ଇରାନ ଉପରେ ଇସ୍ରାଏଲର ମିସାଇଲ ମାଡ଼

The Sakala Picture
Published On

ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ଆରମ୍ଭ କରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇସାଫାହାନ ପ୍ରଦେଶରେ ଇରାନର ଅନେକ ନ୍ୟୁକ୍ଲିଅର ସାଇଟ ରହିଛି। ତେଣୁ ଇସ୍ରାଏଲର ମିସାଇଲ ମାଡ଼ ବଡ଼ ବିପଦ ସୃଷ୍ଟି କରିବ । […]

ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇସାଫାହାନ ପ୍ରଦେଶରେ ଇରାନର ଅନେକ ନ୍ୟୁକ୍ଲିଅର ସାଇଟ ରହିଛି। ତେଣୁ ଇସ୍ରାଏଲର ମିସାଇଲ ମାଡ଼ ବଡ଼ ବିପଦ ସୃଷ୍ଟି କରିବ । ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ମଧ୍ୟପ୍ରାଚ୍ୟର ଉତ୍ତେଜନା ଆହୁରି ବଢ଼ିବ। ଏହି ଆକ୍ରମଣ ପରେ ଇରାନ ନିଜର ଆକାଶ ମାର୍ଗରେ ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି। ଯାହା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଇରାନ ଚେତାବନୀ ଦେଇଥିଲା, ଇସ୍ରାଏଲ ପୁଣି ପଦକ୍ଷେପ ନେଲେ ପରିଣାମ ଭୟାବହ ହେବ । ଇରାନ ଓ ଇସ୍ରାଏଲର ଆକ୍ରମଣ- ପ୍ରତିଆକ୍ରମଣ ପରେ ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟ ପ୍ରାଚ୍ୟର ବାକି ଅଞ୍ଚଳକୁ ବ୍ୟାପିବା ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

ଏପ୍ରିଲ ୧୪ ଆକ୍ରମଣ ପରେ ଇସ୍ରାଏଲ ଇରାନ ବିରୋଧରେ ପ୍ରତିଶୋଧ ନେଇଛି। ୧ ଏପ୍ରିଲରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଇସ୍ରାଏଲ ସିରିଆର ରାଜଧାନୀ ଦମ୍ମେସକରେ ଇରାନର ଦୂତାବାସ ଉପରେ ଆକ୍ରମଣ କରିଥିଲା। ଏହା ପରେ, ଏପ୍ରିଲ ୧୪ରେ ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା । ବର୍ତ୍ତମାନ ଇସ୍ରାଏଲ ସେହି ଆକ୍ରମଣର ଜବାବ ଦେଇଛି।

ଆହୁରି ପଢ଼ନ୍ତୁ: E20 ପେଟ୍ରୋଲକୁ ନେଇ ଆପ୍‌ର ବଡ଼ ଆନ୍ଦୋଳନ ପ୍ରସ୍ତୁତି: ପିଏମ୍‌ ଆବାସ ଘେରାଉ କରିବେ ଅରବିନ୍ଦ କେଜ୍ରିୱାଲ

19 Apr 2024 By The Sakala

ଇରାନ ଉପରେ ଇସ୍ରାଏଲର ମିସାଇଲ ମାଡ଼

ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ଆରମ୍ଭ କରିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇସାଫାହାନ ପ୍ରଦେଶରେ ଇରାନର ଅନେକ ନ୍ୟୁକ୍ଲିଅର ସାଇଟ ରହିଛି। ତେଣୁ ଇସ୍ରାଏଲର ମିସାଇଲ ମାଡ଼ ବଡ଼ ବିପଦ ସୃଷ୍ଟି କରିବ । ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ମଧ୍ୟପ୍ରାଚ୍ୟର ଉତ୍ତେଜନା ଆହୁରି ବଢ଼ିବ। ଏହି ଆକ୍ରମଣ ପରେ ଇରାନ ନିଜର ଆକାଶ ମାର୍ଗରେ ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି। ଯାହା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଇରାନ ଚେତାବନୀ ଦେଇଥିଲା, ଇସ୍ରାଏଲ ପୁଣି ପଦକ୍ଷେପ ନେଲେ ପରିଣାମ ଭୟାବହ ହେବ । ଇରାନ ଓ ଇସ୍ରାଏଲର ଆକ୍ରମଣ- ପ୍ରତିଆକ୍ରମଣ ପରେ ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟ ପ୍ରାଚ୍ୟର ବାକି ଅଞ୍ଚଳକୁ ବ୍ୟାପିବା ଆରମ୍ଭ କରିଛି ।

ଏପ୍ରିଲ ୧୪ ଆକ୍ରମଣ ପରେ ଇସ୍ରାଏଲ ଇରାନ ବିରୋଧରେ ପ୍ରତିଶୋଧ ନେଇଛି। ୧ ଏପ୍ରିଲରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଇସ୍ରାଏଲ ସିରିଆର ରାଜଧାନୀ ଦମ୍ମେସକରେ ଇରାନର ଦୂତାବାସ ଉପରେ ଆକ୍ରମଣ କରିଥିଲା। ଏହା ପରେ, ଏପ୍ରିଲ ୧୪ରେ ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା । ବର୍ତ୍ତମାନ ଇସ୍ରାଏଲ ସେହି ଆକ୍ରମଣର ଜବାବ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର