଉତ୍ତରରେ ଆଇଆଇଟି ମାଡ୍ରାସର ରିପୋର୍ଟକୁ ଦର୍ଶାଇଛନ୍ତି। ସିବିଆଇ ଅନୁସନ୍ଧାନ ଅନୁଯାୟୀ, ଏଠାରେ ୧୫୫ ଜଣ ଛାତ୍ର ଅଛନ୍ତି ଯେଉଁମାନେ ପେପର ଲିକ୍ ହେତୁ ଅନିୟମିତତାର ଲାଭ ପାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ନୂତନ ଏବଂ ପୁରୁଣା ସିଲାବସ୍ ଆଧାରରେ ଦୁଇଟି ଉତ୍ତରକୁ ସଠିକ୍ ଭାବରେ ବିଚାର କରି ମାର୍କ ଦିଆଯାଇଥିଲା। ବର୍ତ୍ତମାନ NTA ଏହାର ଆଧାରରେ ଏହାର ଫଳାଫଳ ଘୋଷଣା କରିବା ଉଚିତ୍ ।

ସୂଚନାଯୋଗ୍ୟ ଜୁନ ୪ ତାରିଖରେ ନିଟ୍ ରେଜଲ୍ଟ ଆସିବା ପରେ ପେପର ଲିକକୁ ନେଇ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ସାମ୍ନାକୁ ଆସିଥିଲା । ପ୍ରଥମେ ବିହାରରେ ପେପର ଲିକ୍ ହୋଇଥିବା ସୂଚନା ମିଳିଥିଲା । ଫଳାଫଳକୁ ନେଇ ମଧ୍ୟ ସନ୍ଦେହ କରାଯାଇଥିଲା । କାରଣ ଏହି ପରୀକ୍ଷାଫଳ ମୁତାବକ ୬୭ ଜଣ ଟପ୍ପର ହୋଇଥିଲେ ଓ ଅନେକ ପରୀକ୍ଷା କେନ୍ଦ୍ରରେ ଏକାଧିକ ଟପ୍ପର ଥିବା ଜଣାପଡିଥିଲା । ଏହି ପରୀକ୍ଷା କେନ୍ଦ୍ରଗୁଡିକୁ ନେଇ ସନ୍ଦେହ ଦେଖାଦେଇଥିଲା । ଏନଟିଏ ତରଫରୁ ଗ୍ରେସ ମାର୍କ ଭଳି ପଏଣ୍ଟ ଉତ୍ତର କାହାରି ହଜମ ହୋଇନଥିଲା । ଏହାପରେ ଏନଟିଏ ବିରୋଧରେ ସାରା ଦେଶରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର