ଅଡୁଆରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରଦ୍ଦ ହୋଇପାରେ ବିଧାନସଭା ସଦସ୍ୟତା

The Sakala Picture
Published On

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ । ରଦ୍ଦ ହୋଇପାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା । ଏକ ଖଣି ପଟ୍ଟା ମାମଲାରେ ତାଙ୍କ ନାମରେ ନିର୍ବାଚନ ଆୟୋଗଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ଆଜି ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିକୁ ନେଇ ରାଜ୍ୟପାଳଙ୍କ ତରଫରୁ ଶେଷ ନିଷ୍ପତ୍ତି ଜାରି କରାଯିବ । ଯାହାପରେ ହେମନ୍ତଙ୍କୁ କ୍ଲିନଚିଟ୍ ମିଳିବ କି ତାଙ୍କ ସଦସ୍ୟତା ରଦ୍ଦ ହେବ, ସେନେଇ […]

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ । ରଦ୍ଦ ହୋଇପାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା । ଏକ ଖଣି ପଟ୍ଟା ମାମଲାରେ ତାଙ୍କ ନାମରେ ନିର୍ବାଚନ ଆୟୋଗଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ଆଜି ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିକୁ ନେଇ ରାଜ୍ୟପାଳଙ୍କ ତରଫରୁ ଶେଷ ନିଷ୍ପତ୍ତି ଜାରି କରାଯିବ । ଯାହାପରେ ହେମନ୍ତଙ୍କୁ କ୍ଲିନଚିଟ୍ ମିଳିବ କି ତାଙ୍କ ସଦସ୍ୟତା ରଦ୍ଦ ହେବ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସୂଚନା ଅନୁସାରେ, ରାଞ୍ଚିର ଅନଗଡ଼ାରେ ଖଣି ଖନନ ଲିଜ ହେମନ୍ତ ନିଜ ନାଁରେ ନେଇଥିବା ଅଭିଯୋଗ କରିଥିଲେ ବିଜେପି ନେତା । ସେ ସମୟରେ ସୋରନଙ୍କ ପାଖରେ ଖଣି ମନ୍ତ୍ରଣାଳୟ ରହିଥିଲା । ନିକଟରେ ଇଡ଼ି ଖଣି ସଚିବ ପୂଜା ସିଂଘଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି । ଯିଏକି ଖଣିର ଲାଇସେନ୍ସ ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଏହି ଘଟଣାରେ ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ବିଜେପି ନେତା। ଯେଉଁ ମାମଲାରେ ଅଗଷ୍ଟ ୧୮ ତାରିଖରେ ଶୁଣାଣି ହୋଇଥିଲା । ଏହି ମାମଲାରେ ଏବେ ନିର୍ବାଚନ ଆୟୋଗ ନିଜ ରାୟକୁ ରାଜ୍ୟପାଳଙ୍କୁ ପଠାଇଛି ।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର