କେନ୍ଦ୍ର ସରକାରଙ୍କୁ ମେହବୁବାଙ୍କ ଚରମବାଣୀ ; ‘ଧର୍ଯ୍ୟର ପରୀକ୍ଷା ନିଅନାହିଁ‘, ଅପେକ୍ଷାର ସୀମା ପାର ହେଲେ ଆପଣ ବି ରହିବେ ନାହିଁ

The Sakala Picture
Published On

ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ତାଲିବାନର ଉଦାହରଣ ଦେଇ ମୋଦୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲେ ଧ୍ୱଂସ କରିଦେବାର ଧମକ ଦେଇ ମେହବୁବା ମୁଫତି କହିଛନ୍ତି ଯେ ମୋଦୀ ସରକାର ଅଟଳ ବିହାରୀ ବାଜପେୟୀଙ୍କ ପରି ପାକିସ୍ତାନ ଏବଂ କାଶ୍ମୀରବାସୀଙ୍କ ସହ କଥା ହେବା ଉଚିତ। ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପୁଣିଥରେ ଦିଆଯାଉ ବୋଲି କହିଛନ୍ତି ମେହବୁବା । ମୁଫତି ଏହା ମଧ୍ୟ କହିଛନ୍ତିଯେ, […]

ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ତାଲିବାନର ଉଦାହରଣ ଦେଇ ମୋଦୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲେ ଧ୍ୱଂସ କରିଦେବାର ଧମକ ଦେଇ ମେହବୁବା ମୁଫତି କହିଛନ୍ତି ଯେ ମୋଦୀ ସରକାର ଅଟଳ ବିହାରୀ ବାଜପେୟୀଙ୍କ ପରି ପାକିସ୍ତାନ ଏବଂ କାଶ୍ମୀରବାସୀଙ୍କ ସହ କଥା ହେବା ଉଚିତ। ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପୁଣିଥରେ ଦିଆଯାଉ ବୋଲି କହିଛନ୍ତି ମେହବୁବା । ମୁଫତି ଏହା ମଧ୍ୟ କହିଛନ୍ତିଯେ, ତାଲିବାନ ଆମେରିକାକୁ ସେଠାରୁ ଚାଲିଯିବାକୁ ବାଧ୍ୟ କଲା । ଆମ ପ୍ରତୀକ୍ଷାର ପରୀକ୍ଷା ନିଅନାହିଁ । ଯେଉଁଦିନ ପ୍ରତୀକ୍ଷା ଶେଷ ହୋଇଯିବ, ସେଦିନ ଆପଣ ମଧ୍ୟ ରହିବେନି । ଯଦି କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ଶାନ୍ତି ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି,ତେବେ ଧାରା ୩୭୦କୁ ପୁଣିଥରେ ଲାଗୁ କରିବାକୁ ପଡ଼ିବ ଏବଂ ଆଲୋଚନା ମାଧ୍ୟମରେ ଜମ୍ମୁ କାଶ୍ମୀରର ସମସ୍ୟା ଦୂର କରିବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

କୁଲଗାମରେ ସଭାକୁ ସମ୍ବଦ୍ଧିତ କରି ମେହବୁବା ମୁଫ୍ତି କହିଛନ୍ତିଯେ, ଆଫଗାନିସ୍ତାନରୁ ଆମେରିକା ସୈନ୍ୟମାନଙ୍କୁ ବିଦା କରିବା ପାଇଁ ବାଧ୍ୟ କରିଥିଲା ତାଲିବାନ । କିନ୍ତୁ ତାଲିବାନ ଉପରେ ଏବେ ସାରା ବିଶ୍ବ ନଜର ରଖିଛି । ତାଲିବାନକୁ ଅପିଲ କରି ମେହବୁବା ମୁଫତୀ କହିଛନ୍ତି, ସେମାନେ ଏଭଳି କୌଣସି କାଣ୍ଡ ନଘଟାନ୍ତୁ ଯାହା ଫଳରେ ବିଶ୍ବ ସମୁଦାୟ ତାଙ୍କ ବିରୁଦ୍ଧରେ ଯିବେ । ତାଲିବାନୀମାନଙ୍କର ବନ୍ଧୁକ ଯୁଗ ଶେଷ ହୋଇଛି ଏବଂ ବିଶ୍ବ ସମୁଦାୟ ଦେଖୁଛନ୍ତି ଯେ, ସେମାନେ ଏବେ ସେଠାକାର ଲୋକମାନଙ୍କ ସହିତ କିଭଳି ଭାବେ ବ୍ୟବହାର କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଧାରା ୩୭୦ ହଟାଇବା ଏବଂ ଜମ୍ମୁକଶ୍ମୀରରୁ ଲଦାଖକୁ ଅଲଗା କରିବା ନିଷ୍ପତ୍ତି ସମ୍ପର୍କରେ ମେହବୁବା କହିଛନ୍ତି, ଆପଣ ଯାହା ବେଆଇନ ଭାବେ କରିଛନ୍ତି ତାହା ଅସାମ୍ବିଧାନିକ ଢଙ୍ଗରେ ଜମ୍ମୁକାଶ୍ମୀରର କ୍ଷତି । ଜମ୍ମୁକାଶ୍ମୀରକୁ ଯେଭଳି ଖଣ୍ଡ ଖଣ୍ଡ କରିଦେଇଛନ୍ତି, ଏହାକୁ ପୁରୁଣା ଅବସ୍ଥାକୁ ଫେରାଇଦିଅନ୍ତୁ ନଚେତ୍ ବହୁତ ବିଳମ୍ବ ହୋଇଯିବ । ତାଲିବାନ କିପରି ଆମେରିକୀୟଙ୍କୁ ଦେଶରୁ ତଡିଲେ ତାହା ଭଲ କରି ହୃଦୟଙ୍ଗମ କର । ଯେଉଁ ଦିନ ଏଠାକାର ଲୋକେ ବିଗିଡିଯିବେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ । ଆର୍ଟିକିଲି ୩୭୦ ହଟିବା ପରେ ଏଠାକାର ଲୋକଙ୍କ ମନରେ ଅସନ୍ତୋଷ ଭାବ ରହିଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ତେବେ ମୁଫତିଙ୍କ ଏହି ବୟାନ ପରେ ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର ରାଇନା ମେହବୁବା ମୁଫତିଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ ମୁଫତି ଜମ୍ମୁକଶ୍ମୀରରେ ତାଲିବାନ ଶାସନ କରିବାକୁ ଚାହୁଁଛନ୍ତି। ରାଇନା କହିଛନ୍ତି, ଭାରତ ଏକ ଶକ୍ତିଶାଳୀ ଦେଶ ଏବଂ ଆମ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦୀ । ତାଲିବାନ, ଅଲକାଏଦା, ଜୈସ ହେଉ କିମ୍ବା ହିଜବୁଲ, ଯିଏ ଭାରତର ଏକତା ଏବଂ ଅଖଣ୍ଡତା ବିରୁଦ୍ଧରେ ଷଡଯନ୍ତ୍ର କରିବ ସେ ତାଙ୍କୁ ମାଟିରେ ମିଶାଇ ଦେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର