ଅଡୁଆରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରଦ୍ଦ ହୋଇପାରେ ବିଧାନସଭା ସଦସ୍ୟତା

The Sakala Picture
Published On

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ । ରଦ୍ଦ ହୋଇପାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା । ଏକ ଖଣି ପଟ୍ଟା ମାମଲାରେ ତାଙ୍କ ନାମରେ ନିର୍ବାଚନ ଆୟୋଗଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ଆଜି ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିକୁ ନେଇ ରାଜ୍ୟପାଳଙ୍କ ତରଫରୁ ଶେଷ ନିଷ୍ପତ୍ତି ଜାରି କରାଯିବ । ଯାହାପରେ ହେମନ୍ତଙ୍କୁ କ୍ଲିନଚିଟ୍ ମିଳିବ କି ତାଙ୍କ ସଦସ୍ୟତା ରଦ୍ଦ ହେବ, ସେନେଇ […]

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ । ରଦ୍ଦ ହୋଇପାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା । ଏକ ଖଣି ପଟ୍ଟା ମାମଲାରେ ତାଙ୍କ ନାମରେ ନିର୍ବାଚନ ଆୟୋଗଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ଆଜି ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିକୁ ନେଇ ରାଜ୍ୟପାଳଙ୍କ ତରଫରୁ ଶେଷ ନିଷ୍ପତ୍ତି ଜାରି କରାଯିବ । ଯାହାପରେ ହେମନ୍ତଙ୍କୁ କ୍ଲିନଚିଟ୍ ମିଳିବ କି ତାଙ୍କ ସଦସ୍ୟତା ରଦ୍ଦ ହେବ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

ସୂଚନା ଅନୁସାରେ, ରାଞ୍ଚିର ଅନଗଡ଼ାରେ ଖଣି ଖନନ ଲିଜ ହେମନ୍ତ ନିଜ ନାଁରେ ନେଇଥିବା ଅଭିଯୋଗ କରିଥିଲେ ବିଜେପି ନେତା । ସେ ସମୟରେ ସୋରନଙ୍କ ପାଖରେ ଖଣି ମନ୍ତ୍ରଣାଳୟ ରହିଥିଲା । ନିକଟରେ ଇଡ଼ି ଖଣି ସଚିବ ପୂଜା ସିଂଘଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି । ଯିଏକି ଖଣିର ଲାଇସେନ୍ସ ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ଏହି ଘଟଣାରେ ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ବିଜେପି ନେତା। ଯେଉଁ ମାମଲାରେ ଅଗଷ୍ଟ ୧୮ ତାରିଖରେ ଶୁଣାଣି ହୋଇଥିଲା । ଏହି ମାମଲାରେ ଏବେ ନିର୍ବାଚନ ଆୟୋଗ ନିଜ ରାୟକୁ ରାଜ୍ୟପାଳଙ୍କୁ ପଠାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର