କ୍ୟାମେରାମ୍ୟାନଙ୍କ ଗୋଡ ଖସିଜିବାରୁ ବଞ୍ଚାଇବାକୁ ଯାଇ ଋଷ ମନ୍ତ୍ରୀଙ୍କ ମୃତ୍ୟୁ

The Sakala Picture
Published On

ମସ୍କୋ: କ୍ୟାମେରାମ୍ୟାନଙ୍କ ଗୋଡ ଖସିଜିବାରୁ ବଞ୍ଚାଇବାକୁ ଯାଇ ଋଷ ମନ୍ତ୍ରୀଙ୍କ ମୃତ୍ୟୁ । ଆର୍କଟିକ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଋଷର ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏନେଇ ସ୍ପଷ୍ଟ କରିଛନ୍ତି। ଏହି ଦୁଃଖଦ ଘଟଣା ସମ୍ପର୍କରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ତାଙ୍କ ମୃତଦେହକୁ ମସ୍କୋ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କ୍ରେମଲିନଙ୍କ କହିବାନୁଯାୟୀ, […]

ମସ୍କୋ: କ୍ୟାମେରାମ୍ୟାନଙ୍କ ଗୋଡ ଖସିଜିବାରୁ ବଞ୍ଚାଇବାକୁ ଯାଇ ଋଷ ମନ୍ତ୍ରୀଙ୍କ ମୃତ୍ୟୁ । ଆର୍କଟିକ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଋଷର ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏନେଇ ସ୍ପଷ୍ଟ କରିଛନ୍ତି। ଏହି ଦୁଃଖଦ ଘଟଣା ସମ୍ପର୍କରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ତାଙ୍କ ମୃତଦେହକୁ ମସ୍କୋ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କ୍ରେମଲିନଙ୍କ କହିବାନୁଯାୟୀ, ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ଏହି ଦୁଃଖଦ ଖବର ସମ୍ପର୍କରେ ଜଣାଇଛନ୍ତି । ଆର୍କଟିକ୍ ଅଞ୍ଚଳରେ ଥିବା ସମୟରେ ମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତିରୁ କିପରି ରକ୍ଷା କରାଯିବ ସେନେଇ ଅନେକ ବିଭାଗ ସହିତ ମିଶି ଅଭ୍ୟାସ କରୁଥିଲେ।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ସେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ମନ୍ତ୍ରୀ ଜଣକ ପାହାଡର ଏକ କଡରେ ଠିଆ ହୋଇଥିଲେ । ଏହି ସମୟରେ ଅଚାନକ ଜଣେ କ୍ୟାମେରାମ୍ୟାନଙ୍କ ଗୋଡ ଖସିପଡିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଜିନିଚେଭ ଶିଖରରୁ ପାଣି ଭିତରକୁ ଡେଇଁପଡିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଅନ୍ୟ ଏକ ପଥର ସହିତ ମାଡ଼ ହେବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଜରୁରୀକାଳୀନ ସେବା ହେଲିକପ୍ଟରରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

08 Sep 2021 By The Sakala

କ୍ୟାମେରାମ୍ୟାନଙ୍କ ଗୋଡ ଖସିଜିବାରୁ ବଞ୍ଚାଇବାକୁ ଯାଇ ଋଷ ମନ୍ତ୍ରୀଙ୍କ ମୃତ୍ୟୁ

ମସ୍କୋ: କ୍ୟାମେରାମ୍ୟାନଙ୍କ ଗୋଡ ଖସିଜିବାରୁ ବଞ୍ଚାଇବାକୁ ଯାଇ ଋଷ ମନ୍ତ୍ରୀଙ୍କ ମୃତ୍ୟୁ । ଆର୍କଟିକ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଋଷର ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏନେଇ ସ୍ପଷ୍ଟ କରିଛନ୍ତି। ଏହି ଦୁଃଖଦ ଘଟଣା ସମ୍ପର୍କରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ତାଙ୍କ ମୃତଦେହକୁ ମସ୍କୋ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କ୍ରେମଲିନଙ୍କ କହିବାନୁଯାୟୀ, ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ଏହି ଦୁଃଖଦ ଖବର ସମ୍ପର୍କରେ ଜଣାଇଛନ୍ତି । ଆର୍କଟିକ୍ ଅଞ୍ଚଳରେ ଥିବା ସମୟରେ ମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତିରୁ କିପରି ରକ୍ଷା କରାଯିବ ସେନେଇ ଅନେକ ବିଭାଗ ସହିତ ମିଶି ଅଭ୍ୟାସ କରୁଥିଲେ।

ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ସେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ମନ୍ତ୍ରୀ ଜଣକ ପାହାଡର ଏକ କଡରେ ଠିଆ ହୋଇଥିଲେ । ଏହି ସମୟରେ ଅଚାନକ ଜଣେ କ୍ୟାମେରାମ୍ୟାନଙ୍କ ଗୋଡ ଖସିପଡିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଜିନିଚେଭ ଶିଖରରୁ ପାଣି ଭିତରକୁ ଡେଇଁପଡିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଅନ୍ୟ ଏକ ପଥର ସହିତ ମାଡ଼ ହେବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଜରୁରୀକାଳୀନ ସେବା ହେଲିକପ୍ଟରରେ ତାଙ୍କର ମୃତ୍ୟୁ ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର