ଆରମ୍ଭ ହେଲା ଦେଶର ପ୍ରଥମ ସୂର୍ଯ୍ୟ ମିଶନ, ଶ୍ରୀହରିକୋଟାରୁ ସଫଳତାପୂର୍ବକ ଲଞ୍ଚ ହେଲା ‘ଆଦିତ୍ୟ ଏଲ-୧’

The Sakala Picture
Published On

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ । ଲଞ୍ଚ ହେଲା ‘ଆଦିତ୍ୟ ଏଲ-୧’ । ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବାକୁ ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଆରମ୍ଭ ହୋଇଛି । ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍‌କ୍ଷେପଣ। ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ ଆଦିତ୍ୟ ଏଲ୍-୧ । ଆଦିତ୍ୟ ସାଟେଲାଇଟକୁ ‘ଏଲ-୧ ପଏଣ୍ଟ’ରେ ଅବସ୍ଥାପିତ କରିବା ଇସ୍ରୋ । ଏଲ୍-୧ […]

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ । ଲଞ୍ଚ ହେଲା ‘ଆଦିତ୍ୟ ଏଲ-୧’ । ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବାକୁ ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଆରମ୍ଭ ହୋଇଛି । ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍‌କ୍ଷେପଣ। ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ ଆଦିତ୍ୟ ଏଲ୍-୧ । ଆଦିତ୍ୟ ସାଟେଲାଇଟକୁ ‘ଏଲ-୧ ପଏଣ୍ଟ’ରେ ଅବସ୍ଥାପିତ କରିବା ଇସ୍ରୋ । ଏଲ୍-୧ ର କକ୍ଷରୁ ସୂର୍ଯ୍ୟର ଅଧ୍ୟୟନ କରିବ ଆଦିତ୍ୟ-ଏଲ୍-୧ । ସୂର୍ଯ୍ୟଯାନ ଆଦିତ୍ୟଏଲ-୧ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ପୃଥୀବିଠାରୁ ୧୫ ଲକ୍ଷ କିଲୋମିଟର ଦୂର ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ । ଚନ୍ଦ୍ରଯାନର ସଫଳ ଯାତ୍ରା ପରେ କିପରି ସୌର ମିଶନ ସଫଳ ହେବ ସେଥିପାଇଁ ବୈଜ୍ଞାନିକଙ୍କ ସମେତ ପୂରା ଦେଶବାସୀ ଆଶାବାଦୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଆଦିତ୍ୟ ଏଲ-୧ ପ୍ରଥମେ ପୃଥିବୀର କକ୍ଷପଥରେ ଅବସ୍ଥାପିତ ହେବ। ସେଠାରୁ ପୃଥିବୀକୁ ଚାରି ଥର ପରିକ୍ରମା କରିବା ପରେ ଲକ୍ଷ୍ୟସ୍ଥଳ ଲାଗରେଞ୍ଜ ପଏଣ୍ଟ ଦିଗରେ ଅଗ୍ରସର ହେବ। ଏହା ପରେ ହାଲୋ ଅର୍ବିଟରେ ରହି ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବ। ଲାଗରେଞ୍ଜ ପଏଣ୍ଟର ଚତୁର୍ପାଶ୍ୱକୁ ହାଲୋ ଅର୍ବିଟ ବୋଲି କୁହାଯାଏ। ହାଲୋ ଅର୍ବିଟରେ ସାଟେଲାଇଟକୁ ମିଳିଥାଏ ବହୁ ସୁଯୋଗ। ସୂର୍ଯ୍ୟର ସମସ୍ତ ଲୁକ୍କାୟିତ ଅଂଶ ସମ୍ପର୍କରେ ପର୍ଯ୍ୟାଲୋଚନା ସମ୍ଭବ ହୋଇଥାଏ। ଗ୍ରହଣ ସମୟରେ ବି ତଥ୍ୟ ମିଳିବା ସମ୍ଭବ ହେବ। ସୌର କ୍ରିୟାକଳାପ ଓ ମହାକାଶ ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ମିଳିପାରିବ ତଥ୍ୟ। L1 ପଏଣ୍ଟରୁ ବିନା ବାଧାରେ ସୂର୍ଯ୍ୟ ସମ୍ପର୍କରେ ମିଳିପାରିବ ବିଭିନ୍ନ ଗୂଢ଼ ତଥ୍ୟ। ଆଦିତ୍ୟ ଏଲ-୧ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କ ନିକଟକୁ ଯିବ ନାହିଁ। ଏହା ପ୍ରଥମ ଲାଗରେଞ୍ଜ ପଏଣ୍ଟରେ ରହି ସୂର୍ଯ୍ୟଙ୍କ ଅନୁଧ୍ୟାନ କରିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସୂର୍ଯ୍ୟର ବାହ୍ୟ ତାପମାତ୍ରା ବା କ୍ରୋମୋସ୍ଫିହର ସମ୍ପର୍କରେ ଆଦିତ୍ୟ କରିବ ଗବେଷଣା। ଏହା ସହ ସୂର୍ଯ୍ୟଠାରୁ ନିର୍ଗତ ପଦାର୍ଥ ସମ୍ପର୍କରେ ବି ହେବ ଗବେଷଣା। ମହାକାଶ ଜଳବାୟୁ, ବିଭିନ୍ନ ପଦାର୍ଥର ଗତି ସମ୍ପର୍କରେ ତଥ୍ୟ ମିଳିବା ଆଶା ଥିବାବେଳେ ପାର୍ଟିକଲ ଡାଇନାମିକ୍ସ ସମ୍ପର୍କରେ ବି ମିଳିବ ତଥ୍ୟ। ଏହା ସହ ସୋଲାର କୋରୋନା ବା ବାହ୍ୟ ଆବରଣର ଗଠନ ସମ୍ପର୍କରେ ତଥ୍ୟ ମିଳିବା ସମ୍ଭାବନା ଥିବାବେଳେ ତାପମାତ୍ରା, ଗତି ଓ ସାନ୍ଧ୍ରତା ସମ୍ପର୍କରେ ହୋଇପାରିବ ଗବେଷଣା। କୋରନାଲ ମାସ୍ ଇଜେକ୍ସନର ସୃଷ୍ଟି ଓ ଗତିର ଗବେଷଣା ସମେତ ଚୁମ୍ବକୀୟ କ୍ଷେତ୍ର ଓ ଏହାର ମାପ ସମ୍ପର୍କରେ ତଥ୍ୟ ମିଳିପାରିବ। ସୌରଜାତ ବାୟୁର ଉତ୍ପତ୍ତି, ଉପାଦାନ ଓ ଗତି ସମ୍ପର୍କରେ ତଥ୍ୟ ମିଳିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର