ରାଜନୈତିକ ଦଳକୁ ଅଜଣା ସ୍ରୋତରୁ ଆସୁଛି ପୁଳା ପୁଳା ଟଙ୍କା : ୧୬ ବର୍ଷରେ ଅଜ୍ଞାତ ଉତ୍ସରୁ ଆୟ ୧୫,୦୭୭ କୋଟି

The Sakala Picture
Published On

ନୂଆଦିଲ୍ଲୀ : ଜାତୀୟ ସ୍ତରର ବିଭିନ୍ନ ରାଜନୈତିକ ଦଳ ୨୦୦୪-୦୫ ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୧୫ ,୦୭୭.୯୭ କୋଟି ଟଙ୍କା ଆୟ କରିଛନ୍ତି। ବିଭିନ୍ନ ସମୟରେ ରାଜନୈତିକ ଦଳମାନଙ୍କୁ ମିଳିଥିବା ଦାନ ଅର୍ଥକୁ ନେଇ ଆୟକର ବିଭାଗ ନିକଟରେ ରଖାଯାଇଥିବା ତଥ୍ୟକୁ ଆଧାର କରି ‘ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌(ଏଡିଆର) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ତଥ୍ୟ ଜଣାପଡ଼ିଛି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ରାଜନୈତିକ ଏବଂ ଆଞ୍ଚଳିକ […]

ନୂଆଦିଲ୍ଲୀ : ଜାତୀୟ ସ୍ତରର ବିଭିନ୍ନ ରାଜନୈତିକ ଦଳ ୨୦୦୪-୦୫ ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୧୫ ,୦୭୭.୯୭ କୋଟି ଟଙ୍କା ଆୟ କରିଛନ୍ତି। ବିଭିନ୍ନ ସମୟରେ ରାଜନୈତିକ ଦଳମାନଙ୍କୁ ମିଳିଥିବା ଦାନ ଅର୍ଥକୁ ନେଇ ଆୟକର ବିଭାଗ ନିକଟରେ ରଖାଯାଇଥିବା ତଥ୍ୟକୁ ଆଧାର କରି ‘ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌(ଏଡିଆର) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ତଥ୍ୟ ଜଣାପଡ଼ିଛି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ରାଜନୈତିକ ଏବଂ ଆଞ୍ଚଳିକ ଦଳ ଦାନ ସୂତ୍ରରେ ମୋଟ ୬୯୦.୬୭ କୋଟି ଟଙ୍କା ଆୟ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ତେବେ ଏହି ସଂଗୃହୀତ ଅର୍ଥ ମଧ୍ୟରୁ ଅଧିକାଂଶ ପରିମାଣର ଅର୍ଥ ଅଜ୍ଞାତ ଉତ୍ସରୁ ରାଜନୈତିକ ଦଳମାନଙ୍କୁ ମିଳିଥିବା କୁହାଯାଇଛି। ଜାତୀୟ ସ୍ତରର ପ୍ରାୟ ୮ ଏବଂ ଆଞ୍ଚଳିକ ସ୍ତରର ୨୭ ଦଳ ଏହି ପରିମାଣର ଅର୍ଥ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏଡିଆର ରିପୋର୍ଟ ଅନୁଯାୟୀ ବିଜେପି, ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି), ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ( ଏଆଇଟିସି), କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାର୍କସିଷ୍ଟ) (ସିପିଏମ), ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି), ବହୁଜନ ସମାଜବାଦୀ ପାର୍ଟି(ବିଏସପି), କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିଇପି) ଭଳି ୮ ଜାତୀୟ ଦଳ ୨୦୨୦-୨୧ ଆର୍ଥିକ ବର୍ଷରେ ଅଜ୍ଞାତ ଉତ୍ସରୁ ମୋଟ ୪୨୬.୭୪ କୋଟି ଟଙ୍କା ଆୟ କରିଥିବା ଦର୍ଶାଇଛନ୍ତି। ସେହିପରି ଆମ୍‌ ଆଦମୀ ପାର୍ଟି(ଆପ୍‌), ଏଜିପି,ଏଆଇଏଡିଏମକେ, ଏଆଇଏଫବି, ଏଆଇଏମଆଇଏମ୍, ଏଆଇୟୁଡିଏଫ୍, ବିଜେଡି, ସିପିଆଇ (ଏମଏଲ), ଡିଏମଡିକେ, ଡିଏମକେ, ଜିଏଫପି, ଜେଡିଏସ୍, ଜେଡିୟୁ, ଜେଏମଏମ, ଏମଏନଏସ୍, କେସି-ଏମ, ଏନଡିପିପି, ଏନପିଏଫ୍, ପିଏମକେ, ଆରଏଲଡି, ଏସଏଡି, ଏସଡିଏଫ୍‌, ଶିବସେନା, ଏସକେଏମ୍, ଟିଡିପି, ଟିଆରଏସ୍‌ ଏବଂ ୱାଇଏସଆର-କଂଗ୍ରେସ ଭଳି ୨୭ଟି ଆଞ୍ଚଳିକ ଦଳ ୨୦୨୦-୨୧ ଆର୍ଥିକ ବର୍ଷରେ ୨୬୩.୯୨୮ କୋଟି ଟଙ୍କା ଆୟ କରିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ତେବେ ଅଜ୍ଞାତ ସୂତ୍ରରୁ ସର୍ବାଧ୍ଖକ ଆୟ କରିଥିବା ଦଳ ମଧ୍ୟରେ କଂଗ୍ରେସ ରହିଛି। ୨୦୨୦-୨୧ ବର୍ଷରେ ଏହି ଦଳ ସର୍ବାଧିକ ୧୭୮.୭୮୨ କୋଟି ଟଙ୍କା ଆୟ କରିଛି। ଯାହାକି ସମସ୍ତ ଜାତୀୟ ଦଳ ଅଜ୍ଞାତ ସୂତ୍ରରୁ ଆୟ କରିଥିବା ମୋଟ ପରିମାଣର ୪୧.୮୯ ପ୍ରତିଶତ। ଏହାପଛକୁ ବିଜେପି ଅଜ୍ଞାତ ସୂତ୍ରରୁ ୧୦୦.୫୦୨ କୋଟି ଟଙ୍କା ଆୟ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ଅଜ୍ଞାତ ସୂତ୍ରରୁ ସର୍ବାଧିକ ଆୟ କରିଥିବା ଆଞ୍ଚଳିକ ଦଳ ମଧ୍ୟରେ ୱାଇଏସଆର କଂଗ୍ରେସ ୯୬.୨୫୦୭ କୋଟି ଟଙ୍କା ଆୟ କରିଥିଲା ବେଳେ ଡିଏମକେ ୮୦.୦୨ କୋଟି, ବିଜେଡି ୬୭ କୋଟି,ଏମଏନଏସ୍‌ ୫.୭୭୩ କୋଟି ଏବଂ ଆପ୍‌ ୫.୪ କୋଟି ଟଙ୍କା ଆୟ କରିଥିବା କୁହାଯାଇଛି। ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ଅଜ୍ଞାତ ସୂତ୍ରରୁ ମିଳିଥିବା ମୋଟ ରାଶି ମଧ୍ୟରୁ ୪୭.୦୬ ପ୍ରତିଶତ ଅର୍ଥ ନିର୍ବାଚନୀ ବଣ୍ଡ ମାଧ୍ୟମରେ ମିଳିଛି। ୨୦୦୪-୦୫ ଏବଂ ୨୦୨୦-୨୧ ବର୍ଷ ମଧ୍ୟରେ କେବଳ କଂଗ୍ରେସ ଏବଂ ଏନସିପିକୁ ଏହି ବଣ୍ଡ ମାଧ୍ୟମରେ ୪୨୬୧,୮୩ କୋଟି ଟଙ୍କା ମିଳିଛି ବୋଲି ଏଡିଆର ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର