ବର୍ଷା ବିତ୍ପାତ: ୨୫ ରାଜ୍ୟରେ ୨୧୮ ମୃତ

The Sakala Picture
Published On

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଆଣିଛି। ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ସମେତ ଦେଶର ୨୫ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏ ପର୍ଯ୍ୟନ୍ତ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଜନିତ ଘଟଣାରେ ୨୧୮ ଲୋକ ପ୍ରାଣ ହରାଇଲେଣି। ପ୍ରବଳ ବର୍ଷା ଯୋଗୁଁ ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ୮୪ ଜଣଙ୍କ ମୃତ୍ୟୁ ହେଲାଣି। ତେଲଙ୍ଗାନାରେ ବୁଧବାର ରେକର୍ଡ […]

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଆଣିଛି। ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ସମେତ ଦେଶର ୨୫ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏ ପର୍ଯ୍ୟନ୍ତ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଜନିତ ଘଟଣାରେ ୨୧୮ ଲୋକ ପ୍ରାଣ ହରାଇଲେଣି। ପ୍ରବଳ ବର୍ଷା ଯୋଗୁଁ ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ୮୪ ଜଣଙ୍କ ମୃତ୍ୟୁ ହେଲାଣି। ତେଲଙ୍ଗାନାରେ ବୁଧବାର ରେକର୍ଡ ୬୮.୨ ମିମି, ଛତିଶଗଡରେ ୩୫.୮ ଏବଂ ମହାରାଷ୍ଟ୍ରରେ ୪୩ ମିମି ବର୍ଷା ହୋଇଛି। ଏ ପର୍ଯ୍ୟନ୍ତ ଦେଶରେ ୧୧ ପ୍ରତିଶତ ଅଧିକ ବର୍ଷା ହେଲାଣି। କ୍ରମାଗତ ଭାବେ ବର୍ଷା ଲାଗି ରହିଥିବା ଯୋଗୁଁ ମହାରାଷ୍ଟ୍ର ଚନ୍ଦ୍ରପୁରରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ଏଠାକାର ୬୦-୭୦ ପ୍ରତିଶତ ଅଞ୍ଚଳରେ ବନ୍ୟା ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ଗୁରୁବାର ଥାନେ, ପାଲଘର ଏବଂ ନଭି ମୁମ୍ବାଇର ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି। ମୁମ୍ବାଇ ୟୁନିଭର୍ସିଟିରେ ହେବାକୁ ଥିବା ପରୀକ୍ଷା ରଦ୍ଦ କରିଦିଆଯାଇଛି। ଗୋନ୍ଦିଆ ନଦୀରେ ଫସି ରହିଥିବା ୧୫ ଶ୍ରଦ୍ଧାଳୁଙ୍କୁ ଏସଡିଆରଏଫ୍‌ ଉଦ୍ଧାର କରିଛି। ଅହମଦାବାଦ-ମୁମ୍ବାଇ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି। ସେହିପରି ଗୁଜରାଟର ୫ ଜିଲ୍ଲା ଭଲସାଡ, ନବସାରୀ, ଡାଙ୍ଗ, ଜୁନାଗଡ, ଗିରି ଏବଂ ସୋମନାଥ ହାଇଆଲର୍ଟରେ ରହିଛି। ରାଜ୍ୟର ୩୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏହା ବ୍ୟତୀତ ମଧ୍ୟପ୍ରଦେଶର ସମସ୍ତ ଜିଲ୍ଲାରେ ମୌସୁମୀ ସକ୍ରିୟ ରହିଛି। ବର୍ଷା ଏବଂ ବନ୍ୟା ଜନିତ ଘଟଣାରେ ରାଜ୍ୟର ୬୬ ଲୋକ ପ୍ରାଣ ହରାଇଲେଣି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ବି ଭାରତରେ ନାହିଁ ଇନ୍ଧନର ଅଭାବ; ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ସେହିପରି ରାଜସ୍ଥାନର ସିରୋହି ଏବଂ ଉଦୟପୁରରେ ପ୍ରବଳ ବର୍ଷା ଚେତାବନୀ ଜାରି କରାଯାଇଛି। ଏଠାରେ କ୍ରମାଗତ ଭାବେ ବର୍ଷା ଜାରି ରହିଛି। ବାଂଶୱାଡା, ଝାଲାୱାଡାରେ ୫ ଇଞ୍ଚ ବର୍ଷା ହୋଇଛି। ସିରୋହୀ ଏବଂ ଉଦୟପୁର ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତେଲଙ୍ଗାନା ସରକାର ବର୍ଷାକୁ ଦେଖି ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡର ଟିହରି ଜିଲ୍ଲାରେ ଗଙ୍ଗାନଦୀରେ ୪ ଜଣ ଲୋକ ଭାସି ଯାଇଛନ୍ତି। କୋଟଦ୍ବାରରେ ନଦୀ ଜଳସ୍ତର ବୃଦ୍ଧି ପାଇଛି। ରାମନଗରରେ ଅନେକ କାର ନାଳ ପାଣିରେ ଭାସିଯାଇଛି। ସ୍ଥାନୀୟ ଲୋକ ବୁଡି ଯାଉଥିବା ୪ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଏହା ବ୍ୟତୀତ କର୍ଣ୍ଣାଟକ ୬ ଜିଲ୍ଲା ପାଇଁ ଗୁରୁବାର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

15 Jul 2022 By The Sakala

ବର୍ଷା ବିତ୍ପାତ: ୨୫ ରାଜ୍ୟରେ ୨୧୮ ମୃତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଆଣିଛି। ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ସମେତ ଦେଶର ୨୫ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏ ପର୍ଯ୍ୟନ୍ତ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଜନିତ ଘଟଣାରେ ୨୧୮ ଲୋକ ପ୍ରାଣ ହରାଇଲେଣି। ପ୍ରବଳ ବର୍ଷା ଯୋଗୁଁ ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ୮୪ ଜଣଙ୍କ ମୃତ୍ୟୁ ହେଲାଣି। ତେଲଙ୍ଗାନାରେ ବୁଧବାର ରେକର୍ଡ ୬୮.୨ ମିମି, ଛତିଶଗଡରେ ୩୫.୮ ଏବଂ ମହାରାଷ୍ଟ୍ରରେ ୪୩ ମିମି ବର୍ଷା ହୋଇଛି। ଏ ପର୍ଯ୍ୟନ୍ତ ଦେଶରେ ୧୧ ପ୍ରତିଶତ ଅଧିକ ବର୍ଷା ହେଲାଣି। କ୍ରମାଗତ ଭାବେ ବର୍ଷା ଲାଗି ରହିଥିବା ଯୋଗୁଁ ମହାରାଷ୍ଟ୍ର ଚନ୍ଦ୍ରପୁରରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ଏଠାକାର ୬୦-୭୦ ପ୍ରତିଶତ ଅଞ୍ଚଳରେ ବନ୍ୟା ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ଗୁରୁବାର ଥାନେ, ପାଲଘର ଏବଂ ନଭି ମୁମ୍ବାଇର ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି। ମୁମ୍ବାଇ ୟୁନିଭର୍ସିଟିରେ ହେବାକୁ ଥିବା ପରୀକ୍ଷା ରଦ୍ଦ କରିଦିଆଯାଇଛି। ଗୋନ୍ଦିଆ ନଦୀରେ ଫସି ରହିଥିବା ୧୫ ଶ୍ରଦ୍ଧାଳୁଙ୍କୁ ଏସଡିଆରଏଫ୍‌ ଉଦ୍ଧାର କରିଛି। ଅହମଦାବାଦ-ମୁମ୍ବାଇ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି। ସେହିପରି ଗୁଜରାଟର ୫ ଜିଲ୍ଲା ଭଲସାଡ, ନବସାରୀ, ଡାଙ୍ଗ, ଜୁନାଗଡ, ଗିରି ଏବଂ ସୋମନାଥ ହାଇଆଲର୍ଟରେ ରହିଛି। ରାଜ୍ୟର ୩୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏହା ବ୍ୟତୀତ ମଧ୍ୟପ୍ରଦେଶର ସମସ୍ତ ଜିଲ୍ଲାରେ ମୌସୁମୀ ସକ୍ରିୟ ରହିଛି। ବର୍ଷା ଏବଂ ବନ୍ୟା ଜନିତ ଘଟଣାରେ ରାଜ୍ୟର ୬୬ ଲୋକ ପ୍ରାଣ ହରାଇଲେଣି।

ସେହିପରି ରାଜସ୍ଥାନର ସିରୋହି ଏବଂ ଉଦୟପୁରରେ ପ୍ରବଳ ବର୍ଷା ଚେତାବନୀ ଜାରି କରାଯାଇଛି। ଏଠାରେ କ୍ରମାଗତ ଭାବେ ବର୍ଷା ଜାରି ରହିଛି। ବାଂଶୱାଡା, ଝାଲାୱାଡାରେ ୫ ଇଞ୍ଚ ବର୍ଷା ହୋଇଛି। ସିରୋହୀ ଏବଂ ଉଦୟପୁର ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତେଲଙ୍ଗାନା ସରକାର ବର୍ଷାକୁ ଦେଖି ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡର ଟିହରି ଜିଲ୍ଲାରେ ଗଙ୍ଗାନଦୀରେ ୪ ଜଣ ଲୋକ ଭାସି ଯାଇଛନ୍ତି। କୋଟଦ୍ବାରରେ ନଦୀ ଜଳସ୍ତର ବୃଦ୍ଧି ପାଇଛି। ରାମନଗରରେ ଅନେକ କାର ନାଳ ପାଣିରେ ଭାସିଯାଇଛି। ସ୍ଥାନୀୟ ଲୋକ ବୁଡି ଯାଉଥିବା ୪ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଏହା ବ୍ୟତୀତ କର୍ଣ୍ଣାଟକ ୬ ଜିଲ୍ଲା ପାଇଁ ଗୁରୁବାର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର