ଘରେ ପଶି ଗଳାକାଟି ଡିଜିପିଙ୍କୁ ହତ୍ଯା କଲେ ଆତଙ୍କବାଦୀ

The Sakala Picture
Published On

ଜମ୍ମୁ: ଗୃହମନ୍ତ୍ରୀଙ୍କ ଗସ୍ତ ବେଳେ ଜାମ୍ମୁ-କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀଙ୍କ ଜଘନ୍ୟ କାଣ୍ଡ । ଘରେ ପଶି ଜେଲ ଡିଜିପିଙ୍କୁ ହତ୍ୟା କରିଛନ୍ତି। ଡିଜିପି ହେମନ୍ତ କୁମାର ଲୋହିଆଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଡିଜିପିଙ୍କ ବାସଭବନରୁ ତାଙ୍କ ସନ୍ଦିଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। କାଚ ବୋତଲ ଭାଙ୍ଗି ଦୁର୍ବୃତ୍ତ ତାଙ୍କ ବେକ କାଟି ଦେଇଥିବା ବେଳେ ଡିଜିପିଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ […]

ଜମ୍ମୁ: ଗୃହମନ୍ତ୍ରୀଙ୍କ ଗସ୍ତ ବେଳେ ଜାମ୍ମୁ-କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀଙ୍କ ଜଘନ୍ୟ କାଣ୍ଡ । ଘରେ ପଶି ଜେଲ ଡିଜିପିଙ୍କୁ ହତ୍ୟା କରିଛନ୍ତି। ଡିଜିପି ହେମନ୍ତ କୁମାର ଲୋହିଆଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଡିଜିପିଙ୍କ ବାସଭବନରୁ ତାଙ୍କ ସନ୍ଦିଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

କାଚ ବୋତଲ ଭାଙ୍ଗି ଦୁର୍ବୃତ୍ତ ତାଙ୍କ ବେକ କାଟି ଦେଇଥିବା ବେଳେ ଡିଜିପିଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘରୋଇ ସହାୟକ ୟାସିରଙ୍କ ଉପରେ ସନ୍ଦେହ କରୁଛି ପୁଲିସ । ୟାସିର ଶବକୁ ଜଳାଇବାକୁ ମଧ୍ୟ ଚେଷ୍ଟା କରିଥିବା ଜଣାପଡ଼ିଛି । ବେଡରୁମରେ ନିଆଁ ଜଳୁଥିବା ଦେଖି ସୁରକ୍ଷାକର୍ମୀ ପୁଲିସକୁ ଖବର ଦେଇଥିଲେ । ସ୍ପଟରେ ଫରେନସିକ ଓ କ୍ରାଇମ ଟିମ୍ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ଘରୋଇ ସହାୟକଙ୍କୁ ଗିରଫ କରିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଲିଭ୍-ଇନ୍ ରିଲେସନସିପ୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମ୍ପର୍କ ଭାଙ୍ଗିଲେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ

ଟିଆରଏଫ ନାମକ ଏକ ଆତଙ୍କବାଦୀ ସଂଗଠନ ଡିଜିପିଙ୍କ ହତ୍ୟା ନେଇ ନିଜକୁ ଦାୟୀ କରିଛି । ୧୯୯୨ ବ୍ୟାଚର ଆଇପିଏସ ଅଫିସର ଥିଲେ ହେମନ୍ତ କୁମାର ।

ଆହୁରି ପଢ଼ନ୍ତୁ: ଇରାନକୁ ଘେରିବାକୁ ଆମେରିକାର ବଡ଼ ଚକ୍ରବ୍ୟୁହ: ସେଣ୍ଟକମର ଘାତକ ଆକ୍ରମଣ ଯୋଜନା ଓ ହୋର୍ମୁଜରେ ନୂଆ ମେଣ୍ଟ

04 Oct 2022 By The Sakala

ଘରେ ପଶି ଗଳାକାଟି ଡିଜିପିଙ୍କୁ ହତ୍ଯା କଲେ ଆତଙ୍କବାଦୀ

ଜମ୍ମୁ: ଗୃହମନ୍ତ୍ରୀଙ୍କ ଗସ୍ତ ବେଳେ ଜାମ୍ମୁ-କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀଙ୍କ ଜଘନ୍ୟ କାଣ୍ଡ । ଘରେ ପଶି ଜେଲ ଡିଜିପିଙ୍କୁ ହତ୍ୟା କରିଛନ୍ତି। ଡିଜିପି ହେମନ୍ତ କୁମାର ଲୋହିଆଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଡିଜିପିଙ୍କ ବାସଭବନରୁ ତାଙ୍କ ସନ୍ଦିଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

କାଚ ବୋତଲ ଭାଙ୍ଗି ଦୁର୍ବୃତ୍ତ ତାଙ୍କ ବେକ କାଟି ଦେଇଥିବା ବେଳେ ଡିଜିପିଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘରୋଇ ସହାୟକ ୟାସିରଙ୍କ ଉପରେ ସନ୍ଦେହ କରୁଛି ପୁଲିସ । ୟାସିର ଶବକୁ ଜଳାଇବାକୁ ମଧ୍ୟ ଚେଷ୍ଟା କରିଥିବା ଜଣାପଡ଼ିଛି । ବେଡରୁମରେ ନିଆଁ ଜଳୁଥିବା ଦେଖି ସୁରକ୍ଷାକର୍ମୀ ପୁଲିସକୁ ଖବର ଦେଇଥିଲେ । ସ୍ପଟରେ ଫରେନସିକ ଓ କ୍ରାଇମ ଟିମ୍ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ଘରୋଇ ସହାୟକଙ୍କୁ ଗିରଫ କରିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ଟିଆରଏଫ ନାମକ ଏକ ଆତଙ୍କବାଦୀ ସଂଗଠନ ଡିଜିପିଙ୍କ ହତ୍ୟା ନେଇ ନିଜକୁ ଦାୟୀ କରିଛି । ୧୯୯୨ ବ୍ୟାଚର ଆଇପିଏସ ଅଫିସର ଥିଲେ ହେମନ୍ତ କୁମାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର