ସପିଙ୍ଗ ମଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଯାଇ ୩ ମହଲାରୁ ଡେଇଁଲେ ଲୋକେ

The Sakala Picture
Published On

ନୂଆଦିଲ୍ଲୀ: ଗ୍ରେଟର ନଏଡାର ଗୌର ସିଟି ଅଞ୍ଚଳରେ ଥିବା ଗାଲାକ୍ସି ପ୍ଲାଜାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଛି । ନିଆଁ ଏତେ ଭୟଙ୍କର ଭାବେ ବ୍ୟାପି ଯାଇଛି ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ବାଟ ନ ପାଇ ତିନିମହଲାରୁ ଡେଇଁ ପଡିଛନ୍ତି ।ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କୋଠାର ତିନି ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା । ପରେ ଏହା ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା । ଏହାର ଭିଡିଓ […]

ନୂଆଦିଲ୍ଲୀ: ଗ୍ରେଟର ନଏଡାର ଗୌର ସିଟି ଅଞ୍ଚଳରେ ଥିବା ଗାଲାକ୍ସି ପ୍ଲାଜାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଛି । ନିଆଁ ଏତେ ଭୟଙ୍କର ଭାବେ ବ୍ୟାପି ଯାଇଛି ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ବାଟ ନ ପାଇ ତିନିମହଲାରୁ ଡେଇଁ ପଡିଛନ୍ତି ।ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କୋଠାର ତିନି ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା । ପରେ ଏହା ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ଏହାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି, ଏହି କୋଠାରେ ରହୁଥିବା ଲୋକେ ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ତିନିମହଲାରୁ ଡେଇଁ ପଡୁଛନ୍ତି । ୫ମକ ମହଲାରୁ ମଧ୍ୟ ଲୋକ ଡେଇଁ ପଡୁଥିବା ଦେଖିବାକୁ ମିଳିଛି । କିଛି ଲୋକ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ହୋଇପଡିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ପରେ ଡେଉଁଥିବା ଲୋକଙ୍କ ପାଇଁ ତଳେ ଗଦି ବିଛା ଯାଇଥିବା ଦୃଶ୍ୟ ବି ଏହି ଭିଡିଓରେ ଦେଖିବାକୁ ମିଳିଛି । ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର