୪୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲେ ବ୍ୟକ୍ତି, ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଗଭୀର ବୋରୱେଲରେ ଖସିପଡ଼ିଲେ ବ୍ୟକ୍ତି। ୪୦ ଫୁଟ ଗଭୀର ବୋରୱେଲରେ ଜଣେ ବ୍ୟକ୍ତି ଖସିପଡ଼ିଥିବା ଜଣାପଡିଛି । ଦିଲ୍ଲୀର କେଶୋପୁର ମଣ୍ଡି ନିକଟ ଜଳ ବୋର୍ଡ ପ୍ଲାଣ୍ଟ ଭିତରେ ଥିବା ଏକ ବୋରୱେଲରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନ୍ଡିଆରଏଫ୍ ଓ ଦିଲ୍ଲୀ ପୋଲିସର ଟିମ୍ ପହଞ୍ଚି ବୋରୱେଲରୁ ବ୍ୟକ୍ତି ଜଣକୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଉକ୍ତ […]

ନୂଆଦିଲ୍ଲୀ: ପୁଣି ଗଭୀର ବୋରୱେଲରେ ଖସିପଡ଼ିଲେ ବ୍ୟକ୍ତି। ୪୦ ଫୁଟ ଗଭୀର ବୋରୱେଲରେ ଜଣେ ବ୍ୟକ୍ତି ଖସିପଡ଼ିଥିବା ଜଣାପଡିଛି । ଦିଲ୍ଲୀର କେଶୋପୁର ମଣ୍ଡି ନିକଟ ଜଳ ବୋର୍ଡ ପ୍ଲାଣ୍ଟ ଭିତରେ ଥିବା ଏକ ବୋରୱେଲରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନ୍ଡିଆରଏଫ୍ ଓ ଦିଲ୍ଲୀ ପୋଲିସର ଟିମ୍ ପହଞ୍ଚି ବୋରୱେଲରୁ ବ୍ୟକ୍ତି ଜଣକୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସେ ଗତକାଲି ବିଳମ୍ବିତ ରାତିରେ ଜଳ ବୋର୍ଡ ଭିତରକୁ ଚୋରି କରିବା ଉଦ୍ଦେଶ୍ୟରେ ଆସି ଖସି ପଡିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

ବୋଲୱେଲ ପାଖରେ ସମାନ୍ତରାଳ ଭାବେ ଏକ ଗାତ ଖୋଳି ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବାର ଉଦ୍ୟମ କରାଯାଉଛି। ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଯୋଜନା କରାଯାଉଛି। ଜେସିବି ଦ୍ବାରା ଗାତ ଖୋଳିବା ପାଇଁ ସମୟ ଲାଗୁଛି ବୋଲି ଏନଡିଆରଏଫର ମୁଖ୍ୟ ନିରୀକ୍ଷକ କହିଛନ୍ତି। ଗାତ ଖୋଳିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ବୋରୱେଲରେ ଥିବା ବ୍ୟକ୍ତିଙ୍କ ପାଖକୁ ଖାଦ୍ୟ ଏବଂ ଅମ୍ଳଜାନ ପଠାଯିବା କାର୍ଯ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

10 Mar 2024 By The Sakala

୪୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲେ ବ୍ୟକ୍ତି, ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି

ନୂଆଦିଲ୍ଲୀ: ପୁଣି ଗଭୀର ବୋରୱେଲରେ ଖସିପଡ଼ିଲେ ବ୍ୟକ୍ତି। ୪୦ ଫୁଟ ଗଭୀର ବୋରୱେଲରେ ଜଣେ ବ୍ୟକ୍ତି ଖସିପଡ଼ିଥିବା ଜଣାପଡିଛି । ଦିଲ୍ଲୀର କେଶୋପୁର ମଣ୍ଡି ନିକଟ ଜଳ ବୋର୍ଡ ପ୍ଲାଣ୍ଟ ଭିତରେ ଥିବା ଏକ ବୋରୱେଲରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନ୍ଡିଆରଏଫ୍ ଓ ଦିଲ୍ଲୀ ପୋଲିସର ଟିମ୍ ପହଞ୍ଚି ବୋରୱେଲରୁ ବ୍ୟକ୍ତି ଜଣକୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସେ ଗତକାଲି ବିଳମ୍ବିତ ରାତିରେ ଜଳ ବୋର୍ଡ ଭିତରକୁ ଚୋରି କରିବା ଉଦ୍ଦେଶ୍ୟରେ ଆସି ଖସି ପଡିଥିବା କୁହାଯାଉଛି।

ବୋଲୱେଲ ପାଖରେ ସମାନ୍ତରାଳ ଭାବେ ଏକ ଗାତ ଖୋଳି ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବାର ଉଦ୍ୟମ କରାଯାଉଛି। ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଯୋଜନା କରାଯାଉଛି। ଜେସିବି ଦ୍ବାରା ଗାତ ଖୋଳିବା ପାଇଁ ସମୟ ଲାଗୁଛି ବୋଲି ଏନଡିଆରଏଫର ମୁଖ୍ୟ ନିରୀକ୍ଷକ କହିଛନ୍ତି। ଗାତ ଖୋଳିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ବୋରୱେଲରେ ଥିବା ବ୍ୟକ୍ତିଙ୍କ ପାଖକୁ ଖାଦ୍ୟ ଏବଂ ଅମ୍ଳଜାନ ପଠାଯିବା କାର୍ଯ୍ୟ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର