ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହେଲା ଲୋକସଭା ଅଧିବେଶନ

The Sakala Picture
Published On

ନୂଆଦିଲ୍ଲୀ : ଆଗକୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୧୪ ଦିନ ଆଗରୁ ଲୋକସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ମାର୍ଚ୍ଚ ୮ରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଏପ୍ରିଲ୍ ୮ରେ ଶେଷ ହେବାର ଥିଲା। ଆଜି ଲୋକସଭା ଅଧିବେଶନ ଚାଲିଥିବା ବେଳେ ଅନେକ ଦଳର ସାଂସଦ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ […]

ନୂଆଦିଲ୍ଲୀ : ଆଗକୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୧୪ ଦିନ ଆଗରୁ ଲୋକସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ମାର୍ଚ୍ଚ ୮ରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଏପ୍ରିଲ୍ ୮ରେ ଶେଷ ହେବାର ଥିଲା।

ଆହୁରି ପଢ଼ନ୍ତୁ: ରାଘବ ଚଢ଼ାଙ୍କ ସ୍ଥାନ ନେବା ପରେ ଆପ୍ ସାଂସଦ ଅଶୋକ କୁମାର ମିତ୍ତଲଙ୍କ ଉପରେ ଇଡିର ନଜର, ଏଲପିୟୁ (LPU) କ୍ୟାମ୍ପସ ସମେତ ଅନେକ ସ୍ଥାନରେ ଚଢ଼ାଉ

ଆଜି ଲୋକସଭା ଅଧିବେଶନ ଚାଲିଥିବା ବେଳେ ଅନେକ ଦଳର ସାଂସଦ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିକଟକୁ ଯାଇ ଅଧିବେଶନକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଏହାସହ ତୃଣମୂଳ କଂଗ୍ରେସ ସାଂସଦ ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ଡେରେକ ଓବ୍ରାଇନ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଚଳିତ ଅଧିବେଶନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ସରଣ୍ଡା ଜଙ୍ଗଲରେ ଯବାନ-ମାଓବାଦୀ ଭୟାବହ ଗୁଳି ବିନିମୟ; ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

ଉଲ୍ଲେଖଯୋଗ୍ୟ, ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରି ୨୯ରୁ ଆରମ୍ଭ ହୋଇ ଫେବୃଆରି ୨୯ରେ ଶେଷ ହୋଇଥିଲା । ହେଲେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ସାଂସଦମାନଙ୍କ ଅନୁରୋଧକୁ ଗ୍ରହଣ କରି ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖାଯାଇଛି।

ଆହୁରି ପଢ଼ନ୍ତୁ: ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ, ଗୁଜୁରାଟରୁ ଅଭିଯୁକ୍ତ ଗିରଫ

25 Mar 2021 By The Sakala

ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହେଲା ଲୋକସଭା ଅଧିବେଶନ

ନୂଆଦିଲ୍ଲୀ : ଆଗକୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୧୪ ଦିନ ଆଗରୁ ଲୋକସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ମାର୍ଚ୍ଚ ୮ରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଏପ୍ରିଲ୍ ୮ରେ ଶେଷ ହେବାର ଥିଲା।

ଆଜି ଲୋକସଭା ଅଧିବେଶନ ଚାଲିଥିବା ବେଳେ ଅନେକ ଦଳର ସାଂସଦ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିକଟକୁ ଯାଇ ଅଧିବେଶନକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଏହାସହ ତୃଣମୂଳ କଂଗ୍ରେସ ସାଂସଦ ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ଡେରେକ ଓବ୍ରାଇନ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଚଳିତ ଅଧିବେଶନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରି ୨୯ରୁ ଆରମ୍ଭ ହୋଇ ଫେବୃଆରି ୨୯ରେ ଶେଷ ହୋଇଥିଲା । ହେଲେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ସାଂସଦମାନଙ୍କ ଅନୁରୋଧକୁ ଗ୍ରହଣ କରି ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର