ବଡ ଦୁର୍ଘଟଣା: ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ଫିଲିପାଇନ୍ସ ବାୟୁସେନାର ଏକ C-130 ବିମାନ ବଡ଼ ଦୁର୍ଘଟଣାର ଶିକାର ହୋଇଛି | ଖବର ଅନୁସାରେ ରବିବାର ଦିନ ଦକ୍ଷିଣ ଫିଲିପାଇନ୍ସରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଅତି କମରେ ୮୫ ଜଣ ଲୋକ ଉପସ୍ଥିତ ଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ବିମାନ ଧ୍ୱଂସାବଶେଷରୁ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। At least 17 killed and 15 rescued from the […]
ଫିଲିପାଇନ୍ସ ବାୟୁସେନାର ଏକ C-130 ବିମାନ ବଡ଼ ଦୁର୍ଘଟଣାର ଶିକାର ହୋଇଛି | ଖବର ଅନୁସାରେ ରବିବାର ଦିନ ଦକ୍ଷିଣ ଫିଲିପାଇନ୍ସରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଅତି କମରେ ୮୫ ଜଣ ଲୋକ ଉପସ୍ଥିତ ଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ବିମାନ ଧ୍ୱଂସାବଶେଷରୁ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି।
At least 17 killed and 15 rescued from the burning wreckage of Philippine’s C-130 military plane crash: AFP
ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!— ANI (@ANI) July 4, 2021
ସୂଚନାନୁସାରେ, ରବିବାର ସକାଳେ ପାଟିକୁଲ ସୁଲୁ ନିକଟରେ ଫିଲିପାଇନ୍ସ ବାୟୁସେନା (PAF) ର ଏକ C-130 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ସୁଲୁ ପ୍ରଦେଶର ଜାଇଲ୍ସ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ନିଆଁ ଲାଗିଯାଇଥିଲା। ବିମାନଟି ରନୱେରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନଟି ତଳକୁ ଉହ୍ଲାଇବା ବେଳକୁ ପୁରା ବିମାନରେ ନିଆଁ ଲାଗିସାରିଥିଲା ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହି ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ବିମାନ ମଧ୍ୟରେ ଫଶିଥିବା ଲୋକମାନଙ୍କୁ ଉଦ୍ଧାର କରିଛି । ବିମାନରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ ।






