ଲାଣ୍ଡ ଫର ଜବ୍ ସ୍କାମ୍‌: ଜାମିନ ପାଇଲେ ଲାଲୁ ଯାଦବ, ରାବ୍‌ଡ଼ୀ ଦେବୀ ଓ ପୁଅ ତେଜସ୍ବୀ

The Sakala Picture
Published On

ପାଟନା : ଲାଣ୍ଡ ଫର ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି କୋର୍ଟ ଆଶ୍ୱସ୍ତି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରୁ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ, ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ ତାଙ୍କ ପରିବାରର ୬ ସଦସ୍ୟଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିିକାରେ ସେମାନଙ୍କ ଜାମିନ […]

ପାଟନା : ଲାଣ୍ଡ ଫର ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି କୋର୍ଟ ଆଶ୍ୱସ୍ତି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରୁ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ, ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ ତାଙ୍କ ପରିବାରର ୬ ସଦସ୍ୟଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିିକାରେ ସେମାନଙ୍କ ଜାମିନ ମଞ୍ଜୁର କରିଚନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬ ତାରିଖରେ ହେବ ।

ଆହୁରି ପଢ଼ନ୍ତୁ: ୧୩ ବର୍ଷର କୋମା ପରେ 'ଇଚ୍ଛା ମୃତ୍ୟୁ' ଅନୁମତି: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

ସିବିଆଇ ଚାର୍ଜସିଟ୍‌କୁ ନେଇ କୋର୍ଟ ପକ୍ଷରୁ ସମନ ଜାରି ହୋଇଥିଲା । କୋର୍ଟରେ ଆଜି ଲାଲୁ, ତେଜସ୍ୱୀ, ରାବଡି ଦେବୀ ସମେତ ଅନ୍ୟ ଅଭିଯୁକ୍ତ ହାଜର ହୋଇଥିଲେ ।ସିବିଆଇ ୩ ଜୁଲାଇରେ ଦାଖଲ କରିଥିବା ଚାର୍ଜସିଟରେ ଲାଲୁ ଯାଦବ, ରାବଡି ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୭ ଜଣଙ୍କ ନାମ ରହିଥିଲା । ଏହି ଚାର୍ଜସିଟରେ ପ୍ରଥମ ଥର ପାଇଁ ତେଜସ୍ୱୀଙ୍କ ନାମ ସାମ୍ନାକୁ ଆସିଥିଲା । କୋର୍ଟ ଅଭିଯୁକ୍ତଙ୍କୁ ହାଜର କରିବା ପରେ ବୟାନ ରେକର୍ଡ କରିଥିଲା । ଏହାପରେ ଏମାନଙ୍କ ମଧ୍ୟରୁ କିଛି ଜାମିନ ପାଇଁ ଯାଚିକା ଦାଖଲ କରିଥିଲେ । ମାମଲାର ଆଗାମୀ ଶୁଣାଣି ୧୬ ଅକ୍ଟୋବରରେ ହେବ ।

ଆହୁରି ପଢ଼ନ୍ତୁ: Monalisa Bhosale: ପ୍ରେମିକଙ୍କ ସହ ରହିବାକୁ ଜିଦ୍: ପରିବାରକୁ ଭୟ କରି କେରଳରେ ଆଶ୍ରୟ ନେଲେ ଭାଇରାଲ୍ ଗାର୍ଲ ମୋନାଲିସା

ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା। ୨୦୧୭ରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

04 Oct 2023 By The Sakala

ଲାଣ୍ଡ ଫର ଜବ୍ ସ୍କାମ୍‌: ଜାମିନ ପାଇଲେ ଲାଲୁ ଯାଦବ, ରାବ୍‌ଡ଼ୀ ଦେବୀ ଓ ପୁଅ ତେଜସ୍ବୀ

ପାଟନା : ଲାଣ୍ଡ ଫର ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି କୋର୍ଟ ଆଶ୍ୱସ୍ତି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରୁ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ, ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ ତାଙ୍କ ପରିବାରର ୬ ସଦସ୍ୟଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିିକାରେ ସେମାନଙ୍କ ଜାମିନ ମଞ୍ଜୁର କରିଚନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬ ତାରିଖରେ ହେବ ।

ସିବିଆଇ ଚାର୍ଜସିଟ୍‌କୁ ନେଇ କୋର୍ଟ ପକ୍ଷରୁ ସମନ ଜାରି ହୋଇଥିଲା । କୋର୍ଟରେ ଆଜି ଲାଲୁ, ତେଜସ୍ୱୀ, ରାବଡି ଦେବୀ ସମେତ ଅନ୍ୟ ଅଭିଯୁକ୍ତ ହାଜର ହୋଇଥିଲେ ।ସିବିଆଇ ୩ ଜୁଲାଇରେ ଦାଖଲ କରିଥିବା ଚାର୍ଜସିଟରେ ଲାଲୁ ଯାଦବ, ରାବଡି ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୭ ଜଣଙ୍କ ନାମ ରହିଥିଲା । ଏହି ଚାର୍ଜସିଟରେ ପ୍ରଥମ ଥର ପାଇଁ ତେଜସ୍ୱୀଙ୍କ ନାମ ସାମ୍ନାକୁ ଆସିଥିଲା । କୋର୍ଟ ଅଭିଯୁକ୍ତଙ୍କୁ ହାଜର କରିବା ପରେ ବୟାନ ରେକର୍ଡ କରିଥିଲା । ଏହାପରେ ଏମାନଙ୍କ ମଧ୍ୟରୁ କିଛି ଜାମିନ ପାଇଁ ଯାଚିକା ଦାଖଲ କରିଥିଲେ । ମାମଲାର ଆଗାମୀ ଶୁଣାଣି ୧୬ ଅକ୍ଟୋବରରେ ହେବ ।

ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା। ୨୦୧୭ରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର