ଇନ୍ଦୋରରେ ରାମ ମନ୍ଦିରର କୂଅ ଛାତ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ଆରମ୍ଭ ହେଲା ମାଜିଷ୍ଟ୍ରେଟ ତଦନ୍ତ

The Sakala Picture
Published On

ଭୋପାଳ : ମଧ୍ୟପ୍ରଦେଶ ଇନ୍ଦୋର ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି । ଆହୁରି କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ଯ ଅଧିକ ତ୍ୱରାନିତ କରିବାକୁ ସେନାକୁ ମୁତୟନ କରାଯାଇଛି । ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଠିଛି ପ୍ରଶ୍ନ । ଏଥିପାଇଁ ଦାୟୀ କିଏ ।  ଜନସମାଗମ ହେବାର ଜାଣିଥିଲେ ମଧ୍ୟ କାହିଁକି ଅବଲମ୍ବନ କରାଯାଇନଥିଲା ସତର୍କତା ? ଏକା ସାଙ୍ଗରେ ଏତେ ଲୋକଙ୍କୁ […]

ଭୋପାଳ : ମଧ୍ୟପ୍ରଦେଶ ଇନ୍ଦୋର ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି । ଆହୁରି କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ଯ ଅଧିକ ତ୍ୱରାନିତ କରିବାକୁ ସେନାକୁ ମୁତୟନ କରାଯାଇଛି । ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଠିଛି ପ୍ରଶ୍ନ । ଏଥିପାଇଁ ଦାୟୀ କିଏ ।  ଜନସମାଗମ ହେବାର ଜାଣିଥିଲେ ମଧ୍ୟ କାହିଁକି ଅବଲମ୍ବନ କରାଯାଇନଥିଲା ସତର୍କତା ? ଏକା ସାଙ୍ଗରେ ଏତେ ଲୋକଙ୍କୁ ଛାତ ଉପରକୁ ଯିବାକୁ କାହିଁକି ଦିଆଗଲା ଅନୁମତି ? ମନ୍ଦିର କର୍ତ୍ତୃପକ୍ଷ ନା ପ୍ରଶାସନର ଅବହେଳା ପାଇଁ ଘଟିଗଲା ଏତେ ବଡ଼ ଅଘଟଣ ?

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ମଧ୍ୟପ୍ରଦେଶ ଇନ୍ଦୋର ଶ୍ରୀ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ କୂଅର ଛାତ ଭୁଶୁଡ଼ିବା ଘଟଣାର ଆରମ୍ଭ ହୋଇଛି ମାଜିଷ୍ଟ୍ରେଟ ତଦନ୍ତ । ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ପ୍ରତ୍ୟେକ୍ଷଦର୍ଶୀ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରୁଛି ତଦନ୍ତକାରୀ ଟିମ୍ । କୂଅଟି କେବେଠୁ ପ୍ରତିଷ୍ଠା ହୋଇଥିଲା । ଏହା କେତେ ସୁରକ୍ଷିତ ଥିଲା ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ଗତକାଲି ପୂଜାର୍ଚ୍ଚନା ବେଳେ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିର ପ୍ରାଙ୍ଗଣରେ ଥିବା କୂଅର ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୩୦ଜଣ ଭକ୍ତ କୂଅ ମଧ୍ୟକୁ ଖସି ପଡ଼ିଥିଲେ । କୂଅର ଛାତ ଉପରେ ଭିଡ ବଢ଼ିବାରୁ ଛାତ ଗଳିପଡିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର