ଆଜିଠୁ ଶେଷ ପର୍ଯ୍ୟାୟ ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍‍ ଆରମ୍ଭ  ହୋଇଛି। ଅଗଷ୍ଟ ୨୬,୨୭,୩୧ ଓ ସେପ୍ଟେମ୍ବର ୧ ଏବଂ ୨ ତାରିଖକୁ ମିଶାଇ ମୋଟ ୫ ଦିନରେ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ହେବ। ଜେଇଇ ମେନ୍‍ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ପାଇଁ ଦେଶର ମୋଟ୍‍ ୩୩୪ ସହରରେ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୭ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ଦେବେ। କରୋନା କଟକଣା ମଧ୍ୟରେ […]

ଭୁବନେଶ୍ୱର: ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍‍ ଆରମ୍ଭ  ହୋଇଛି। ଅଗଷ୍ଟ ୨୬,୨୭,୩୧ ଓ ସେପ୍ଟେମ୍ବର ୧ ଏବଂ ୨ ତାରିଖକୁ ମିଶାଇ ମୋଟ ୫ ଦିନରେ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ହେବ। ଜେଇଇ ମେନ୍‍ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ପାଇଁ ଦେଶର ମୋଟ୍‍ ୩୩୪ ସହରରେ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୭ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ଦେବେ। କରୋନା କଟକଣା ମଧ୍ୟରେ ପରୀକ୍ଷା ଆୟୋଜନ କରିବାକୁ ଏନଟିଏ କଡ଼ା ନିର୍ଦ୍ଦେଶ ଦେଇଥିବାବେଳେ ପରୀକ୍ଷା ହଲରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ଆଦି ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପରାମର୍ଶ ଦେଇଛି। କରୋନାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡ଼ ଅଗଷ୍ଟ ୨୧ରୁ ଅନଲାଇନରେ ଉପଲବ୍ଧ ହୋଇଥିବାବେଳେ ପରୀକ୍ଷା ସମ୍ପର୍କିତ ସବିଶେଷ ସୂଚନା ବିଭାଗର ୱେବ ସାଇଟ୍‍ www.jeemain.nta.nic.in ମାଧ୍ୟମରେ ପାଇ ପାରିବେ ବୋଲି ଏନଟିଏ ସୂଚନା ଦେଇଛି। ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ରାଜ୍ୟରେ ପାଖାପାଖି ଏକ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଦୈନିକ ଦୁଇଟି ସିଫ୍ଟରେ ପରୀକ୍ଷା ହେବ।

ଆହୁରି ପଢ଼ନ୍ତୁ: ନୋଏଡାରେ ନକଲି କଲ୍ ସେଣ୍ଟର ଠାବ: ଟେକ୍ ସପୋର୍ଟ ନାମରେ ବିଦେଶୀ ନାଗରିକଙ୍କୁ ଠକୁଥିବା ୪ ସାଇବର ଠକ ଗିରଫ

26 Aug 2021 By The Sakala

ଆଜିଠୁ ଶେଷ ପର୍ଯ୍ୟାୟ ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍‍ ଆରମ୍ଭ  ହୋଇଛି। ଅଗଷ୍ଟ ୨୬,୨୭,୩୧ ଓ ସେପ୍ଟେମ୍ବର ୧ ଏବଂ ୨ ତାରିଖକୁ ମିଶାଇ ମୋଟ ୫ ଦିନରେ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ହେବ। ଜେଇଇ ମେନ୍‍ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ପାଇଁ ଦେଶର ମୋଟ୍‍ ୩୩୪ ସହରରେ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୭ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ଦେବେ। କରୋନା କଟକଣା ମଧ୍ୟରେ ପରୀକ୍ଷା ଆୟୋଜନ କରିବାକୁ ଏନଟିଏ କଡ଼ା ନିର୍ଦ୍ଦେଶ ଦେଇଥିବାବେଳେ ପରୀକ୍ଷା ହଲରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ଆଦି ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପରାମର୍ଶ ଦେଇଛି। କରୋନାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡ଼ ଅଗଷ୍ଟ ୨୧ରୁ ଅନଲାଇନରେ ଉପଲବ୍ଧ ହୋଇଥିବାବେଳେ ପରୀକ୍ଷା ସମ୍ପର୍କିତ ସବିଶେଷ ସୂଚନା ବିଭାଗର ୱେବ ସାଇଟ୍‍ www.jeemain.nta.nic.in ମାଧ୍ୟମରେ ପାଇ ପାରିବେ ବୋଲି ଏନଟିଏ ସୂଚନା ଦେଇଛି। ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ରାଜ୍ୟରେ ପାଖାପାଖି ଏକ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଦୈନିକ ଦୁଇଟି ସିଫ୍ଟରେ ପରୀକ୍ଷା ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର